ହାତୀ କୁ ଚିଡ଼େଇବା ପଡିଲା ମହଙ୍ଗା, କିଛି କ୍ଷଣ ପରେ ଚାଲିଗଲା youth ଙ୍କର ଜୀବନ, ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଘଟଣା ଭାଇରାଲ ତ ହୋଇ ଥାଏ ଯାହା ବେଳେ ବେଳେ କିଛି ଭଲ ଲାଗି ଥାଏ ତ ପୁଣି ଖୁବ ଆଶ୍ଚର୍ଯ୍ୟ ମଧ୍ୟ କରି ଦେଇ ଥାଏ | ଆପଣ ତ ଜାଣିଛନ୍ତି ମଣିଷ ଭୟଙ୍କର ପଶୁ ପକ୍ଷୀ କୁ ଦେଖିଲେ ଡରି ଯାଇଥାଏ କାରଣ ଏହି ପଶୁ ମାନେ ମଣିଷ ର ଜୀଵନ ମଧ୍ୟ ନେଇ ଯାଇ ଥାଆନ୍ତି | କିନ୍ତୁ ପଶୁ ମଧ୍ୟ ନିଜକୁ ରକ୍ଷା କରିବାକୁ ଯାଇ ହିଁ ମଣିଷ ଉପରେ ଆକ୍ରମଣ କରିଥାଏ, ପ୍ରାୟ ସମୟରେ ଦେଖିବାକୁ ମିଳେ କି ମଣିଷ ହିଁ ପଶୁ ସହିତ ଲାଗିବାରୁ ପଶୁ ମନୁଷ୍ୟ କୁ ଆକ୍ରମଣ କରିଥାଏ ଯାହାର ପରିଣାମ ସେହି ବ୍ୟକ୍ତି ହିଁ ଭୋଗି ଥାଏ |

 

ତେବେ ସେଭଳି ଏକ ଘଟଣା ପୁଣି ସାମ୍ନା କୁ ଆସିଛି ଯେଉଁଠି ଏକ ବ୍ୟକ୍ତି ହାତୀ କୁ ଚିଡାଇବାରୁ ହାତୀ ଟି ସେହି ବ୍ୟକ୍ତି ର ଜୀଵନ ନେଇ ଯାଇଛି | ଅନେକ ସମୟରେ ଜଙ୍ଗଲ ରୁ ସହର ଭିତରକୁ ହାତୀ ପଶି ଯାଇଥାଏ ଆଉ ଯଦି ହାତୀ ଥରେ ରାଗିଛି ତେବେ ସବୁକିଛି ଧ୍ୱଂସ କରି ଦେଇଥାଏ | ଏଠାରେ ମଧ୍ୟ ସେଭଳି କିଛି ଘଟିଛି ଯାହାକୁ ଶୁଣିଲେ ଆପଣ ଅବାକ ହୋଇ ଯିବେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ତେବେ ଆସନ୍ତୁ ପୁରା ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |

ଏଭଳି ଏକ ଘଟଣା ଆସାମ ନୁମାଲୀ ଗଡରେ ମୋରାଗୀଟି ଷ୍ଟେଟରୁ ଦେଖିବା ପାଇଁ ମିଳିଛି ଯାହାକି ସୂଚନା ଅନୁଯାୟୀ, NH ୩୯ ରାସ୍ତା ଅତିକ୍ରମ କରି କିଛି ଜଙ୍ଗଲୀ ହାତୀ ପଲ କ୍ଷେତର ବାଡ଼ ଭାଙ୍ଗି ସେହି ବାଟ ଦେଇ ଯାଉ ଥିଲେ | ଠିକ ସେହି ସମୟରେ ସେଠାକାର ସ୍ଥାନୀୟ ଲୋକ ମାନେ ହାତୀ ପଲଙ୍କୁ ଚିଡାଇବା ସହିତ ହାତୀ ସମ୍ନାରେ ଗାମୁଛା ହଲାଇ ଥିଲେ, ସେମାନେ ହାତୀ ପଲଙ୍କୁ ବାରମ୍ବାର ଚିଡାଇବା ଯୋଗୁ,

ଅନେକ ହାତୀ ମଧ୍ୟରୁ ଗୋଟିଏ ହାତୀ ଚିଡି ଯିବା ସହିତ ଖୁବ ଜୋର ସୋର ଭାବରେ ରାଗି ମଧ୍ୟ ଯାଇଥିଲା | ତେବେ ହାତୀଟି ଚିଡି ଯାଇ ଲୋକ ମାନଙ୍କୁ ଖୁବ ଜୋର ଦୌଡାଇ ଥିଲା, ଅତ୍ୟଧିକ ଦୋୖଡେଇବା ଫଳରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ କଚାଡି ହୋଇ ମୁହଁ ମାଡି ହୋଇ ତଳେ ପଡି ଯାଇଥିଲେ |

 

ଯୁବକ ଜଣଙ୍କ ପଡ଼ି ଯିବା ପରେ ହାତୀ ଟି ଯୁବକ ଙ୍କର ଗୋଡ଼ ଆଉ ହାତ କୁ ଦଳି ଦେଇ ଥିଲା ଆଉ ପରେ ପରେ ଘଟଣା ସ୍ଥଳରୁ ଚାଲି ଯାଇଥିଲା | ତେବେ ଘଟଣା ସ୍ଥଳରେ ହିଁ ହାତୀ ଟି ଗୁରୁତର ହୋଇ ପଡ଼ି ଥିଲା ଆଉ ସ୍ଥାନୀୟ ଲୋକ ମାନେ ସଙ୍ଗେ ସଙ୍ଗେ ଯୁବକ ଙ୍କୁ ଉଦ୍ଧାର କରି ଗୋଲଘାଟ ସିଭିଲ ହସ୍ପିଟାଲ ରେ ଭର୍ତ୍ତି କରି ଥିଲେ କିନ୍ତୁ ଯୁବକ ଙ୍କର ମୃତ୍ୟୁ ହୋଇ ଯାଇଛି ବୋଲି ଯାହା ଡାକ୍ତର ସୂଚନା ଦେଇ ଥିଲେ | ତେବେ ଆପଣ ମଧ୍ୟ ହାତୀ ଠାରୁ ଦୂରେଇ ରୁହନ୍ତୁ ନଚେତ ଆପଣ ଙ୍କର ମଧ୍ୟ ଏଭଳି ଭାବରେ ଜୀଵନ ଚାଲି ଯିବାର ସମ୍ଭାବନା ରହିଛି |

Leave A Reply

Your email address will not be published.