ଦେଖନ୍ତୁ EXCLUSIVE :ଭିଡିଓ ଅକ୍ଲାନ୍ତ ଦାସଙ୍କ ମୃତ୍ୟୁଙ୍କୁ ନେଇ ଡାକ୍ତରଙ୍କ ବଡ ବୟାନ ,ତିନ ତିନୋଟି ରୋଗରେ ପୀଡିତ ଥିଲେ ଅକ୍ଲାନ୍ତ
ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏକ ଦୁଃଖଦ ଘଟଣା ଟି ଭାଇରାଲ ହେବାରେ ଲାଗୁଛି ଆଉ ତାହା ହେଉଛି ଅକ୍ଲାନ୍ତ ଙ୍କ ମୃତ୍ୟୁ କୁ ନେଇକି ଘଟିଥିବା ଘଟଣା |ଆଉ ଯେଉଁଠି କୁହାଯାଉଛି କୁ ଅମ୍ଲାନ ଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଦୁଃଖ ଘଟିବାକୁ ଲାଗୁଛି ଆଉ ବର୍ତ୍ତମାନ ତାଙ୍କର ସାନ ଭାଇ ଅକ୍ଲାନ୍ତ ଙ୍କ ମୃତ୍ୟୁ କୁ ନେଇକି ପୁରା ପୁରି ଭାଙ୍ଗି ପଡିଛନ୍ତି ଅମ୍ଲାନ | ଆଉ ଅମ୍ଲାନ ଙ୍କର ଦୁଃଖ ସମୟରେ ସାହାରା ହୋଇ ଛିଡା ହୋଇଛନ୍ତି ତାଙ୍କର ପତ୍ନୀ, ଆଉ ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ଆଗକୁ ବଢିବା କଥା କହିଛନ୍ତି ଭୂମିକା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ଅମ୍ଲାନ ଙ୍କ ବିଷୟରେ | ଆଉ ଯିଏ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଆଉ ସାରା ଓଡିଶା ରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ତେବେ ଅମ୍ଲାନ ଅଭିନୟ ପ୍ରତି ବିଶେଷ ଭାବରେ ଆଗ୍ରହୀ ହୋଇଥିଲେ ତାଙ୍କର ବାପା ମିହିର ଦାସ ଙ୍କ ପାଇଁକି | ଆଉ ଯିଏ କି ତାଙ୍କର ଅଭିନୟ ମାଧ୍ୟମରେ ସାରା ଓଡିଶା ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ |ତେବେ ସେହି ମିହିର ଦାସ ଆଉ ଅମ୍ଲାନ ଙ୍କ ସହିତ ନାହାନ୍ତି ସମସ୍ତଙ୍କୁ ସବୁଦିନ ପାଇଁ ପର କରିକି ଆର ପାରିକୁ ଚାଲି ଯାଇଛନ୍ତି ସେ |
ତେବେ ଅମ୍ଲାନ ଙ୍କ ପରିବାରରେ ପ୍ରଥମେ ତାଙ୍କର ମା ଙ୍କର ମୃତ୍ୟୁ ଘଟିଥିଲା, ଆଉ ତାହା ପରେ ଗତ ବର୍ଷ ମିହିର ଦାସ ଆର ପାରିକୁ ଚାଲି ଯାଇଥିଲେ ଅମ୍ଲାନ ଙ୍କୁ ଛାଡିକି | ଆଉ ଗତ କାଲି ତାଙ୍କର ସାନ ଭାଇ ଅକ୍ଲାନ୍ତ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି | ଯାହା କୁହାଯାଉଛି କି ସାନ ଭାଇର ମୁହଁ ରେ ମୁଖାଗ୍ନି ଦେବା ପରେ ପୁରା ପୁରି ଭାଙ୍ଗି ପଡିଛନ୍ତି ଅମ୍ଲାନ, ତାହା ସହିତ ଜୀବନରେ କାହାର ସାହାରା ନେଇ ଆଗକୁ ବଢିବେ ସେଥିପାଇଁ ମନ ଦୁଃଖ କରୁଥିବା |
ତେବେ ବର୍ତ୍ତମାନ ସମୟ ରେ ଅକ୍ଲାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ବେଶଭାଇରାଲ ହେଉଛି ଯେଉଁଥିରେ ସେ ଅକ୍ଲାନ୍ତ ମୃତ୍ୟୁକୁ ନିଜର ମତ ରଖିଛନ୍ତି ତେବେ ଚାଲନ୍ତୁ ଜାଣିବା କଣ କହିଛନ୍ତି ଡାକ୍ତର ଏନେଇ,
ତେବେ ଏହି ଡାକ୍ତରଙ୍କ ନେତୃତ୍ୱରେ ହୋଇଥିଲା ବରିଷ୍ଠ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଙ୍କ ର ଚିକିତ୍ସା । ଯେତେ ବେଳେ 1 ମାସ ଧରି ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ଅକ୍ଳାନ୍ତ ଠିକ୍ ସେତେବେଳେ ଏହି ଡାକ୍ତରଙ୍କ ଅଧୀନରେ ଚାଲିଥିଲା ଅକ୍ଲାନ୍ତଙ୍କ ଚିକିତ୍ସା । ଆଉ ଡାକ୍ତରଙ୍କ କହିବା କଥା 1 ନୁହେଁ ଦୁଇ ନୁହେଁ ତିନି ତିନିଟି ରୋଗ ରେ ଆକ୍ରାନ୍ତ ଥିଲେ ଅକ୍ଳାନ୍ତ ଦାସ । ତେବେ କିଛି ଔଷଧ ପରେ ଭଲ ହୋଇଥିଲେ କିନ୍ତୁ ତାପରେ ହଠାତ୍ ତାଙ୍କର ଦେହ ପୁଣି ଅସୁସ୍ଥ ହେବାକୁ ଲାଗିଥିଲା । ଆଉ ତା ପରେ ତାଙ୍କୁ ସଂଗେ ସଂଗେ ICU କୁ ନିଆ ଯାଇଥିଲା ହେଲେ ସେ ସେଠାରେ ମୃତ୍ୟୁ ବରଣ କରିଥିଲେ ।