ଦେଖନ୍ତୁ EXCLUSIVE :ଭିଡିଓ ମୋ ଆଗରେ ମାକୁ ନେଲୁ, ବାପାକୁ ନେଲୁ ..ଭାଇକୁ ବି ନେଲୁ I କି ସୁଖ ପାଇଲୁ ଜବାବ ଦେ ଭଗବାନ ,ମୁଁ ଅମ୍ଲାନ….ମୋତେ କଣ ପାଇଁ ବାକି ରଖିଛୁ..।ଏତେ ନିଷ୍ଠୁର ଆପଣ ….
ତେବେ ବର୍ତ୍ତମାନ ସମୟରେ ସ୍ୱର୍ଗତ ମିହିର ଦାସ ଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି, ତେବେ ଗତ ବର୍ଷ ମିହିର ଦାସ ଙ୍କ ମୃତ୍ୟୁ ପରେ ଧୀରେ ଧୀରେ ପରିବାର ଲୋକେ ସେ ଦୁଃଖ କୁ ଭୁଲିବା ପାଇଁ ଚେଷ୍ଟା କରୁଥିଲେ | ଏହା ସହିତ କିଛି ଦିନ ତଳେ ଅମ୍ଳାନ ଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇ ଥିଲା | ଏହି ଖୁସି ପରିବାର ରେ ବଢ଼ାଇ ଦେଇ ଥିଲା ଯାହା ଫଳରେ ମିହିର ଦାସ ଙ୍କର ବିୟୋଗ କୁ ସମସ୍ତେ ଭୁଲିବା ପାଇଁ ଚେଷ୍ଟା କରୁ ଥିଲେ | କିନ୍ତୁ ମିହିର ଦାସ ଙ୍କ ପରିବାର ଉପରେ ପୁଣି ବହୁତ ବଡ଼ ଦୁଃଖର ଖବର ଆସି ପହଞ୍ଚିଛି |
ମିହିର ଦାସ ଙ୍କର ସାନ ପୁଅ ଅକ୍ଲାନ୍ତ ଦାସ ସେ 24 ତାରିଖ ବିଳମ୍ବିତ ରାତିରେ ପ୍ରାଣ ତ୍ୟାଗ କରିଛନ୍ତି ଯାହାକି ଏହି ଖବର ଟି ତାଙ୍କ ପରିବାର କି ଆହୁରି ଦୁଃଖ ନେଇ ଆସିଛି | କାରଣ ଅକ୍ଲାନ୍ତ ଙ୍କୁ ମାତ୍ର 26 ବର୍ଷ ହୋଇ ଥିଲା ଆଉ ତାଙ୍କର ଲିଭର ଜନିତ ସମସ୍ୟା ରହିଥିଲା ଆଉ ଏହି ସମସ୍ୟା କୁ ନେଇ ସେ ଗତକାଲି ଏମ୍ସ ରେ ମୃତ୍ୟୁ ବରଣ କରିଛନ୍ତି | ତେବେ ଗତବର୍ଷ 2022 ଜାନୁଆରୀ 11 ତାରିଖ ରେ ମିହିର ଦାସ ଙ୍କର ବିୟୋଗ ଘଟି ଥିଲା ଏବଂ 2023 ଜାନୁଆରୀ ମାସ 24 ତାରିଖ ରେ ଅକ୍ଲାନ୍ତ ଙ୍କର ବିୟୋଗ ହୋଇଛି | ତେବେ ଗତ ବର୍ଷ ଜାନୁଆରୀ ରେ ବାପା ଚାଲି ଯାଇ ଥିଲେ ଆଉ ଏହି ବର୍ଷ ଜାନୁଆରୀ ରେ ପୁଅ ଚାଲି ଗଲେ ଯାହାକି ଏହି ଘଟଣା ଟି ଅମ୍ଳାନ ଦାସ ଙ୍କୁ ଖୁବ ବଡ଼ ଝଟକା ଦେଇଛି |
କାରଣ ପୂର୍ବରୁ ଅମ୍ଳାନ ତାଙ୍କ ମା ଙ୍କୁ ହରାଇ ଥିଲେ, ଗତ ବର୍ଷ ବାପା ଙ୍କୁ ହରାଇ ଥିଲେ ଆଉ ଏହି ବର୍ଷ ପୁଣି ନିଜ ସାନ ଭାଇ ଙ୍କୁ ହରାଇ ଦେଇଛନ୍ତି | ଭାଇ ଯିବା ପରେ ଏବେ ଅମ୍ଳାନ ଯେମିତି ପୁରା ଏକୁଟିଆ ହୋଇ ଯାଇଛନ୍ତି ଆଉ ଅଭିମାନ କରି ଆଖିରୁ ଲୁହ ଝରାଉଛନ୍ତି ଆଉ ଭଗବାନ ଙ୍କ ପାଖରେ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି ଭଗବାନ ତାଙ୍କ ସହିତ ଏମିତି ଖେଳ କାହିଁକି ଖେଳିଲେସବୁ ଦେଇ ବି ଆଜି ତାଙ୍କ ପାଖରେ କିଛି ନାହିଁ |
ଏତେ ବଡ଼ ଘର ଅଛି ହେଲେ ଘରେ କେହି ନାହାଁନ୍ତି, 12 ବର୍ଷ ତଳେ ମା କୁ ନେଇ ଗଲେ ପୁଣି ବର୍ଷେ ତଳେ ବାପା ଚାଲି ଗଲେ ଆଉ ଏବେ ସାନ ଭାଇ କୁ ବି ନେଇ ଗଲେ ଭଗବାନ ମୋ ପ୍ରତି ଏତେ ନିଷ୍ଠୁର କେମିତି ହୋଇ ପାରିଲେ ବୋଲି ଅମ୍ଳାନ କହୁଛନ୍ତି | ତେବେ ସମସ୍ତଙ୍କର ଆଶୀର୍ବାଦ ଅମ୍ଳାନ ଙ୍କ ଉପରେ ଥାଉ ଯାହା ଦ୍ୱାରା ସେ ମଜବୁତ ହୋଇ ଛିଡା ହୋଇ ପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।