ଦେଖନ୍ତୁ EXCLUSIVE :ଭିଡିଓ ପ୍ରେମବାୟାଣୀ ମାଆ କୁନିଝିଅକୁ ଛାଡି ପ୍ରେମିକ ସହିତ ମା ଫେରାର…

ଆଜିକାଲି ର ସମାଜ ଏତେ ମାତ୍ରା ରେ କଳୁଷିତ ହୋଇ ଗଲାଣି ଯେ ଯାହାକୁ ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ | ବିବାହ କଲା ପରେ ମଧ୍ୟ ଦମ୍ପତି ମାନେ ଅନ୍ୟ କାହା ସହ ସମ୍ପର୍କ ରଖିବା ପାଇଁ ପଛାଉ ନାହାଁନ୍ତି | ଏମିତି କି ନିଜ ସଂସାର କୁ ଛାଡ଼ି ଛୋଟ ଛୁଆ କୁ ମଧ୍ୟ ଛାଡ଼ି ଅନ୍ୟ କାହା ସହ ପ୍ରେମରେ ପଡ଼ି ଚାଲି ଯାଉଛନ୍ତି | ତେବେ ସେଭଳି ଏକ ନିନ୍ଦନୀୟ ଘଟଣା ପୁଣି ଦେଖିବା ପାଇଁ ମିଳିଛି ଯାହାକି ଖୁବ ଆଶ୍ଚର୍ଯ୍ୟ ଜନକ ଅଟେ |

ସରକାର ମୋ ଛୋଟ ଝିଅ ଟିକୁ ନେଇ ଯାଅ ତାର ଚିକିତ୍ସା କର ତାକୁ ବଡ଼ କରି ଭଲ ମଣିଷ ଟିଏ କରି ଦିଅ | ଝିଅ କଥା ମୁଁ ଭଲକି ବୁଝି ପାରୁ ନାହିଁ କଅଁଳା ଛୁଆ ଟିକୁ ଛାଡ଼ି ତା ମା ପର ପୁରୁଷ ସହ ଚାଲି ଯାଇଛି | ଗଜପତି ଜିଲ୍ଲା ମୌନା ଅଞ୍ଚଳ ର ସତ୍ୟବାନ ନାୟକ ଏମିତି କିଛି ଗୁହାରି କରିଛନ୍ତି ଜନ୍ମ କଲା ମା ପାଇଁ ଅଧା ବୟସ ରେ ପ୍ରେମ ଟା ବଡ଼ ହୋଇ ଗଲା ହାତରେ ଖାଇ ଶିଖି ନଥିବା ଓ ଦୁନିଆଁ କଣ ଭଲ କରି ଜାଣି ନଥିବା ଛୁଆ ଟି କୁ ଛାଡ଼ି ପ୍ରେମିକ ସହ ମାଆ ଛୁ ମାରିଲା |

 

ମମତା କୁ ତୁଚ୍ଛ କରି ପ୍ରେମିକ କୁ ମା ଆଦରି ନେଲା ଯାହାକି ଏପଟେ ପରିବାର ଟି ପୁରା ଅସହାୟ ହୋଇ ପଡ଼ିଛି | ପତ୍ନୀ ଓ ଅଢେଇ ବର୍ଷ ର ଝିଅ ସହିତ ବୁଢ଼ୀ ମା କୁ ଭଲ ରେ ଟିକେ ପ୍ରତି ପୋଷଣ କରିବାକୁ ଭଲରେ ରଖିବାକୁ ସତ୍ୟବାନ କାମ କରିବା ପାଇଁ ବାଙ୍ଗାଲୋର ଯାଇ ଥିଲେ |

ହେଲେ ସତ୍ୟବାନ ଙ୍କର ସବୁ ସ୍ୱପ୍ନ ଛାରଖାର ହୋଇ ଗଲା କାମରୁ ଫେରି ଜାଣିବାକୁ ପାଇଲେ ଯେ ପତ୍ନୀ ସୁନିତା ଘର ଛାଡ଼ି କୁଆଡେ ଚାଲି ଯାଇଛନ୍ତି | ଆଉ ଗାଁ କୁ ଫେରି ଶୁଣିବାକୁ ପାଇଲେ କି ପତ୍ନୀ ଅନ୍ୟ ପୁରୁଷ ସହ ସଂସାର କରିବା ପାଇଁ ଚାଲି ଗଲେ |

ଏହି ଘଟଣା କୁ ନେଇ ସତ୍ୟବାନ ଥାନାରେ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ କିଛି କଲା ନାହିଁ | ଏବେ ଅଢେଇ ମାସ ଝିଅର ଲାଳନ ପାଳନ କରିବା ଏବଂ ବୁଢ଼ୀ ମାର ସେବା କିପରି କରିବେ ତାହାକୁ ନେଇ ସତ୍ୟବାନ ଚିନ୍ତା ରେ ଭାଙ୍ଗି ପଡିଛନ୍ତି | ଝିଅକୁ ଅଢେଇ ବର୍ଷ ହେଲାଣି ହେଲେ ନା ଚାଲି ପାରୁଛି ନା ବସି ପାରୁଛି ଏବେ ଏହି ଦିବ୍ୟାଙ୍ଗ ଶିଶୁ ର ଚିକିତ୍ସା ଓ ଯତ୍ନ ନେବା ସତ୍ୟବାନ ଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ | ଏଭଳି ଶିଶୁ ର ଲାଳନ ପାଳନ ଦାୟିତ୍ୱ ସରକାର ନିଅନ୍ତୁ ବୋଲି ବାପା ନେହୁରା ହୋଇ କହିଛନ୍ତି | ତେବେ ଏଭଳି ଏକ ଘଟଣା ଯିଏ ବି ଶୁଣିବ ଏହି କୁନି ଶିଶୁ ଟି ପାଇଁ ଆଖିରୁ ଲୁହ ଚାଲି ଆସିବ |

Leave A Reply

Your email address will not be published.