ଦେଖନ୍ତୁ EXCLUSIVE :ଭିଡିଓ ନବ ଦାସ ଙ୍କୁ ଗୁଳି ମାଡ କରିଥିବା ପୋଲିସ୍ ଗୋପାଳ ଦାସ ବୋଥ୍ରା ଙ୍କୁ କଣ କହିଲା ..ସାମ୍ନାକୁ ଆସିଲା ସତ …ଶୁଣନ୍ତୁ
ଗୋପାଳ କୃଷ୍ଣ ଦାସ ଯିଏ ପୋଲିସ ଏସଆଇ କି ଗତ କାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାରି ଥିଲା ତାଙ୍କୁ ଏବେ କ୍ରାଇମ ବ୍ରାଞ୍ଚ ଅରୁଣ ବୋଥ୍ରା ଜେରା କରୁଛି | ସୁନ୍ଦରଗଡ଼ ରିଜର୍ଭ ଅଫିସ ରେ ପଚରା ଉଚରା ଚାଲିଛି ଗତ କାଲି କ୍ରାଇମ ବ୍ରାଞ୍ଚ ଟିମ ଦୁଇ ଘଣ୍ଟା ଧରି ଗୋପାଳ ଙ୍କୁ ଜେରା କରିଥିଲା ଆଉ ଗୋପାଳ ର ହ୍ୟାଣ୍ଡସ ସ୍ୱାବ ଙ୍କୁ ଏବଂ ଘଟଣା ସମୟରେ ପିନ୍ଧି ଥିବା ପୋଲିସ ଡ୍ରେସ କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଟିମ ନେଇ ଯାଇଛି |
ସେ କାହିଁକି ହତ୍ୟା କରିଥିଲା, ଗୁଳି କାଣ୍ଡର କାରଣ କଣ, ପୂର୍ବ ବିବାଦ କିଛି ଥିଲା ନା ତାଙ୍କର କିଛି ଶତ୍ରୁତା ରହିଥିଲା ଏସବୁ କୁ ନେଇ ପଚରା ଉଚରା ବେଳେ ଗୋପାଳ ସବୁକିଛି ମାନି ଥିବା ମଧ୍ୟ ସାମ୍ନା କୁ ଆସିଛି |
ଗୋପାଳ କ୍ରାଇମ ବ୍ରାଞ୍ଚ କୁ ସବୁ ସତ କଥା ଖୋଲି କହି ଦେଇଛି ସେ କାହିଁକି ମନ୍ତ୍ରୀ ନବ ଦାସ ଙ୍କୁ ମାରିଲା | ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଦୁଇଟି ଭିଡ଼ିଓ ଦେଖିବା ପାଇଁ ମିଳୁଛି ଗୋଟିଏ ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କର ଅନ୍ତିମ ଯାତ୍ରା ଚାଲିଛି ଆଉ ସେପଟେ କ୍ରାଇମ ବ୍ରାଞ୍ଚ ଟିମ କିପରି ତନାଘନା କରୁଛି ତାହା ଦେଖିବା ପାଇଁ ମିଳିଛି |
କ୍ରାଇମ ବ୍ରାଞ୍ଚ ଏଡିଜି ଙ୍କ ପାଖରେ ଗୋପାଳ ଅନେକ କିଛି କଥା ମାନିଥିବା କଥା କୁହାଯାଉଛି | ମନ୍ତ୍ରୀ ନବଦାସଙ୍କ ଉପରେ ଗୁଳି ମାଡ଼ ଘଟଣା ରେ ବ୍ରଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଥାନାରେ ଏତଲା ଦେଇଛନ୍ତି | ଏଥିରେ ସେ ଉଲ୍ଲେଖ କରିଛନ୍ତି କି 29 ତାରିଖ ଦିନ ମନ୍ତ୍ରୀ ନବଦାସ ବ୍ରଜନଗର ନିକଟ ଗାନ୍ଧୀ ଛକରେ ଲିଫ୍ଟ ଆଣ୍ଡ ସିଫ୍ଟ ବିଲିଡିଙ୍ଗ ରେ ଥିବା ଅଧ୍ୟକ୍ଷ ଉପାଧକ୍ଷ ଙ୍କ କାର୍ଯ୍ୟଳୟ କୁ ଉଦଘାଟନ କରିବା କାର୍ଯ୍ୟକ୍ରମ ଥିଲା |
ଏଥିପାଇଁ 29 ତାରିଖ ଦିନ ସାଢେ 10 ଟାରୁ ଟ୍ରାଫିକ ବ୍ୟବସ୍ଥା ଆଇନ ଶୃଙ୍ଖଳା ଏବଂ ପାଇଲଟ ଡ୍ୟୁଟି ବ୍ୟବସ୍ଥା ବନ୍ଦବସ୍ତ କରାଯାଇଥିଲା | ଦିନ 12 ଟା 15 ମିନିଟ ରେ ମନ୍ତ୍ରୀ ନବ ଦାସ ଆସି ପହଞ୍ଚିବା ପରେ କାର ରୁ ଓହ୍ଲାଇ ଥିଲେ ଆଉ ଠିକ ଏହି ସମୟରେ ଏସଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟକୁ ଆସି ମନ୍ତ୍ରୀ ନବ ଦାସ ଙ୍କ ଉପରେ ନିଜ ସର୍ଭିସ ପିସ୍ତଲ ରେ ଗୁଳି ଚଲାଇ ଥିଲେ | ମନ୍ତ୍ରୀ ଙ୍କୁ ହତ୍ୟା ଉଦେଶ୍ୟ ରେ ଗୋପାଳ ଦାସ ଗୁଳି ମାଡ଼ କରି ଥିଲେ ଆଉ ଗୁଳି ନବ ଦାସ ଙ୍କ ଛାତିରେ ବାଜି ଥିଲା ସେଠାରେ ସେ ପଡ଼ି ଯାଇଥିଲେ | ଆଉ ଠେଲା ପେଲାରେ ଗୋପାଳ ଦାସ ଆଉ ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଥିଲେ ବୋଲି ପ୍ରଦ୍ୟୁମ୍ନ ସ୍ୱାଇଁ ଏତଲା ରେ ଲେଖିଛନ୍ତି | ତେବେ ଅନେକ କିଛି କଥା ଗୋପାଳ ଦାସ ଙ୍କୁ ପଚରା ଯାଇଛି ଆଉ ସେ ଅନେକ କିଛି ତଥ୍ୟ କ୍ରାଇମ ବ୍ରାଞ୍ଚ କୁ ଦେଇଛନ୍ତି ବୋଲି ଆଲୋଚନା କରାଯାଉଛି |