ଦେଖନ୍ତୁ EXCLUSIVE :ଭିଡିଓ ମୋ ଦୁଇ ମାଉସୀ ହେଉଛନ୍ତି ollywood ର ସୁପରଷ୍ଟାର ..ମୁଁ ତାଙ୍କ ଠାରୁ ଅଭିନୟ ଶିଖିଛି..।ଏମିତି କହିଲେ ଅଭିନେତା ବୁଦ୍ଧଆଦିତ୍ୟ
ଓଲିଓଡ଼ ଇଣ୍ଡଷ୍ଟ୍ରି ର ରାଜକୁମାର ହିରୋ କହିଲେ ସମସ୍ତେ ଅଭିନେତା ବୁଦ୍ଧଆଦିତ୍ୟ ଙ୍କୁ ହିଁ ଜାଣନ୍ତି, ଯିଏ କି ଅନେକ ସୁନ୍ଦର ସୁନ୍ଦର ଫିଲ୍ମ କରି ଦର୍ଶକ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି | ସେ ଦେଖିବାକୁ ଯେତେ ହ୍ୟାଣ୍ଡସମ ତାଙ୍କ ଅଭିନୟ ବି ସେମିତି ଚମତ୍କାର ଅଟେ ତାଙ୍କ ଲୁକ୍ସ ରେ ପ୍ରାୟ ସମସ୍ତେ ଦିବାନି ଥାଆନ୍ତି | ତେବେ ଏହି କିଛି ଦିନ ହେବ ତାଙ୍କର ଜନ୍ମଦିନ ଯାଇଛି ଆଉ ତାଙ୍କ ଜନ୍ମଦିନ ରେ ସେ ସାକ୍ଷାତକାର ରେ ଦେଖା ହୋଇ ଥିଲେ | ଆଉ ସେ ସେଥିରେ ତାଙ୍କ ଜୀଵନ ର ଅନେକ କିଛି କଥା ସେୟାର କରିଛନ୍ତି ଯାହାକୁ ଶୁଣି ଦର୍ଶକ ମଧ୍ୟ ବେସ ପସନ୍ଦ କରିଛନ୍ତି |
ବୁଦ୍ଧଆଦିତ୍ୟ ତାଙ୍କ ଜନ୍ମଦିନ କୁ ନେଇ କହିଛନ୍ତି କି ସେ ତାଙ୍କ ଜନ୍ମଦିନ ରେ ପରିବାର ଙ୍କ ସହିତ ଅଛନ୍ତି ଆଉ ତାଙ୍କ ପରିବାର ସହିତ ହିଁ ଜନ୍ମଦିନ ଟିକୁ ମନେଇଛନ୍ତି | ଆଉ ଏହି ଜନ୍ମଦିନ ର ମୋର ପରିବାର, ଆର୍ଟିଷ୍ଟ ଏବଂ ମୋର ଶୁଭ ଚିନ୍ତକ ମାନେ ସମସ୍ତେ ମତେ ଯେତେ ମାତ୍ରା ରେ ଶୁଭେଚ୍ଛା ଜଣାଇ ଭଲ ପାଇବା ଅଜାଡି ଦେଇଛନ୍ତି ତାହାକୁ ନେଇ ମୁଁ ଚିର ଉପକୃତ ରହିବି |
ତେବେ ବୁଦ୍ଧଆଦିତ୍ୟ ସାକ୍ଷାତକାର ରେ କହିଛନ୍ତି କି ମହେଶ୍ୱତା ମାଉସୀ ମତେ ବହୁତ ରିଏଲ ଲାଇଫ ରେ ମଧ୍ୟ ଗାଇଡ଼ କରନ୍ତି, ସେ କୁହନ୍ତି କି ତୋର ଫିଗର ଭଲ ହାଇଟ ଭଲ ଟିସାର୍ଟ ପିନ୍ଧ ଗାର୍ଲଫ୍ରେଣ୍ଡ କର ବାଇକ ରେ ରାଇଡ କର କିନ୍ତୁ ମୁଁ ଖଟରେ ଅଳସୁଆ ଙ୍କ ପରି ପଡ଼ି ଦଣ୍ଡା ବାଳୁଙ୍ଗା ଦେଖୁ ଥାଏ |
ମୁଁ କଟକ ର ବାସିନ୍ଦା ଆଉ ମତେ କଟକ ର ଦହିବରା ଆଳୁଦମ, ବାରମଜା ଆଉ ପିଆଜି ମତେ ବହୁତ ଭଲ ଲାଗେ, ହୁଏତ ମତେ ଏହି କଟକ ରୁ କେହି ବାହାର କରି ଦେଇ ପାରନ୍ତି କିନ୍ତୁ ମୋ ଭିତରୁ କେବେ କଟକ କୁ ବାହାର କରି ପାରିବେ ନାହିଁ | ଆହୁରି ମଧ୍ୟ କହିଛନ୍ତି କି ଏବେକାର ପିଲା ମାନେ ବହୁତ ବ୍ୟସ୍ତ ହୋଇ ପଡ଼ୁଛନ୍ତି କିନ୍ତୁ ଆଗରୁ ଆମେ ଯେତେବେଳେ ପିଲା ଥିଲୁ ସେତେବେଳେ ନଈ କୂଳରେ ବସି ଯେଉଁ ଖଟି କରୁ ଥିଲୁ ତାର ମଜା କିଛି ନିଆଁରା ଥିଲା |
ଆଗରୁ ଫୋନ ନଥିଲା ହ୍ଵାଟ୍ସଆପ ନଥିଲା ତେଣୁ ଏବେକା ପିଲା ସମସ୍ତେ ଫୋନ ରେ ବ୍ୟସ୍ତ ରହୁଛନ୍ତି | ସେ ଏହା ମଧ୍ୟ କହିଛନ୍ତି କି ମୁଁ ବି କଲେଜ ଟାଇମ ରେ ଜଣଙ୍କୁ ପସନ୍ଦ କରିଥିଲି କିନ୍ତୁ ସେ ଝିଅ ଏବେ ବାହା ହୋଇ ସାରିଲାଣି | ତେବେ ଏଭଳି ଅନେକ କିଛି ସ୍ମୁତି ସାକ୍ଷାତକାର ମାଧ୍ୟମ ରେ ବୁଦ୍ଧଆଦିତ୍ୟ ସେୟାର କରିଛନ୍ତି |