ଭିଡିଓ ଦେଖନ୍ତୁ … Ollywood ସିଙ୍ଗର (Humane Sagar)ଙ୍କ ସହ ( Asima Panda ) ଅସୀମା ପଣ୍ଡା ମୁହାଁମୁହିଁ 16 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି ….. ଦେଖନ୍ତୁ ଏହି ଭିଡିଓ

ସଂଗୀତ ଏକ ସାଧନା ହୋଇଥାଏ ଆଉ ଏହା ଏହିପରି ଏକ ଭାବନା ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ।ଜଣେ ବ୍ୟକ୍ତି ସଂଗୀତ ମାଧ୍ୟମରେ ନିଜ ମନର ଭାବନା କୁ ଭାଷା ମାଧ୍ୟମରେ ଏକ ସୁନ୍ଦର ସ୍ୱର ଦେଇ ପ୍ରକାଶ କରିଥାଏ ।ଆଉ ଅନ୍ୟ ପକ୍ଷରେ ସେହି ଗୀତ କୁ ଶୁଣୁଥିବା ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ତା ସହ ଯୋଡ଼ି ଦେଇ ତାହାକୁ ଅନୁଭବ କରେ। ତେବେ ଆପଣ ଦେଖିଥିବେ ଆମ ଓଡ଼ିଆ ସିନେମା ଜଗତ ରେ ମଧ୍ୟ ଏହିପରି ଅନେକ ଗାୟକ ଗାୟିକା ଅଛନ୍ତି, ଯାହାଙ୍କ ର ଗୀତ ଶୁଣିଲେ ଆମକୁ ବହୁତ ଖୁସି ଲାଗେ ଏବଂ ମନ କୁ ଶାନ୍ତି ଦେଇଥାଏ।
ତେବେ ଏହି ସଂଗୀତ କୁ ନିଜ ର ଜୀବନ କରି ଅନେକ ବ୍ୟକ୍ତି ନିଜର ନାମ କରିଛନ୍ତି ଏବଂ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି। ତେବେ ସେହି ବରିଷ୍ଠ ଗାୟକ ମାନଙ୍କ ମଧ୍ୟରେ ରହିଛନ୍ତି ଆମ ଓଲିଉଡ଼ ର ତଥା ଘରେ ଘରେ ପରିଚିତ ସୁ ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ।

ଯିଏ ମିୟୁଜିକ ଦୁନିଆଁ ରେ ଏକ ମେରୁଦଣ୍ଡ ଅଟେ , ଯାହାଙ୍କୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ।ତେବେ ସେ ପ୍ରାୟ ବହୁତ ଫିଲ୍ମ ଗୀତ ସହିତ ଆଲବମ୍ ରେ ଗୀତ ଗାଇଛନ୍ତି ।ତେବେ ନିକଟ ରେ ତାଙ୍କର ଗୋଟିଏ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ଦେଖିବା ପାଇଁ ମିଳିଛି ଓଡ଼ିଶାର ପପୁଲାର ସିଙ୍ଗର ଅସୀମା ପଣ୍ଡା ଓ ହ୍ୟୁମାନ ସାଗର ଙ୍କ ମଧ୍ୟରେ।

ଆଉ ଉଭୟ ନିଜ ନିଜର ଗୀତ ଆଖି ଠାରୁ ସ୍ୱପ୍ନ ଯେବେ ଅଲଗା ହେବେ ,ବାଟବଣା ହେଲା ମୋ ପ୍ରେମ ଗୀତରେ ଟକ୍କର ଦେଉଛନ୍ତି। ତେବେ ଅସୀମା ପଣ୍ଡା ଓ ହ୍ୟୁମାନ ସାଗର ଉଭୟ ଓଡ଼ିଆ ସଙ୍ଗୀତ ଇଣ୍ଡଷ୍ଟ୍ରୀ ପାଇଁ ଏକ ସେନସେସନ ସିଙ୍ଗର ।ତେବେ ଉଭୟଙ୍କୁ ଗୋଟିଏ କନସର୍ଟ ରେ ଏକାଠି ଦେଖିବାକୁ ମିଳିଛି ।

ଆଉ ଯେଉଁଠି ହ୍ୟୁମାନ ସାଗର ଦର୍ଶକ ମାନଙ୍କୁ କହୁଛନ୍ତି କେମିତି ତାଙ୍କର +3 ଶେଷ ବର୍ଷ ବେଳେ ତାଙ୍କ ପ୍ରେମିକା ତାଙ୍କୁ ଛାଡ଼ି ଚାଲି ଯାଇଥିଲେ ।ଆଉ ଏହା କହିବା ପରେ ସେ ଏମିତି ଦୁଃଖରେ ଥିବା ପ୍ରେମିକ ମାନଙ୍କ ପାଇଁ ସେ “ଆଖି ଠାରୁ ସ୍ୱପ୍ନ ଯେବେ ଅଲଗା ହେବ” ଗୀତ ଗାଇ ଶୁଣାଉଛନ୍ତି ।

ଆଉ ଏହି ଗୀତର ଶେଷ ହେବା ପରେ ଅସୀମା ପଣ୍ଡା ଷ୍ଟେଜ ଉପରକୁ ଆସୁଛନ୍ତି ଆଉ ସେ ବି ଏକ ଦୁଖଃଭରା ଗୀତ ଗାଇ ଶୁଣାଉଛନ୍ତି ଯାହା ଥିଲା ” ବାଟ ବଣା ହେଲା ମୋ ପ୍ରେମ” ।ଆଉ ଏହି ଗୀତ ମଝିରେ ମଝିରେ ସେ ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କ ସହିତ କଥା ବି ହେଉଛନ୍ତି ।ତେବେ ଉଭୟଙ୍କ ଗୀତ ଦୁଃଖଭରା ହେଇଥିବା ବେଳେ ଶ୍ରୋତା କିନ୍ତୁ ଦୁହିଁଙ୍କର ଗୀତରେ ଖୁବ ସାଥ ଦେଉ ଥିବାର ଦେଖିବାକୁ ମିଳୁଛି ।କାରଣ ଉଭୟଙ୍କର ଗୀତରେ ଏତେ ଯାଦୁ ରହିଛି କି କେହି କାହା ଠାରୁ କମ ନୁହଁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.