Life Style – ପସନ୍ଦ କରନ୍ତୁ ଏହି 3ଟି ରୁ ଗୋଟିଏ ଗୋଲାପ ଓ ଜାଣନ୍ତୁ ନିଜର ଭବିଷ୍ୟତ କିପରି ରହିବ – ଆପଣ କିପରି ବ୍ୟକ୍ତି ଅଟନ୍ତି
ଆମେ ସୋସିଆଲ ମିଡ଼ିଆ ରେ ଅନେକ କଥା ସମ୍ପର୍କ ରେ ଅବଗତ ହୋଇ ପାରିଥାଉ ଯାହାକି ଆମେ ଏହା ଦ୍ୱାରା ସତର୍କ ମଧ୍ୟ ହୋଇ ପାରୁ | ତେବେ ଆପଣ ତ ଜାଣିଛନ୍ତି ପ୍ରକୃତି ରୁ ମିଳୁ ଥିବା ଏକ ଚମତ୍କାର ଜିନିଷ ହେଉଛି ଫୁଲ ଯାହାକି ଏକ ହିନ୍ଦୁ ଧର୍ମ ରେ ଅନେକ ଶୁଭ କାର୍ଯ୍ୟ ରେ ବ୍ୟବହାର କରାଯାଇ ଥାଏ | ଯେମିତି କି କୌଣସି ପୂଜା ହେଉ କିନ୍ତୁ ବିବାହ କାର୍ଯ୍ୟ ହେଉ ଏହି ଫୁଲ କୁ ହିଁ ସବୁ ସ୍ଥାନରେ ବ୍ୟବହାର କରାଯାଇ ଥାଏ | ଏହି ଫୁଲ ର ଅନେକ ମହତ୍ୱ ଗୁଣ ରହିଛି ଏମିତିକି ଏହି ଫୁଲ ମଣିଷ ମନର କଥାକୁ ମଧ୍ୟ ପ୍ରକାଶ କରି ଦେଇ ଥାଏ | ତେବେ ଏହି ଫୁଲ ରୁ ମଣିଷ ର ବ୍ୟକ୍ତିତ୍ୱ ସମ୍ପର୍କ ରେ ମଧ୍ୟ ଜଣା ପଡିଥାଏ, ତେବେ ଆସନ୍ତୁ ଆଜି 3 ଟି ରଙ୍ଗର ଫୁଲ ସମ୍ପର୍କ ରେ ଜାଣିବା ଯେଉଁଥିରେ ଆମେ ମନୁଷ୍ୟ ରେ ବ୍ୟକ୍ତିତ୍ୱ ସମ୍ପର୍କ ରେ ଜାଣି ପାରିବା | ଆପଣ ଯେଉଁ ରଙ୍ଗର ଫୁଲକୁ ଚୟନ କରିବେ ସେଥିରେ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣି ପାରିବେ |
1. ନୀଳ ରଙ୍ଗର ଫୁଲ :-
ଯଦି ଆପଣ ନୀଳ ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ସବୁବେଳେ ଭଲ ଚିନ୍ତା କରିଥିବା ବ୍ୟକ୍ତି ଅଟନ୍ତି ଅର୍ଥାତ କାହାର ଅନିଷ୍ଟ ଆପଣ ଦେଖି ପାରନ୍ତି ନାହିଁ | ଆପଣ ନିଜ ପରିବାର, ସାଙ୍ଗ ସାଥି, ବନ୍ଧୁ କୁଟୁମ୍ଭ ଙ୍କର ମଙ୍ଗଳ ମନରୁ ହିଁ ଚାହିଁ ଥାଆନ୍ତି | ଆପଣଙ୍କ ସ୍ଵଭାଵ ଓ ଆପଣଙ୍କ ଆଦର୍ଶ ଅନ୍ୟ ପାଇଁ ଏକ ଉଦାହରଣ ହେଇଥାଏ, ଆପଣଙ୍କ କଳ୍ପନା ଶକ୍ତି ପାଇଁ ଲୋକ ଆପଣଙ୍କ ସହିତ ଯୋଡି ହେଇ ରହିଥାନ୍ତି |
2. ନାଲି ରଙ୍ଗର ଗୋଲାପ ଫୁଲ :-
ଏହି ରଙ୍ଗର ଫୁଲ କୁ ବାଛି ଥିବା ବ୍ୟକ୍ତି ବାହାରୁ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ହେଲେ, ଯଦି କେହି ଆପଣଙ୍କ ପାଖକୁ ଆସିଥାନ୍ତି ତାହାଲେ ଆପଣଙ୍କ ବ୍ୟବହାର ପାଇଁ ସେ ଆପଣଙ୍କ ଠାରୁ ପୁଣି ଦୁରେଇ ରହିଥାନ୍ତି | ଆପଣ ଦୁନିଆରେ ଆଗରେ ଯେମିତି ରହିଥାନ୍ତି ପ୍ରକୃତରେ ଆପଣ ସେମିତି ନୁହନ୍ତି | ମିଛ ଆପଣ ଙ୍କୁ ବିଲକୁଲ ପସନ୍ଦ ନୁହେଁ ଏବଂ ଆପଣ ସବୁବେଳେ ନିଜ ଜୀଵନ ସାଥି ଙ୍କ ଠାରୁ ସଚ୍ଚାଟତା ଚାହିଁ ଥାଆନ୍ତି |
3. ହଳଦୀ ରଙ୍ଗର ଫୁଲ :-
ଯଦି ଆପଣ ହଳଦୀ ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ଯାହା ସହିତ ବି ମିଶିଥାନ୍ତି ତାଙ୍କ ସହିତ ପୁରା ମନ ଖୋଲା କରି ମିଶିଥାନ୍ତି | ଆପଣଙ୍କ ମନରେ ଛନ୍ଦ କପଟ କିଛି ନଥାଏ ଅର୍ଥାତ ଆପଣଙ୍କ ହୃଦୟ ବହୁତ ସଫା ହୋଇ ଥାଏ ଏବଂ ଅନ୍ୟର ସବୁବେଳେ ଭଲ ଚିନ୍ତା କରିଥାନ୍ତି କିନ୍ତୁ ଏହାର ଫାଇଦା ଲୋକ ମାନେ ଉଠାଇ ଦିଅନ୍ତି | ଆପଣ କାହାର ବିଚାର ଓ କାହାର ପରାମର୍ଶ କ୍ରମେ ଆପଣ ଜୀବନ ବିତାଇବା ପସନ୍ଦ କରି ନଥାନ୍ତି | ଆପଣ ନିଜ ରାସ୍ତା ନିଜେ ବାଛି ଥାନ୍ତି ଓ ସେହି ରାସ୍ତାରେ ଯିବା ପାଇଁ ସାହସ ମଧ୍ୟ ରଖିଥାନ୍ତି | ଆପଣଙ୍କ ଗୋଟିଏ ଭଲ ଗୁଣ ରହିଛି ତାହା ହେଉଛି ଆପଣ ଅନ୍ୟ ଙ୍କୁ ଆକର୍ଷଣ କରିଥାନ୍ତି |