ବର୍ତ୍ତମାନ ଆପଣ ଜାଣିଥିବେ ନିଶ୍ଚିତ ଅନେକ ବ୍ୟକ୍ତିଙ୍କ ପାଖରେ ଚର୍ମ ଜନିତ ରୋଗ ଅଧିକ ମାତ୍ରାରେ ଦେଖା ଦେଉଛି, ଏହି ସମସ୍ୟା ପ୍ରାୟ ଶୀତ ଦିନରେ ଅଧିକ ଦେଖା ଦେଉଛି ।ସ୍କିନ ଉପରେ ଯାଦୁ କାଛୁ ପରି ଅନେକ ବାହାରି କୁଣ୍ଡେଇବା ସହିତ ବହୁତ କଷ୍ଟ ମଧ୍ୟ ଦେଇଥାଏ, ଏହି ସ୍କିନ ଜନିତ ସମସ୍ୟା ଥିଲେ ବ୍ୟକ୍ତି ବିରକ୍ତ ହୋଇଯାଏ ।ଯେତେ ଔଷଧ ଖାଇଲେ ମଧ୍ୟ ତାହା ସମ୍ପୂର୍ଣ ଭଲ ହୋଇନଥାଏ।ଯେତେବେଳେ କାହାକୁ ଚର୍ମ ରୋଗ ହେଇଥାଏ ସେହି ବ୍ୟକ୍ତି ଜାଣିଛନ୍ତି ଏଥିରେ କେତେ କଷ୍ଟ ସହିବାକୁ ପଡିଥାଏ ।
ତେବେ ପ୍ରଥମେ ପ୍ରଥମେ ଯେତେବେଳେ ଚର୍ମ ରୋଗ ଆରମ୍ଭ ହୁଏ ସେତେବେଳେ ଗୋଟିଏ ଜାଗାରେ ନାଲି ପଡି କୁଣ୍ଡେଇ ଆରମ୍ଭ ହୁଏ ।ଆଉ ଧିରେ ଧିରେ ସେହି ଜାଗାରେ ଘା ହେଇଯାଏ ଆଉ ବାରମ୍ବାର କୁଣ୍ଢେଇ ହେବା ଯୋଗୁ ସେହି ଜଗରୁ ପାଣି ବୋହିଥାଏ ।
ଆପଣ ସେତେବେଳେ କିଛି ବି ମେଡିସିନ ବା କେମିକାଲ ଯୁକ୍ତ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ସେହି କୁଣ୍ଡେଇ ବଡିବାରେ ଲାଗିଥାଏ ଆଉ ଭଲ ହେଇ ନଥାଏ ।ତେବେ ଏହି ପରି ଚର୍ମ କୁ ଭଲ କରିବା ପାଇଁ ଆଜିର ଏହି ଉପାୟ ଖୁବ ଗୁଣକାରୀ ଯାହା ମୂଳରୁ ଚର୍ମ ତଙ୍କୁ ଭଲ କରିଥାଏ ।ଏହି ଗୋଟିଏ ଚର୍ମ ରୋଗ ନୁହଁ ବରଂ ସମସ୍ତ ପ୍ରକାର ଚର୍ମ ରୋଗକୁ ସମ୍ପର୍ଣ୍ଣ ଭଲ କରିବ।
ଚର୍ମ ରୋଗ ଭଲ କରିବାର ଉପାୟ –
ଆପଣ ଗୋଟିଏ ପିଲା ନହେଇଥିବା ଗାଈ ର ଗୋମୂତ୍ର ଆଣନ୍ତୁ ,ତାହାକୁ ଗୋଟିଏ ସଫା କାଚ ବୋତଲ ଭିତରେ ପୁରେଇ ଦିଅନ୍ତୁ ।ଆଉ ସେହି ଗୋମୂତ୍ର କୁ ଆପଣ ନିଜର ଚର୍ମ ରୋଗ ହେଇଥିବା ଜାଗାରେ ଭଲ ଭାବରେ ଢାଳି ଲଗାନ୍ତୁ ।ଆଉ ସେମିତି ସେହି ଜାଗାକୁ କିଛି ଘଂଟା ପାଇଁ ରଖି ଦିଅନ୍ତୁ ତାପରେ ସେହି ଜାଗାକୁ ଭଲ ପାଣିରେ ଧୋଇ ସଫା କରି ଦିଅନ୍ତୁ ।ତେବେ ଏମିତି କରିବାର କିଛି ଦିନ ପରେ ଦେଖିବେ ଆପଣଙ୍କ ଚର୍ମ ରୋଗ ମୂଳରୁ ଭଲ ହେଇଯିବ ଆଉ ତାହାର ଚିହ୍ନ ବର୍ଣ୍ଣ ନଥିବ ।
-ଏହା ବ୍ୟତୀତ ଯେତେବେଳେ ଆପଣଙ୍କ ଶରୀର ରେ ଖରାପ ଜିନିଷ ଜମା ହେଇଯାଏ ସେତେବେଳେ ବି ଚର୍ମ ରୋଗ ହେବାର ଖୁବ ସମ୍ଭାବନା ରହିଥାଏ ।ଯେମିତି ଯେଉଁ ମାନଙ୍କର ଝାଡ଼ା କ୍ଲିଅର ନ ହୋଇଥାଏ ସେମାନଙ୍କ ପାଖରେ ଚର୍ମ ରୋଗ ବହୁତ ମାତ୍ରାରେ ଦେଖାଯାଏ ।ତେଣୁ ଆପଣ ଝାଡ଼ା କ୍ଲିଅର କରିବା ପାଇଁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଅଧା ଲିଟର ନର୍ମାଲ ପାଣି ବା ଉଷୁମ ପାଣି ପିଅନ୍ତୁ ।ଏମିତି କଲେ ଦେଖିବେ ଆପଣଙ୍କ ଝାଡା କ୍ଲିଅର ହେବ ଓ ଚର୍ମ ରୋଗ ହେବାର ଚାନ୍ସ କମିଯାଏ ।