ଦେଖନ୍ତୁ Shocking ଭିଡ଼ିଓ : CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

ଜୀବନରେ କେବଳ ଗୋଟିଏ ସତ୍ୟ,ତାହା ହେଉଛି ମୃତ୍ୟୁ।ଏହି ଦୁନିଆରେ ଜନ୍ମ ଗ୍ରହଣ କରିଛୁ ମାନେ ଆମର ମୃତ୍ୟୁ ସୁନିଶ୍ଚିତ।ମୃତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ।ମୃତ୍ୟୁ ଯେ କେତେବେଳେ କାହା ରୂପରେ ଆସିବ ତାହା କେହି କହି ପାରିବେ ନାହିଁ ଏବଂ ମୃତ୍ୟୁ କେବେ,କେଉଁଠି ଓ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ।ଏହା କେବଳ ସେହି ସୃଷ୍ଟି କର୍ତ୍ତା ଙ୍କ ହାତରେ ଅଛି।

ମାତ୍ର ମୃତ୍ୟୁ ଏପରି ଏକ ଜିନିଷ ସେ କେବେବି ଧନୀ-ଗରିବ,ଜାତି- ବର୍ଣ୍ଣ,ବୟସ ଇତ୍ୟାଦି କିଛି ଦେଖି ନଥାଏ।ଏହା ସମସ୍ତଙ୍କ ପାଇଁ ସମାନ।ଆଉ ମଣିଷର ମଣିଷର ମୃତ୍ୟୁ ସିନା ଘଟେ,କିନ୍ତୁ ସେ ଛାଡ଼ି ଯାଏ ଶୋକର ଛାୟା।କୌଣସି ବ୍ୟକ୍ତି ର ମୃତ୍ୟୁ ପରେ ସେହି ପରିବାରରେ ଖେଳି ଯାଏ ଶୋକ ର ବାର୍ତ୍ତା।ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ମଧ୍ୟ କହିବେ କି ଭାଗ୍ୟ ଭଲ ଥିଲା ବୋଲି ବଞ୍ଚିଗଲା ।

1 .ପ୍ରଥମ ଭିଡ଼ିଓଟି ହେଉଛି କେରଳ ଯେଉଁ ଠାରେ ଦୁଇ ଜଣ ବ୍ୟକ୍ତି ଘରର ବାଲକୋନୀରେ ଛିଡା ହୋଇ କଥା ହେଉଥିବା ସମୟରେ ଜଣେ ବ୍ୟକ୍ତି ବାଲକୋନିର ପାଚେରୀରେ ବସୁଥିବା ସମୟରେ ହଠାତ ପାଚେରୀ ରୁ ତଳକୁ ପଡିଗଲେ। କିନ୍ତୁ ଭାଗ୍ୟବଶତଃ ପାଖରେ ଥିବା ଲୋକ ଜଣଙ୍କ ସଂଗେ ସଂଗେ ତାଙ୍କୁ ଧରି ପକେଇଲେ ଏବଂ ତାଙ୍କୁ ଉପର କୁ ଟାଣି ଆଣିଲେ। କିନ୍ତୁ ଥରେ ଭାବନ୍ତୁ ତ ଯଦି ଟିକିଏ ଲେଟ ହୋଇଥିଲେ ବ୍ୟକ୍ତି ଙ୍କ ର ମୃତ୍ୟୁ ନିଶ୍ଚିତ ହୋଇଥାନ୍ତା ।

2. ଦ୍ୱିତୀୟ ଭିଡ଼ିଓଟିରେ ଦେଖା ଯାଇଛି କି ଜଣେ ବ୍ୟକ୍ତି ଟ୍ରେନ ଲାଇନ ଦେଇ ତାଙ୍କର ସାଇକେଲ କୁ ପାସ କରୁଛନ୍ତି। ଆଉ ସାଇକେଲ ଟିକୁ ବାହାର କରିବା ପରେ ତଳେ ତାଙ୍କର କିଛି ଜିନିଷ ପଡି ଯାଉଛି ଯାହାକୁ ସେ ବାହାର କରିବାକୁ ଚେଷ୍ଟା କରୁଥିଲେ , ମାତ୍ର ତାଙ୍କର ଧ୍ୟାନ ନଥିଲା କି ଏପଟେ ଟ୍ରେନ ଟି ଆସି ତାଙ୍କ ପାଖରେ ପହଁଚିଲାଣି ବୋଲି। ତେବେ କିନ୍ତୁ ସଂଗେ ସଂଗେ ଜଣେ ରେଳ କର୍ମଚାରୀ ଆସି ତାଙ୍କୁ ଟ୍ରାକ ରୁ ଟାଣି ଆଣି ତାଙ୍କର ଜୀବନ ବଞ୍ଚାଇ ଦେଲେ।

3. ତୃତୀୟ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ କୌଣସି କାରଣରୁ ଟ୍ରେନଟି ଷ୍ଟେସନରେ ନ ପହଞ୍ଚି ରେଲୱେ ଟ୍ରାକରେ ଅଟକି ଯାଇଥିଲା | ଆଉ ଯାହା ଯୋଗୁଁ କିଛି ଲୋକ ସେହି ଠାରେ ଟ୍ରେନରୁ ଅଲ୍ହେଇକି ତାଙ୍କର ଜିନିଷ ପତ୍ରକୁ ନେଇକି ଟ୍ରେନ ଟ୍ରାକର ଆଉ ଗୋଟିଏ ପାଖକୁ ଯାଉଥିଲେ |

କିନ୍ତୁ ଏମିତି ଅସାବଧାନତାର ସହିତ ସେମାନେ ଟ୍ରେନ ଟ୍ରାକ କୁ ପାରି ହେଉଥିଲେ କି ଆଉ ଗୋଟିଏ ଟ୍ରେନ ଯେ ଆଗରୁ ଆସୁଛି ତାହାକୁ କେହିବି ଧ୍ୟାନ ଦେଇନଥିଲେ | ଆଉ ଜଣେ ମହିଳା ଏତେ ଜିନିଷ ପତ୍ର ବୋହିବାରେ ବ୍ୟସ୍ତ ହୋଇଯାଇଥିଲେ କି ସେ ଆଗ ପଛ କୁଆଡ କୁ ବି ଅନେଇ ନାଁ ଥିଲେ ଆଉ ଠିକ ସେହି ସମୟରେ ଟ୍ରେନ ଆସିଯାଇଥିଲା | ଆଉ ଟ୍ରେନ ଟି ତାଙ୍କ ପାଖରେ ପହଂଚିବାର ମାତ୍ରା 2 ସେକେଣ୍ଡ ପୂର୍ବରୁ ମହିଳା ଜଣଙ୍କ ଟ୍ରେନ ଟ୍ରାକ ପାରି ହେଇ ଯାଇଥିଲେ | ତେବେ ନିଜର ଟିକିଏ ଅସାବଧାନତା କାରଣରୁ ମହିଳା ଜଣଙ୍କର ଆଜି ଜୀବନ ଚାଲିଯାଇଥାନ୍ତା | ଯାହା ଏବେ ଏହି ଘଟଣା ଟି ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.