ମହା ଖୁଲାସା – ମନ୍ତ୍ରୀ ଙ୍କୁ ଗୁଳି ମାଡ ର ହେଲା ପର୍ଦାଫାଶ…ଗୋପାଳଙ୍କୁ ପୂର୍ବରୁ ନବ ଦାସ ଟ୍ରାଫିକ ହେଲମେଣ୍ଟ ଚେକିଂ ବେଳେ ଚାପୁଡ଼ା ମାରିଥିଲେ… ଏ ନେଇ କଣ କହୁଛନ୍ତି ନିଜ ସାଙ୍ଗ, ଦେଖନ୍ତୁ VIDEO
ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ମାତ୍ର ଘଟଣା ବେଶ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ନବ ଦାସ ଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ଦାସ ଙ୍କ ବିଷୟରେ କଥା । ଆଉ ଯେଉଁଠି କୁହାଯାଉଛି କି ପୋଲିସ ଗିରଫ କରିବା ପରେ ସେ ବର୍ତ୍ତମାନ କୋଟ ରେ ହାଜର ହୋଇଛନ୍ତି ଆଉ 7 ଦିନ ପାଇଁ ତାଙ୍କୁ ରିମାଣ୍ଡ ରେ ମଧ୍ୟ ପୋଲିସ ନେଇଛି ବୋଲି ସୂଚନା ମିଳିଛି ।ଆଉ ନବ ଦାସ ଙ୍କର ମୃତ୍ୟୁ ର ରହସ୍ୟ କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ତାହାର ତଦନ୍ତ ମଧ୍ୟ ଚଳାଇଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ସ୍ୱାସ୍ଥ୍ୟ ମନ୍ତ୍ରୀ ଦାସ ଏକ ସରକାରୀ ଉଦ୍ଘାଟନୀ ସଭା ରେ ଯୋଗ ଦେଇଥିବା ବେଳେ କାର ରେ ଆଲ୍ହାଇବା ସମୟରେ ASI ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ ଆଉ ଯାହା ଫଳରେ ନବ ଦାସ ଙ୍କର ବର୍ତ୍ତମାନ ମୃତ୍ୟୁ ମଧ୍ୟ ଘଟିଛି ।
ଆଉ ତାହା ସହିତ ଯାହା କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ବର୍ତ୍ତମାନ ଗୋପାଳ ଦାସ ଙ୍କୁ ଝାଡ଼ସୁଗୁଡା କୋଟ ରେ ହାଜର କରାଯାଇଛି ।ଆଉ କ୍ରାଇମ ବ୍ରାଞ୍ଚ ତରଫ ରୁ ଗୋପାଳ ଦାସ ଙ୍କୁ କୋଟ କୁ ମଧ୍ୟ ନିଆଯାଇଥିଲା ।ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କ ଉପରକୁ ଗୁଳି ଚଳାଇବାର କାରଣ ପୋଲିସ ଖୋଜୁଥିବା ସମୟରେ ଏକ ଖବର ଗଣ ମାଧ୍ୟମ ସାମ୍ନା କୁ ଆସିଛି ।
ଯେଉଁଠି କୁହାଯାଉଛି କି ଗୋପାଳ ଙ୍କର ସାଙ୍ଗ ଅଭୟ କହିଛନ୍ତି କି ଟ୍ରାଫିକ ରେ ହେଲମେଣ୍ଟ ଚେକିଂ ବେଳେ ନବ ଗୋପାଳ ଙ୍କୁ ଦୁଇ ଚାପୁଡ଼ା ଦେଇଥିଲେ ଆଉ ଯାହାର ପ୍ରତିଶୋଧ ପାଇଁକି ଗୋପାଳ ନବ ଙ୍କ ଉପରକୁ ଚଳାଇଥିଲେ ଗୁଳି ।ତେବେ ସୂଚନା ଅନୁସାରେ, ପୋଲିସ ଓ ଗଣ ମାଧ୍ୟମ ଘଟଣାର ତଦାରଖ କରୁଥିବା ବେଳେ ଗଣ ମାଧ୍ୟମ ଗୋପାଳ ଙ୍କର ସାଙ୍ଗ ପ୍ରଦୀପ ବେହେରା ଓ ଅଭୟ କୁମାର ସାହୁ ଙ୍କ ପାଖରେ ପହଞ୍ଚି ଥିଲେ ।ଆଉ ଗୋପାଳ ଙ୍କ ବିଷୟରେ ତାଙ୍କର ପିଲାଦିନ ର ସାଙ୍ଗ ପ୍ରଦୀପ ବେହେରା କହିଛନ୍ତି କି ତାଙ୍କର ସାଙ୍ଗ ଗୋପାଳ ବହୁତ ଭଲ ପିଲା ।ଆଉ ତାଙ୍କର ମାନସିକ ରୋଗ ଥିଲା ବୋଲି ସେ ଜାଣି ନାହାନ୍ତି କି ମିଶିଲା ବେଳେ ସେମିତି କିଛି ଲକ୍ଷଣ ଦେଖି ନାହାନ୍ତି ।
ଆଉ ସେ ଏକ ସ୍ପୋର୍ଟ୍ସ ମେନ ଭାବରେ ପରିଚିତ ହୋଇଥିଲେ । ତାହା ପରେ ସେ କନେଷ୍ଟବଳ ଭାବରେ ନିଯୁକ୍ତି ପାଇଥିଲେ ।ତାହା ପରେ ନିଜର ଦକ୍ଷତା ବଳରେ ରେ ASI ଭାବରେ ନିଯୁକ୍ତି ପାଇଛନ୍ତି ବୋଲି କହିଛନ୍ତି । କିନ୍ତୁ କଣ ପାଇ ସେ ଏମିତି ଗୋଟିଏ କାମ କରିଲେ ଆଉ ବ୍ରହ୍ମପୁର ର ନାଁ କୁ ତଳେ ପକାଇଲେ ସେ କଥା ର କାରଣ ସେ ଜାଣି ନାହାନ୍ତି ।
ତେବେ ଅଭୟ କୁମାର ସାହୁ ଙ୍କର କଥା ଅନୁସାରେ ସେ କହିଛନ୍ତି କି ଗୋପାଳ ଙ୍କ ଘର ପାଖ ଲୋକ ସେ ।ଗୋପାଳ ମଧ୍ୟ ତାଙ୍କର ଦୋକାନ କୁ ଯାଆନ୍ତି ।ଆଉ ସେ ଥରେ କହିଥିଲେ କି ଟ୍ରାଫିକ ରେ ହେଲମେଟ ଚେକିଂ ବେଳେ ବିଜେଡ଼ି କର୍ମୀ ନବ ଦାସ ତାଙ୍କୁ ଦୁଇ ଚାପୁଡ଼ା ମାରିଥିଲେ ।ଆଉ ଯାହାର ପ୍ରତିଶୋଧ ପାଇଁକି ASI ଗୋପାଳ ଏହି ଭଳି ଗୁଳି ଚଳେଇଛନ୍ତି ବୋଲି କହିଛନ୍ତି ଅଭୟ । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।