ପୁରୁଷ କ୍ଷମତା କୁ ଦୁଇ ଗୁଣା କରିବାକୁ ଖାଆନ୍ତୁ ଏହି ସବୁ ଜିନିଷ – PREGNANCY TIPS

ମାତୃତ୍ବ ଲାଭ ଜଣେ ନାରୀ ପାଇଁ ବହୁତ ସୌଭାଗ୍ୟ ନେଇ ଆସିଥାଏ। ବିବାହ ପରେ ପ୍ରତ୍ୟେକ ଦମ୍ପତି ସନ୍ତାନ ଟିଏ ଚାହିଁଥାନ୍ତି। ନାରୀଟିଏ ଯେତେବେଳେ ଗର୍ଭ ଧାରଣ କରେ ସେତେବେଳେ ସେହି ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ। କିନ୍ତୁ କୌଣସି କାରଣ ବଶତଃ ବେଳେବେଳେ କିଛି ଦମ୍ପତି ସନ୍ତାନ ସୁଖ ସୌଭାଗ୍ୟ ପାଇ ପାରନ୍ତି ନାହିଁ। ଯେଉଁ କାରଣରୁ ସେମାନେ ବହୁତ ଚିନ୍ତିତ ହୋଇ ରହିଥାନ୍ତି। ତେବେ ସନ୍ତାନ ହୀନତାର ଅନେକ କାରଣ ରହିଛି। ଦୈନନ୍ଦିନ ଜୀବନ ଶୈଳୀ ଏଥି ସହିତ ଠିକ୍ ସମୟରେ ସହବାସ, ସ୍ୱାମୀ ଓ ସ୍ତ୍ରୀ କୋଉ ସମୟରେ ସମ୍ପର୍କ ରଖୁଛନ୍ତି ତାହା ଉପରେ ପ୍ରେଗନେନ୍ସି ନିର୍ଭର କରିଥାଏ। ବହୁତ ଦମ୍ପତି ଏମିତି ରହିଛନ୍ତି ସେମାନେ ସନ୍ତାନ ପାଇଁ ତ ପ୍ଲାନିଂ କରି ଦେଇଥାନ୍ତି କିନ୍ତୁ ସେମାନେ ଜାଣି ପାରନ୍ତି ନାହିଁ ସେମାନେ କେଉଁ ସମୟରେ ସମ୍ପର୍କ ରଖିଲେ ଯାଇ ଗର୍ଭ ସମ୍ଭବ ହୋଇ ପାରିବ।

ହେଲେ ଅନେକ ସମୟରେ ପ୍ରେଗନେଣ୍ଟ ନ ହେବା ପଛରେ ପୁରୁଷର ବି ଦୋଷ ରହିଥାଏ ଯାହାକୁ କେହି ନଜର ଦିଅନ୍ତି ନାହିଁ। ଯେତେବେଳେ ପୁରୁଷର ଅଧିକ ସ୍ପର୍ମ ତିଆରି ହେଇ ନଥାଏ ସେତେବେଳେ ପ୍ରେଗନେନ୍ସି ନହେବା ପଛରେ ଦୋଷ ପୁରୁଷ ର ରହିଥାଏ ।ତେବେ ଯେତେବେଳେ ପୁରୁଷ ଙ୍କର ହରମୋନ ଖରଣ ହେଇ ନଥାଏ ଓ ସ୍ପର୍ମ ବି ଖୁବ କମ ନିର୍ଗତ ହୁଏ ତାହାକୁ ଆଯସଫ୍ରମିଆ ବୋଲି କୁହାଯାଏ ।ହେଲେ ଆପଣ ଘରୋଇ ରିମେଡି ଦ୍ଵାରା ପୁରୁଷ ଙ୍କର ସ୍ପର୍ମ କୁ ବଡାଇ ପାରିବେ ଆଉ କ୍ବାଲିଟି ସ୍ପର୍ମ ବି ନିର୍ଗତ ହେଇଥାଏ ।ତେବେ ମନେ ରଖିବେ କିଛି ଏମିତି ଖାଦ୍ୟ ଯାହା ପୁରୁଷ କ୍ଷମତା କୁ ଦ୍ୱିଗୁଣିତ କରିଥାଏ ।

୧- ମେଥି ପାଣି

ପୁରୁଷ ଙ୍କ ପାଖରେ ଟେଷ୍ଟୋଷ୍ଟିରନ ହରମୋନ କୁ ବଡାଇବା ଓ ସ୍ପର୍ମ ର କ୍ୱାଲିଟି ଓ ପରିମାଣ କୁ ବଡାଇବା ପାଇଁ ମେଥି ଖୁବ ଉପକାରୀ ।ତେବେ ରାତିରେ ଆପଣ କିଛି ମେଥିକୁ ନେଇ ଗୋଟିଏ ଗ୍ଲାସ ପାଣିରେ ଭିଜେଇ ଦିଅନ୍ତୁ ଆଉ ସକାଳେ ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ କିନ୍ତୁ ଏହି ପାଣି ପିଇବା ପରେ କୌଣସି ଖାଦ୍ୟ ଖାଇବେ ନାହିଁ 15 ମିନିଟ ଯାଏ ।

୨- ଜୀଙ୍କ

ତେବେ ଶରୀରର ଜୀଙ୍କ ସ୍ପର୍ମ ର ମାତ୍ର କୁ ବଡାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।ସେଥିପାଇଁ ଚେଷ୍ଟା କରନ୍ତୁ ନିଜ ବ୍ରେକଫାଷ୍ଟ ରେ ଅଣ୍ଡା ବା ପନିର ଖାଇବା ପାଇଁ ଏହାଛଡା ଲଞ୍ଚରେ ବି ମାଛ ମାଂସ ଖାଇବାକୁ ।ଏହା ବ୍ୟତୀତ ଆପଣ ଭିଟାମିନ ସି ଜାତୀୟ ଖାଦ୍ୟ ଯେପରି- ଅଁଳା ଯୁସ,କମଳା ଯୁସ,ଡାଲିମ୍ବ ଓ କଦଳୀ ଆଦି ଖାଇଲେ ଖୁବ ଭଲ ।

୩- ଅଖରୋଟ ଓ ଚକୋଲେଟ୍

ଅଖରଟ କୁ ରାତିରେ ଭିଜେଇ ସକାଳେ ଖାଇଲେ ଓ ଚକଲେଟ ବି ଖାଇବା ଯୋଗୁଁ ସ୍ପର୍ମ ର ପରିମାଣ ବଡ଼ିଥାଏ ।

୪- ଗଜା ଖାଦ୍ୟ

ଯଦି ଗଜା ମୁଗ, ବୁଟ ସବୁଦିନ ଆପଣ ଖାଇଲେ ବି ଶରୀରପାଇଁ ଖୁବ ଭଲ ଓ ଏହା ବି ସ୍ପର୍ମ ବଡିବାରେ ସାହାଯ୍ୟ କରେ ।

୫- ଅଶ୍ୱଗନ୍ଧା

ଆପଣ ଯଦି ପ୍ରତ୍ୟେକ ଦିନ ଅଶ୍ୱଗନ୍ଧା ଗୁଣ୍ଡ କୁ ଗୋଟିଏ ଗ୍ଲାସ ପାଣିରେ ମିଶାଇ ପିଉଛନ୍ତି ତାହେଲେ ସୁନିଶ୍ଚିତ ଭାବରେ ପୁରୁଷ ର ସ୍ପର୍ମ ଗୁଣବତା ଓ ସଂଖ୍ୟା ବୃଦ୍ଧି ହେବ ।

Leave A Reply

Your email address will not be published.