ପରଲୋକରେ ସ୍ୱାସ୍ଥ୍ୟ ମନ୍ତ୍ରୀ Naba Das, କାନ୍ଦି କାନ୍ଦି ଆପୋଲୋ ହସ୍ପିଟାଲରୁ ବାହାରିଲେ ନବ ଦାସଙ୍କ ପରିବାର

ବର୍ତ୍ତମାନ ସମୟ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ପରଲୋକ ଘଟି ଯାଇଛି ଯାହାକି ସବୁଠୁବଡ଼ ଦୁଃଖର ଖବର ଅଟେ | ତେବେ ସୂଚନା ଅନୁଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡା ରେ ଏକ କାର୍ଯ୍ୟକ୍ରମ ସାରିକି ଯେତେ ବେଳେ ବ୍ରଜରାଇନଗର ଆସୁ ଥିଲେ ସେତେ ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି | ଗାନ୍ଧୀ ଛକ ରୁ ବ୍ରଜରାଇନଗର ଯିବା ରାସ୍ତା ରେ ଏଭଳି ଏକ ଘଟଣା ଘଟି ଯାଇଛି ବୋଲି କୁହାଯାଇଛି | ତେବେ ଭିଡ଼ିଓ ଟିରେ ସ୍ପଷ୍ଟ ଦେଖା ଯାଇଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ଯେତେ ବେଳେ ଗାଡ଼ି ରୁ ଓହ୍ଲାଉ ଥିଲେ ସେତେ ବେଳେ ହିଁ କେହି ଜଣେ ତାଙ୍କର ଠିକ ଛାତି କୁ ଗୁଳି ମାଡ଼ କରିଛି |

ତେବେ ସେ ଯେତେ ବେଳେ ଗାଡ଼ି ରୁ ଓହ୍ଲାଇ ଥିଲେ ଲୋକ ମାନେ ତାଙ୍କୁ ଫୁଲ ମାଳ ପିନ୍ଧାଉ ଥିଲେ ଆଉ ସେହି ସମୟରେ ହଠାତ ସେ ତଳକୁ ଟଳି ପଡ଼ି ଥିଲେ | ତେବେ ପରେ ପରେ ତାଙ୍କୁ ଏୟାରଲିଫ୍ଟ ଦ୍ୱାରା ଭୁବନେଶ୍ୱର କୁ ନିଆ ଯାଇଥିଲା ଆଉ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ପରଲୋକ ଘଟି ଯାଇଛି | ତେବେ ASI ଗୋପାଳ ଚନ୍ଦ୍ର ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଛନ୍ତି ଯାହାକି ସେ ସେ ଜଣେ ମାନସିକ ରୋଗୀ ଥିଲେ | ତାଙ୍କ ସ୍ତ୍ରୀ ଆଉ ପୁଅ ଙ୍କର କହିବା ଅନୁଯାଇ ସେ ଚିକିତ୍ସା ହେଉ ଥିଲେ ଆଉ କିଛି ଦିନ ମେଡ଼ିସିନ ନ ଖାଇବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା |

ଆଉ ସେ ନିଜର ମାନସିକ ଭାରସାମ୍ୟ ହରାଇ ଏଭଳି ଏକ କାର୍ଯ୍ୟ କରିଛନ୍ତି ବୋଲି କୁହା ଯାଉଛି | କିନ୍ତୁ ଏହା ସତ ନା ଏହା ପଛରେ କିଛି ଅଲଗା ଷଡଯନ୍ତ୍ର ରହିଛି ଟହ ତଦନ୍ତ ପରେ ହିଁ ଜଣା ପଡ଼ିବ | ତେବେ ବର୍ତ୍ତମାନ ସମୟ ରେ ଆଉ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆମ ଦୁନିଆଁ ରେ ନାହାଁନ୍ତି ଯାହାକି ଏହି ଖବର ଟି ସମସ୍ତ ଙ୍କୁ ଚକିତ କରି ଦେଇଛି | ତେବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ବେଳେ ସେ ଆଖି ବୁଜି ଦେଇଛନ୍ତି ଯାହାକି ସେଠାରେ ତାଙ୍କର ପୁଅ ଓ ଅନ୍ୟ ସମ୍ପର୍କୀୟ ମାନେ ପହଞ୍ଚି ଥିଲେ |

ଏହା ସହିତ ନବ ଦାସ ଙ୍କୁ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପହଞ୍ଚି ଥିଲେ | ବର୍ତ୍ତମାନ ସମୟ ସମସ୍ତ ଙ୍କ ମନରେ ଏହା ପ୍ରଶ୍ନ ଉଠୁଛି କି ରକ୍ଷକ ହିଁ କିପରି ଭାବେ ଭକ୍ଷକ ସାଜି ପାରିବ ଆଉ ଏହା ପଛର କାରଣ କଣ ରହିଛି ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ | ଆମେ ଭଗବାନ ଙ୍କ ନିକଟରେ ଏତିକି ପାର୍ଥନା କରିବା କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଆତ୍ମା କୁ ସଦଗତି ମିଳୁ |

Leave A Reply

Your email address will not be published.