ଯୁବାବସ୍ଥାରେ ମୁହଁରେ ବ୍ରଣ ହେବା, ଦାଗ ପଡ଼ିଯିବା, ଛୋଟ ଛୋଟ ଚୁଟି ଉଠିବା ଏକ ସାଧାରଣ ସମସ୍ୟା ହୋଇ ଗଲାଣି।ଏହା ମୁଖ୍ୟତଃ ଯୌବନର ଆରମ୍ଭରେ ଉଭୟ ପୁରୁଷ ଏବଂ ମହିଳାଙ୍କ ଠାରେ ଦେଖାଯାଏ। ତେବେ ମୁହଁ ରେ ଦାଗ ସହିତ ଗାଲରେ, ଅପର ହେଡ଼ ରେ, ଅପର ଲିପ୍ ରେ ଇତ୍ୟାଦି ଜାଗାରେ ଛୋଟ ଛୋଟ ଚୁଟି ହୋଇଥାଏ। ଯାହାକି ମୁହଁ କୁ ଅସୁନ୍ଦର କରିଥାଏ। ଆଉ ତାହାକୁ କ୍ଲିନ୍ କରିବା ପାଇଁ ଝିଅ ମାନେ ପ୍ରାୟତଃ ପାର୍ଲର ଯାଇଥାନ୍ତି।
ଆଉ ତାହା ବହୁତ କାଟିଥାଏ ମଧ୍ୟ। କିନ୍ତୁ ତାହା କୌଣସି ପ୍ରକାର ଫଳପ୍ରଦ ହୋଇ ନଥାଏ। ବରଂ ତାହା ପରବର୍ତ୍ତୀ ସମୟରେ ପୁଣି ହୋଇଥାଏ। ସେହି ସବୁକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ସୁନ୍ଦର ପ୍ରାକୃତିକ ଘରୋଇ ଉପଚାର ବିଷୟରେ ଜଣେଇବୁ, ଯାହା ଆଉ କେବେବି ସେହି ଛୋଟ ଛୋଟ ଲୋମ ଉଠିବ ନାହିଁ ।
ପ୍ରସ୍ତୁତି –
ତେବେ ଆପଣ ପ୍ରଥମେ କିଛି ଅଟା ନେବେ, ତାପରେ ସେଥିରେ କିଛି କସ୍ତୁରୀ ହଳଦୀ ନେବେ ଯଦି ନାହିଁ ରୋଷେଇ ଘରେ ଯେଉଁ ହଳଦୀ ବ୍ୟବହାର କରନ୍ତି ସେହି ହଳଦୀ ଆପଣ ନେଇ ପାରିବେ। ଆଉ ତାପରେ ଅଧା ଚାମଚ ରୁ କମ୍ ମହୁ ନେବା ସହିତ ସେଥିରେ ସେହି ପରିମାଣର ଅଳ୍ପ କ୍ଷୀର ନେବେ। ତାହାକୁ ପାଣିଆ କରିବେ ନାହିଁ। ତାପରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଯେମିତି ପେଷ୍ଟ ଟି ବହଳିଆ ଏବଂ ଅଠାଳିଆ ଭଳି ରହିବ।
ପ୍ରୟୋଗ –
ଏହି ପେଷ୍ଟ କୁ ମୁହଁ ରେ ଲଗେଇବା ପୂର୍ବରୁ ମୁହଁ କୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏକ ସଫା କପଡ଼ାରେ ମୁହଁ କୁ ପୋଛି ଦିଅନ୍ତୁ। ଯେଉଁ ଯେଉଁ ଜାଗାରେ ଆପଣଙ୍କ ଛୋଟ ଛୋଟ ଲୋମ ହେଇଛି ସେହି ଜାଗାରେ ସେହି ପେଷ୍ଟ କୁ ବହଳିଆ କରି ଲଗାନ୍ତୁ। ମୁହଁରେ ସେହି ପେଷ୍ଟ ଟି ଶୁଖି ଗଲା ପରେ ସେହି ଲୋମକୁ ଜାବୁଡି ଧରିଥାଏ। ଏହାକୁ ସପ୍ତାହରେ ଦୁଇ ରୁ ତିନି ଥର କରନ୍ତୁ।
ଦୁଇ ମାସ ଧରି ଏହାକୁ ଲଗାତାର କରନ୍ତୁ। ତାପରେ ମୁହଁ ରେ ଶୁଖିଗଲା ପରେ ତାହାକୁ ପାଣିରେ ନ ଧୋଇ ହାତରେ ଘଷି ଘଷି ତଳ ଉପରକୁ କରି ଛଡ଼େଇବେ। ସେମିତି କରି ମୁହଁ କୁ ସଫା କରିବେ। ତାପରେ ସେଥିରେ କୌଣସି ଏକ ମୋଏଶ୍ଚର ଲଗେଇ ଦେବେ ।ଏମିତି କରିବା ଦ୍ୱାରା ଆପଣଙ୍କର ସବୁ ଲୋମ ଉଠିଯିବ ଏବଂ ଆଉ ଆଗକୁ ମଧ୍ୟ ତାହା ହେବ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।