ପିଲା ଦୁଇଜଣ ମୋ କୋଳରେ ହିଁ ମଣିଷ ହେଇଛନ୍ତି ,ରିକି ମୋ କୋଳରେ କେତେଥର ଅଝଟ କରିଛି :ସ୍ନିଗ୍ଧା ମହାନ୍ତି Riki Aklant

ବାପାଙ୍କ ମୃତ୍ୟୁର ଠିକ୍‌ ବର୍ଷକ ପରେ ଚାଲି ଯାଇଛନ୍ତି ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମାସେ ହେଲୋ ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ଲିଭର ଜନିତ ସମସ୍ୟା ଯୋଗୁ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ। ତାଙ୍କ ମୃତ୍ୟୁ ପରେ କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କା ଗତବର୍ଷ ଜାନୁଆରି ୧୧ ତାରିଖରେ ପରଲୋକ ହୋଇଥିଲା।

କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ମିହିର ଦାସ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର ୬୩ ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ବାପା ମିହିରଙ୍କ ସହ ଅକ୍ଳାନ୍ତଙ୍କ ସଂପର୍କ ଥିଲା ଖୁବ୍‌ ନିବିଡ଼। ଏପରିକି ବାପାଙ୍କ ଚାଲିଯିବା ପରେ ସେ ତାଙ୍କୁ ଝୁରି ଝୁରି ବିଶାଦଗ୍ରସ୍ତ ରହୁଥିଲେ ବୋଲି ମଧ୍ୟ କିଛି ନିକଟ ସଂପର୍କୀୟ ମତ ରଖିଛନ୍ତି। ସାନ ପୁଅ ପ୍ରତି ମିହିରଙ୍କ ଭଲପାଇବା ବି ଖୁବ୍ ଅଧିକ ରହିଥିଲା।

।ଆଉ ଯେଉଁ ଘଟଣା ପାଇଁକି ଅମ୍ଲାନ ଙ୍କ ପରିବାର ସମେତ ଅମ୍ଲାନ ଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଛି ।ଆଉ ଯାହାକୁ ନେଇକି ଅମ୍ଲାନ ଧର୍ଯ୍ୟ ହରା ହୋଇ ପଡିଛନ୍ତି ବୋଲି କୁହାଯାଇଛି ।ପରିବାରରେ ମା, ବାପା ଓ ଭାଇ ଙ୍କୁ ହରାଇବା ପରେ ପୁରା ପୁରୀ ଏକା ହୋଇ ଯାଇଛନ୍ତି ଅଭିନେତା ଅମ୍ଲାନ । ଆଉ କଣ କରିବେ କଣ ନାହିଁ ସେ ଜାଣି ପାରୁ ନାହାନ୍ତି, ଏହି ଦୁଃଖଦ ଘଟଣାକୁ ନେଇ ସମସ୍ତ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଆଉ ଅଭିନେତ୍ରୀ ସ୍ନିଗ୍ଧା ବୋଷ ଅକ୍ଲାନ୍ତ ବିଷୟରେ କିଛି ମତ ରଖିଥିଲେ। ସାନ ବେଳେ ସ୍ନିଗ୍ଧା ଅମ୍ଳାନ ଏବଂ ଅକ୍ଲାନ୍ତ ଙ୍କ ମା ପରି ଦାୟିତ୍ବ ନେଇଥିଲେ।

ତାପରେ ସମୟ ଯେତେ ଆଗକୁ ବଢ଼ିଲା ସେତେ ସେମାନଙ୍କ ମଧ୍ୟରେ ଦୂରତା ଆସି ଯାଇଥିଲା। ଆଉ ସେମାନଙ୍କ ସହିତ କଥାବାର୍ତ୍ତା ଧୀରେ ଧୀରେ ବନ୍ଦ ହୋଇ ଯାଇଥିଲା ବୋଲି କହିଥିଲେ। ଆଉ ଯେତେବେଳେ ମାହିର ଦାସ ଚାଲିଗଲେ ତାପରେ ଅକ୍ଲାନ୍ତ ଙ୍କ ସହ କଥାବାର୍ତ୍ତା ହେବା ପାଇଁ ସ୍ନିଗ୍ଧା ବହୁତ ଚେଷ୍ଟା କରିଥିଲେ ହେଲେ କୌଣସି ପ୍ରକାର ଯୋଗାଯୋଗ ହୋଇପାରି ନଥିଲା। ଶେଷ ସମୟରେ ସେ ତାଙ୍କୁ ଦେଖିପାରି ନଥିବାରୁ ବହୁତ ଦୁଃଖ ପ୍ରକାଶ କରିଛନ୍ତି ସ୍ନିଗ୍ଧା ବୋଷ। ଯାହାକି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.