ଆଉ କିଛିଦିନ ପରେ ପ୍ରମିକାଙ୍କୁ ବିବାହ କରିଥାନ୍ତେ ଅମ୍ଳାନ ଙ୍କ ଭାଇ ଅକ୍ଳାନ୍ତ..

କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” । ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ। ଠିକ ସେହିପରି ସମୟ ଆଗରେ ହାର ମାନିଛନ୍ତି ଅଭିନେତା ଅମ୍ଳାନ ଦାସ , ଆଉ ପ୍ରଥମେ ମା , ବାପା ଏବଂ ବର୍ତ୍ତମାନ ନିଜ ସାନ ଭାଇ କୁ ସବୁ ଦିନ ପାଇଁ ହରେଇ ଦେଇଛନ୍ତି ସେ। ଏପରି ମଧ୍ୟ ଆମେ କହି ପାରିବା କି ଏହି ପୁରା ଦୁନିଆଁ ରେ ନିଜର ପରିବାର କୁ ହରେଇ ବର୍ତ୍ତମାନ ନିଶ୍ୱହାଇ ହୋଇ ଯାଇଛନ୍ତି ଅମ୍ଳାନ ଦାସ।ଭଗବାନ ତାଙ୍କ ର ଜୀବନ ରେ ଏତେ ଦୁଖଃ ଭରି ଦେଇଛନ୍ତି ଯେ , ଛୋଟ ବେଳୁ ସେ ତାଙ୍କର ମା ଙ୍କୁ ହରେଇ ଥିଲେ ।

ଆଉ ଆଜି କୁ ଏକ ବର୍ଷ ପୂର୍ବରୁ ନିଜ ବାପା ମିହିର ଦାସ ଙ୍କୁ ଆଉ ଆଜି ସେ ନିଜ ସାନ ଭାଇ ଅକ୍ଳାନ୍ତ ଙ୍କୁ ବି ହରେଇ ସାରିଛନ୍ତି। ପ୍ରଥମେ ମା ପରେ ବାପା ଏବଂ ବର୍ତ୍ତମାନ ସାନ ଭାଇ ମୁଁହ ରେ ମୁଖାଗ୍ନି ଦେଇଛନ୍ତି ଅଭିନେତା ଅମ୍ଳାନ ଦାସ। ତେବେ ବର୍ତ୍ତମାନ ସମୟରେ ଅକ୍ଳାନ୍ତ ଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ । ଘଟଣା ଅନୁସାରେ ଆଉ କିଛି ଦିନ ପରେ ପଡିଥାନ୍ତା ହାତଗଣ୍ଠି ବାଜିଥାନ୍ତା ସାହାନାଇ । ବରବେଶ ସାଜି କନ୍ୟାଘରକୁ ଯାଇଥାନ୍ତେ ଅକ୍ଳାନ୍ତ । ତେବେ ଅକ୍ଳାନ୍ତ ଆଜିକୁ4 ଦିନ ହେଲା ମୃତ୍ୟୁ ବରଣ କରିଛନ୍ତି ଲିଭର ଜନିତ ରୋଗ କାରଣରୁ ।

କିନ୍ତୁ କିଛିଦିନ ପରେ ପ୍ରେମିକାଙ୍କ ହାତ ଧରିଥାନ୍ତେ ଅକ୍ଳାନ୍ତ । ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ଅନେକ ସ୍ବପ୍ନ ଅନେକ ଆଶା ନେଇ ଏ ଦୁନିଆରୁ ବିଦାୟ ନେଇ ଚାଲିଗଲେ ଅକ୍ଲାନ୍ତ ଦାସ । ବାପାଙ୍କର ଅନେକ ଆଶା ପୂରଣ କରିପାରିଲେ ନାହିଁ କି ପ୍ରେମିକାକୁ ଦେଇଥିବା କଥା ରଖି ପାରିଲେ ନାହିଁ । ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ଅକ୍ଳାନ୍ତ କିନ୍ତୁ କଥାରେ ସିନ୍ଦୁର ପିନ୍ଧି ସବୁ ଦିନ ପାଇଁ ଯୁଇରେ ଶୋଇ ପଡିଲେ ଅକ୍ଳାନ୍ତ । ତେବେ ଏପରି ଏକ ଖବର ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।


ତେବେ ସୂଚନାଯୋଗ୍ୟ ଯେ , ବାପା ଙ୍କ ର ପ୍ରଥମ ଶ୍ରଦ୍ଧା । ବାର୍ଷିକୀ ପର ଠାରୁ ସାନ ପୁଅ ଅକ୍ଳାନ୍ତ ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ସେ ଲିଭର ରୋଗ ରେ ପୀଡିତ ଥିଲେ ବୋଲି ଡାକ୍ତର କହିଥିଲେ। ତେବେ ସେବେ ଠାରୁ ସେ ଭୁବନେଶ୍ୱର ର ଏମ୍ସ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗଲି 24 ତାରିଖ ପ୍ରାୟ ବିଳମ୍ବିତ ରାତି 12 ଟା ସମୟ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ବେଳକୁ ତାଙ୍କ ର ବୟସ ମାତ୍ର 26ବର୍ଷ ହୋଇଥିଲା। ତେବେ ତାଙ୍କର ମୃତ୍ୟୁ ସମୟ ରେ ଅମ୍ଳାନ ବାହାରେ ସିନେମା ସୁଟିଂ ରେ ଥିଲେ ମାତ୍ର ଭାଇ ର ମୃତ୍ୟୁ ଖବର ଶୁଣି ସେ ଆସି ପହଁଚି ଥିଲେ ଭୁବନେଶ୍ୱର ରେ।

Leave A Reply

Your email address will not be published.