ଏବେ ସୋସିଆଲ ମିଡ଼ିଆ ରେ କେବଳ ଗୋଟିଏ ନାଁ ଚର୍ଚ୍ଚା ରେ ରହିଛି ଯାହା ହେଉଛି ମିହିର ଦାସ ଙ୍କ ପରିବାର ରେ ଯେମିତି କଳା ବାଦଲ ଢାଙ୍କି ପଡ଼ିଛି, ମିହିର ଦାସ ଙ୍କ ପରେ ପରେ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି | ନିଜର ସ୍ୱପ୍ନ ପୂରଣ କରିବା ବୟସ ରେ ଏବେ ଅଭିନେତା ରାସ୍ତା ରେ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ, ବାପା ଙ୍କ ବିୟୋଗ ପରେ ନିଜ ମନକୁ ଦମ୍ଭ କରି ଆଉ ଜୀଵନ କୁ ସଜାଡ଼ି ଆଗକୁ ଯିବା ପାଇଁ ପ୍ରୟାସ କରି ଥିଲେ |
ହେଲେ ବିଧାତା ଙ୍କର କିଛି ଅଲଗା ନିୟମ ଥିଲା ସେଥିପାଇଁ ତ ମାତ୍ର ଏକ ବର୍ଷ ଅନ୍ତର ରେ ଅମ୍ଳାନ ଦାସ ସବୁଦିନ ପାଇଁ ଏକା ହୋଇ ଗଲେ | ନା ଏବେ ପାଖରେ ମା ବାପା ଅଛନ୍ତି ନା ଶେଷ ସାହାରା ଥିବା ସାନ ଭାଇ ଅଛନ୍ତି | ଗତ ବର୍ଷ ଜାନୁଆରୀ 11 ତାରିଖ ରେ ଓଲିଓଡ ର ବରିଷ୍ଠ ଅଭିନେତା ମିହିର ଦାସ ଙ୍କର ଦେହାନ୍ତ ଘଟି ଥିଲା ଆଉ ଠିକ ଏକ ବର୍ଷ ପରେ ଏହି ଜାନୁଆରୀ ମାସ ରେ ପୁଅ ଅକ୍ଲାନ୍ତ ଦାସ ଙ୍କର ମୃତ୍ୟୁ ଘଟିଛି | ଅକ୍ଲାନ୍ତ ଏକ ମାସ ହେବ ଲିଭର ଜନିତ ରୋଗ ରେ ପୀଡିତ ହୋଇ ଭୁବନେଶ୍ୱର ର ଏମ୍ସ ରେ ଚିକିତ୍ସିତ ହେଉ ଥିଲେ ଆଉ 24 ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟି ଥିଲା |
ପରେ କଟକ ସ୍ଥିତ ସତୀଚଉଁରା ଶ୍ମାଶନ ରେ ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଛି ଆଉ ଅଭିନେତା ବଡ଼ ଭାଇ ଅମ୍ଳାନ ଦାସ ତାଙ୍କୁ ମୁଖାଗ୍ନି ଦେଇ ଥିଲେ | ତେବେ ଏହାରି ଭିତରେ ଫେସବୁକ ରେ ଅକ୍ଲାନ୍ତ ଙ୍କର ଶେଷ ପୋଷ୍ଟ ମଧ୍ୟ ସାମ୍ନା କୁ ଆସିଛି ଯାହା ଦୁଇ ବର୍ଷ ତଳର ଥିଲା |
2021 ଜୁନ 11 ରେ ନିଜର ଏକ ଫଟୋ ଅକ୍ଲାନ୍ତ ଦାସ ଫେସବୁକ ରେ ସେୟାର କରି ଥିଲେ, ଏହା ହିଁ ଥିଲା ତାଙ୍କ ଜୀଵନ ର ଶେଷ ଫଟୋ | ତେବେ ତାଙ୍କ ସ୍ୱାସ୍ଥ୍ୟ ଅତି ଜଟିଳ ହେବା ଦ୍ୱାରା ଅକ୍ଲାନ୍ତ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ି ଥିଲେ ଆଉ ପରେ ପରେ ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ତେବେ ଆଜି ସାରା ଓଡ଼ିଶା ରେ ଯେମିତି ମିହିର ଦାସ ଙ୍କ ପରିବାର ପାଇଁ ଶୋକର ଛାୟା ଖେଳି ଯାଇଛି ଯାହାକୁ ନେଇ ଅନେକ ଦର୍ଶକ ଦୁଃଖ ପ୍ରକାଶ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।