ନିଜେ ନିଜ ମୁହଁରେ ମାନିଲେ ଗୋପାଳ ,ନବ ଦାସଙ୍କୁ କରିଛନ୍ତି ମର୍ଡର ..ଆଉ କାରଣ ହେଲା ….ଏନେଇ କଣ କହୁଛନ୍ତି ଦେଖନ୍ତୁ VIDEO
ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କ ହତ୍ୟା କୁ ନେଇ ଅନେକ ପ୍ରଶ୍ନ ଏବେ ଉଠିଲାଣି, ଭିଡ଼ ଭିତରେ ନବ ଙ୍କୁ ଗୁଳି ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସ କରିଥିଲା ନା ଆଉ କିଏ କରିଥିଲା ଆଉ ଯଦି ଗୋପାଳ ଗୁଳି ମାଡ଼ କରିଛି ତେବେ ତାହା ପଛରେ ଆଉ କାହାର ହାତ ଅଛି କି | ଏହି ପୁରା ଭୟଙ୍କର ଘଟଣା ଟିକୁ ଏକ ଶକ୍ତିଶାଳୀ ଟିମ ମ୍ୟାନେଜ କରୁଥିଲା କି, ଏମିତି କି ସୋସିଆଲ ମିଡ଼ିଆ କୁ ମଧ୍ୟ ସେହି ଅନୁସାରେ ମ୍ୟାନେଜ କରୁଥିବା କୁହା ଯାଉଛି | ଏମିତି ଅନେକ ପ୍ରଶ୍ନ ଏବେ ନବ ଦାସ ଙ୍କ ଆଡେ ଉଙ୍କି ମାରିଲାଣି, କୁହା ଯାଉଛି କି ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି କରିଛି |
ଘଟଣା ସ୍ଥଳରେ ନବ ଦାସ ଙ୍କର ଅଧିକାଂଶ ଶୁଭେଚ୍ଛ ଥିଲେ ସମସ୍ତ ଙ୍କ ହାତରେ ଗୋଟିଏ ଗୋଟିଏ ମୋବାଇଲ ଫୋନ ଥିଲା ପ୍ରାୟ ସମସ୍ତେ ମୋବାଇଲ ସୁଟ କରୁ ଥିଲେ ନହେଲେ ଫଟୋ ଉଠାଉ ଥିଲେ | କିନ୍ତୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏବେ ସୁଦ୍ଧା ଆସିଥିବା ଫଟୋ ଓ ଭିଡ଼ିଓ ଭିତରୁ ଗୋପାଳ ଦାସ ଗୁଳି ମାଡ଼ କରୁ ଥିବାର ସିଧା ପ୍ରମାଣ ସେମିତି କିଛି ନାହିଁ |
ସେହିପରି ହତ୍ୟାକାରୀ କୁହା ଯାଉଥିବା ଏଏସଆଇ ଗୋପାଳ ଦାସ ଙ୍କର ପତ୍ନୀ ଗଣମାଧ୍ୟମ କୁ ଯେଉଁ ପ୍ରାଥମିକ ପ୍ରତିକ୍ରିୟା ଦେଇ ଥିଲେ ସେଥିରେ ସେ ଆଦୌ ବିବ୍ରତ ଥିଲା ଭଳି ମନେ ହେଉ ନଥିଲେ | ସ୍ୱାମୀ କେଉଁ ପରିସ୍ଥିତି ରେ ମନ୍ତ୍ରୀ ଙ୍କୁ ଗୁଳି କଲେ ତାହା ଜାଣିବା ପୂର୍ବରୁ ସେ କହି ଥିଲେ କି ତାଙ୍କ ସ୍ୱାମୀ ଜଣେ ମାନସିକ ରୋଗୀ ସେଥିପାଇଁ ସେ ଚିକିତ୍ସିତ ହେଉ ଥିଲେ ଆଉ ଡ଼କ୍ଟର ମଧ୍ୟ ସେହି ସମାନ କଥା କହି ଥିଲେ | ଗୋପାଳ ଙ୍କ ପତ୍ନୀ ଓ ଡାକ୍ତର ଙ୍କ କହିବା ଅନୁଯାଇ ଗୋପାଳ ଯଦି ଜଣେ ମାନସିକ ରୋଗୀ ତେବେ ସେ ଏତେ ଦିନ ଚାକିରୀ ରେ ଥିଲେ କେମିତି |
ପୋଲିସ ବିଭାଗ ଅନେକ ବର୍ଷ ଧରି ଜଣେ ପାଗଳ କୁ ଚାକିରୀ ରେ କେମିତି ରଖିଥିଲା | ଗୋପାଳ କୁ ଏସଆଇ ପଦବୀ ରେ ପ୍ରୋମସନ ଦିଅ ଯାଇଥିଲା ଆଉ ତା ହାତରେ ବନ୍ଧୁକ ଥିଲା | ଯଦି ଗୋପାଳ ଦାସ ର ମୁଣ୍ଡ ଖରାପ ତେବେ ସେ କାହାରିକୁ ବି ମାରି ପାରିଥାନ୍ତା କିନ୍ତୁ ସେ କାହାକୁ ବି ମାରି ନଥିଲା କେବଳ ସେ ନବ ଦାସ ଙ୍କୁ ହିଁ ମାରିଲେ |
ତେବେ ବର୍ତ୍ତମାନ ସମୟରେ ସନ୍ଦେହ ହେଲାଣି କି ନବ ଦାସ ଙ୍କୁ ଗୁଳି ଗୋପାଳ ମାରିଛି ନା ଏହି ଭିଡ଼ ଭିତରେ ଆସି ଆଉ କିଏ ଗୁଳି ମାରିଛି | ପୁରା ଘଟଣା ମୂଳରୁ ସନ୍ଦେହ ହେଉଛି କି ଗୋପାଳ କେବଳ ଏକ ଅସ୍ତ୍ର ଅଟେ ତା ପଛରେ ଏକ ବ୍ୟବସ୍ଥିତ ସିଷ୍ଟମ ଥିବା ପରି ମନେ ହେଉଛି | ପୁରା ଘଟଣା ଯେମିତି ଘଟିଲା ଆଉ ତାକୁ ଯେମିତି ମ୍ୟାନେଜ କରାଗଲା ଏହା ଅନେକ ସନ୍ଦେହ ସୃଷ୍ଟି କରୁଛି | ଏପରି କି ଏହି ଘଟଣା ରେ ମିଡ଼ିଆ ଆଉ ସୋସିଆଲ ମିଡ଼ିଆ ଆଉ ବିରୋଧୀ ଙ୍କୁ ମଧ୍ୟ ମ୍ୟାନେଜ କରାଯାଇଛି ବୋଲି ଅଭିଯୋଗ ଉଠିଲାଣି |