Mihir Das’s ଙ୍କ ସାନ ପୁଅ ଅକ୍ଲାନ୍ତ କେମିତି ଥିଲେ ଏବଂ ପରିବାର ସହ ବିତେଇ ଥିବା କିଛି ଅଭୁଲା ସ୍ମୃତି ….ଏହି ଭିଡିଓ ନିଆଁପରି ଭାଇରାଲ ହେଉଛି….

ବାପା ଙ୍କ ମୃତ୍ୟୁର ବର୍ଷେ ପରେ ଦିବଙ୍ଗତ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତା ମିହିର ଦାସ ଙ୍କ ପୁଅ ଅକ୍ଲାନ୍ତ ଦାସ ଚାଲି ଗଲେ | ଗତ କାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥା ରେ ଅକ୍ଲାନ୍ତ ଦାସ ପ୍ରାଣ ତ୍ୟାଗ କରିଛନ୍ତି ଏବଂ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 26 ବର୍ଷ ହୋଇ ଥିଲା | ମାସେ ହେବ ଭୁବନେଶ୍ୱର ଏମ୍ସ ରେ ତାଙ୍କର ଚିକିତ୍ସା ଚାଲି ଥିଲା ତେବେ ଲିଭର ଜନିତ ସମସ୍ୟା ଯୋଗୁଁ ଅକ୍ଲାନ୍ତ ଦାସ ଚିକିତ୍ସା ରେ ରହି ଥିଲେ |

କଟକ ସତୀଚଉଁରା ରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି ଏବଂ ବଡ଼ ଭାଇ ଅମ୍ଳାନ ଦାସ ତାଙ୍କର ମୁଖାଗ୍ନି ଦେଇ ଥିଲେ | ଗତ ବର୍ଷ 11 ତାରିଖ ଜାନୁଆରୀ ରେ ମିହିର ଦାସ ପ୍ରାଣ ତ୍ୟାଗ କରି ଥିଲେ ଆଉ ମିହିର ଦାସ ଙ୍କ ମୃତ୍ୟୁ ରେ ସାରା ଓଡ଼ିଶା ରେ ଯେମିତି ଶୋକ ର ଛାୟା ଖେଳି ଯାଇଥିଲା ଆଉ ଏବେ ତାଙ୍କ ସାନ ପୁଅ ଙ୍କର ମୃତ୍ୟୁ ସମସ୍ତଙ୍କୁ ଶୋକଭିଭୂତ କରାଇଛି |


ମା ଙ୍କ ମୃତ୍ୟୁ ତାପରେ ବାପା ଙ୍କର ମୃତ୍ୟୁ ଆଉ ଏବେ ସାନ ଭାଇ ର ମୃତ୍ୟୁ ଯାହାକି ଅଭିନେତା ଅମ୍ଳାନ ଙ୍କ ମନବଳ କୁ ପୁରା ଭାଙ୍ଗି ଦେଇଛି | ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ସାନ ପୁଅ ପରଲୋକ ହୋଇ ଯାଇଛି, ତେବେ ମିହିର ଦାସ ଙ୍କର ଦୁଇ ପୁଅ ଥିଲେ ବଡ଼ ପୁଅ ଅମ୍ଳାନ ଦାସ ଯିଏ କି ଓଲିଓଡ଼ ଇଣ୍ଡଷ୍ଟ୍ରି ର ଜଣେ ଜଣାଶୁଣା ଅଭିନେତା ଅଟନ୍ତି ଏବଂ ସେ ଅନେକ ଫିଲ୍ମ ରେ କାମ ମଧ୍ୟ କରି ସାରିଛନ୍ତି | ଆଉ ସାନ ପୁଅ ଅକ୍ଲାନ୍ତ ଦାସ ଯାହାଙ୍କର ଲିଭର ଜନିତ ସମସ୍ୟା ଥିବାରୁ ଗତ 1 ତାରିଖ ରୁ ତାଙ୍କୁ ଭୁବନେଶ୍ୱର ରେ ଥିବା ଘରୋଇ ଏମ୍ସ ହସ୍ପିଟାଲ ରେ ଚିକିତ୍ସା କରାଯାଉ ଥିଲା |


ଗତ ସନ୍ଧ୍ୟା ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇ ପଡିଥିଲା ଆଉ ରାତି 12 ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରି ଥିଲେ | ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଅକ୍ଲାନ୍ତ ଦାସ ଙ୍କ ସହିତ ତାଙ୍କ ପରିବାର ର କିଛି ଫଟୋ ଦେଖିବା ପାଇଁ ମିଳିଛି ଯାହାକି ଅମ୍ଳାନଙ୍କ ପାଇଁ ସ୍ମୃତି ହୋଇ ରହି ଯାଇଛି |

ଏହି ନିଷ୍ଠୁର ସତ କୁ ଅଭିନେତା ଅମ୍ଳାନ ଦାସ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି | ବାପା ମା ଆଉ ଭାଇ ଚାଲି ଗଲା ପରେ ଅମ୍ଳାନ ଦାସ ଖୁବ ଭାଙ୍ଗି ପଡିଛନ୍ତି, ଭଗବାନ କଣ ସତରେ ଏତେ ଦୁଃଖ କାହାକୁ ଦିଅନ୍ତି ବାପା ମା ଭାଇ ସମସ୍ତ ଙ୍କୁ ନେଇ ଗଲା ପରେ ସେ କେମିତି ଜୀଵନ ଜିଇଁବେ ଏହା ହିଁ ଏବେ ଅମ୍ଳାନ ଭାବୁଛନ୍ତି | ତେବେ ଆମେ ସମସ୍ତେ ଭଗବାନ ଙ୍କ ନିକଟରେ ପାର୍ଥନା କରିବା କି ଅକ୍ଲାନ୍ତ ଦାସ ଙ୍କର ଆତ୍ମା କୁ ସଦଗତି ମିଳୁ |

Leave A Reply

Your email address will not be published.