(ମାଘ ସପ୍ତମୀ) ୨୮ ଜାନୁୟାରୀ ବଡ଼ ଶନିବାର,ଏହି ୧ ଜିନିଷ ମିଶେଇ ସୂର୍ଯ୍ୟଙ୍କୁ ଜଳ ଚଢ଼ାନ୍ତୁ କୋଟିପୁଣ୍ୟ ପ୍ରାପ୍ତି ହେବ
ଆପଣ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସମୟରେ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର ଆପଣଙ୍କର ରୋଗଜନିତ ସମସ୍ୟା, ଯେ କୌଣସି ସମସ୍ୟା ଦୂର ହୋଇଯିବ। ଏଣୁ ଏହା ସହିତ ଭଲ ଭଲ ଉପାୟ କୁହାଯାଇଛି। ହିନ୍ଦୁ ଧର୍ମ ଅନୁସାରେ ପଞ୍ଚଦେବ ମଧ୍ୟରୁ ଭଗବାନ ସୂର୍ଯ୍ୟ ଦେବଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି। କାରଣ ସୂର୍ଯ୍ୟ ଦେବ ପୃଥିବୀ ରେ ସାକ୍ଷାତ ଦର୍ଶନ ଦେଇଥାନ୍ତି। ଅର୍ଥାତ୍ ଜୀବନଯାପନ କରିବା ପାଇଁ ସୂର୍ଯ୍ୟ ଦେବ ଅତ୍ୟନ୍ତ ଆବଶ୍ୟକ ଅଟନ୍ତି। ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଗ୍ରହ ଠିକ୍ ସ୍ଥାନରେ ରହିଥାନ୍ତି ତାହେଲେ ରାଜପଦ ପ୍ରାପ୍ତି ହୋଇଥାଏ।
ଏହିଭଳି ବ୍ୟକ୍ତି ସବୁ ସ୍ଥାନରେ ସମ୍ମାନ ପାଇଥାନ୍ତି। ସରକାରୀ ଚାକିରି ପାଇଁ ମଧ୍ୟ ଆପଣଙ୍କର ଭାଗ୍ୟ ରେ ସୂର୍ଯ୍ୟ ଙ୍କର ଉଚିତ୍ ସ୍ଥାନରେ ରହିବା ଆବଶ୍ୟକ। ସୂର୍ଯ୍ୟ ଦେବଙ୍କୁ ଗ୍ରହ ମାନଙ୍କର ରାଜା କୁହାଯାଏ। ସୂର୍ଯ୍ୟ ଦେବଙ୍କର ଆରାଧନା କରିବା ଦ୍ୱାରା ବ୍ୟକ୍ତି ର ସବୁ ଅଶୁଭ ଗ୍ରହ ଶୁଭ ଗ୍ରହରେ ପରିବର୍ତ୍ତନ ହୋଇଥାଏ।
ବ୍ଯକ୍ତିଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ସମସ୍ତ ଗ୍ରହ ଅନୁକୂଳ ହୋଇ ଯାଇଥାନ୍ତି। ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଉତ୍ତମ ଉପାୟ ଅଟେ। ଖାସ୍ କରି ରବିବାର ଦିନ ସେହି ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଆରମ୍ଭ କରିଥାଏ ସେଭଳି ବ୍ୟକ୍ତି ଜୀବନରେ କେବେବି ହାରି ନଥାଏ। ସୂର୍ଯ୍ୟ ଦେବଙ୍କ ଜଳ ଦେବାର ମହିମା ଏବଂ ଲାଭ ଶାସ୍ତ୍ର ରେ ଲେଖା ହୋଇଛି। ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ରାମ ଅବତାର ନେଇଥିଲେ। ସେହି ସମୟରେ ମଧ୍ୟ ଭଗବାନ ବିଷ୍ଣୁ ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଉଥିଲେ। ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ସ୍ୱରୂପ ହିଁ ରାବଣର ସବୁ ପ୍ରୟାସ କୁ ବିଫଳ କରିବାରେ ଭଗବାନ ରାମ ସକ୍ଷମ ହୋଇଥିଲେ।
ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଇବା ସମ୍ବନ୍ଧ ଶାସ୍ତ୍ର ରେ ଲେଖା ଯାଇଛି ଏବଂ ଏହାର ସୁଫଳ ମଧ୍ୟ ଉଲ୍ଲେଖ ରହିଛି। ସୂର୍ଯ୍ୟ ଦେବଙ୍କ ଆରଧନା ଦ୍ୱାରା ଆପଣଙ୍କର ସବୁ ଅସୁବିଧା ଆପଣଙ୍କ ଠାରୁ ଦୂରେଇ ଯିବ। ଚାକିରି ର ଅସୁବିଧା ଦୂର ହେବ ତା ସହିତ ଚାକିରି ରେ ପଦନ୍ନୋତି ହେବ। ଯେଉଁ ବ୍ୟକ୍ତି ସବୁ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଆରଧନା କରିଥାଏ ବା ଜଳ ଅର୍ପଣ କରିଥାଏ, ସେହି ବ୍ୟକ୍ତି ଜୀବନରେ ସବୁବେଳେ ଖୁସି ରେ ରହିଥାଏ । ତେବେ ଏହି ପବିତ୍ର ମାଘ ସପ୍ତମୀ ଦିନ ବା ଆସନ୍ତା କାଲି ଜଳ ରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ ଦେଖିବେ ଚମତ୍କାର ।
ମାଘ ମାସ ରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ ଆଉ ଏହି ଗତି ଆସନ୍ତା କାଲି ରବିବାର ରେ ପଡିବାକୁ ଯାଉଛି ତେଣୁ ଏହିଦିନ ଆପଣ ସୂର୍ଯ୍ୟଙ୍କୁ ଜଳଅର୍ପଣ କରିବା ସମୟ ରେ ସେହି ଜଳରେ ଲାଲ ମନ୍ଦାର ଫୁଲ ଏବଂ ସିନ୍ଦୁର ମିଶାଇ “ଯଥା ଜନ୍ମ କୃତଂ ପାପଂ ମୟା ଜନ୍ମସୁ ଜନ୍ମସୁ ତନ୍ମେ ରୋଗଂ ତ ଶୋକଂ ଚ ମାକରୀ ହନ୍ତୁ ସପ୍ତମୀ ।। ଏମନ୍ତ ଜନ୍ମ କୃତଂ ପାପଂ ଯଚ୍ଚ ଜନ୍ମାନ୍ତରାର୍ଜିତମ,ମନୋବାକ କାୟଜଂ ଯଚ୍ଚ ଜ୍ଞାତଽଜ୍ଞାତା ତ ଯେପୁନଃ ॥ ଏହି ମନ୍ତ୍ର ଜପ କରି ସୂର୍ଯ୍ୟଙ୍କୁ ଜଳଅର୍ପଣ କରିଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।