ରାତିରେ ଶୋଇବା ପୂର୍ବରୁ 3 ଥର ଜପ କରନ୍ତୁ ହନୁମାନଙ୍କର ଏହି 2 ମନ୍ତ୍ରକୁ, 24 ଘଂଟାରେ ଦେଖନ୍ତୁ ଚମତ୍କାର – Sadhu Bani
ତେବେ ଆମ ସମାଜ ରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଖୁବ ପୂଜା ଅର୍ଚନା କରିବା ରେ ଶାନ୍ତି ପାଇ ଥାଆନ୍ତି ଅର୍ଥାତ ପୂଜା ଦ୍ୱାରା ସେମାନଙ୍କୁ ଏକ ଅଦ୍ଭୁତ ଖୁସି ପ୍ରଦାନ ହୋଇ ଥାଏ | ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କ ମନରେ ନିଜର ପୂଜ୍ୟ ଭଗବାନ ମଧ୍ୟ ରହି ଥାଆନ୍ତି ଆଉ ସେମାନେ ତାଙ୍କ ବାର ରେ ପ୍ରତି ଦିନ ମନ୍ଦିର ମଧ୍ୟ ଯାଇ ଥାଆନ୍ତି ଏବଂ ନିଜର ମନସ୍କାମନା ପୂରଣ ପାଇଁ କହି ଥାଆନ୍ତି |
ତେବେ ଏହା ସତ ଯେ ସମସ୍ତ ବ୍ୟକ୍ତି ଙ୍କ ଜୀବନ ରେ କିଛି ନା କିଛି ସମସ୍ୟା ଲାଗି ରହି ଥାଏ ଦୁଃଖ କଷ୍ଟ ଆଦି ଥାଏ, କିନ୍ତୁ ସେହି ବ୍ୟକ୍ତି ଯଦି ଭକ୍ତି ସହକାର ରେ ନିଜର ଆରାଧ୍ୟ୍ୟ ଦେବତା ଙ୍କୁ ପୂଜା କରିବ ତେବେ ନିହାତି ଭାବରେ ଭଗବାନ ତାର ଦୁଃଖ କଷ୍ଟ ଆଦି ଦୂର କରି ଦେବେ |
ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଭଗବାନ ହନୁମାନ ଜି ହେଉଛନ୍ତି ଆମ ଜଗତ ର ଜୀବନ୍ତ ଦେବତା ଅଟନ୍ତି ଯାହାଙ୍କୁ ସଙ୍କଟ ମୋଚନ ବୋଲି ମଧ୍ୟ କୁହାଯାଏ | ଆଉ ଭଗବାନ ହନୁମାନ ଜି ଙ୍କର କୃପା ଯଦି ବ୍ୟକ୍ତି ଉପରେ ପଡ଼ିବ ତେବେ ତାର ସବୁ ଦୁଃଖ କଷ୍ଟ ଆଦି ଦୂର ହୋଇ ଯିବ ଏବଂ ଜୀବନ ଖୁସି ଉଲ୍ଲାସ ରେ ଭରି ଯିବ | ତେବେ ମହାବୀର ହନୁମାନ ଙ୍କୁ ପ୍ରସନ୍ନ କରାଇବା ପାଇଁ ହେଲେ କିଛି କାର୍ଯ୍ୟ ମଧ୍ୟ ରହିଛି ଯାହାକୁ ନିଷ୍ଠା ର ସହ କଲେ ଆମ ଜୀବନର ସବୁ ସମସ୍ୟା ଦୂର ହୋଇଯିବ | ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
ହିନ୍ଦୁ ଶାସ୍ତ୍ର ଅନୁଯାଇ କୁହାଯାଇଛି ଯେ ହନୁମାନ ଜି ଙ୍କର ମଙ୍ଗଳବାର ଓ ଶନିବାର ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇ ଥାଏ ଏହି ଦିନରେ ହନୁମାନ ଜି ଙ୍କର ମନ୍ଦିର କୁ ଗଲେ ମଧ୍ୟ ବହୁତ ଶୁଭଫଳ ପ୍ରାପ୍ତି ହୋଇ ଥାଏ | ତେବେ ଆମ ସମସ୍ତ ମଣିଷ ଙ୍କ ଭିତରୁ ସମସ୍ତେ ଭିନ୍ନ ଭିନ୍ନ ଠିକ ସେହିପରି କିଛି ଏମିତି ମଣିଷ ରହିଛନ୍ତି ଯେଉଁ ମାନେ କୋଉ ଜିନିଷ ପ୍ରତି ଅଧିକ ଘୃଣା,ଡର କ୍ରୋଧ ଆସିଥାଏ | ଯେତେବେଳେ ଆପଣ ଅଚଳ ରାତିରେ ଡରି ଯାଉଛନ୍ତି ଆଉ ନିଦ ଆସୁନାହିଁ ସେତେବେଳେ ଆପଣ ଭଗବାନ ହନୁମାନ ଙ୍କର ଏହି ମନ୍ତ୍ର ଟିକୁ ନିଶ୍ଚୟ ଜପ କରନ୍ତୁ | ହନୁମାନ ଙ୍କର ସେହି ମନ୍ତ୍ରଟି ହେଉଛି, ‘ଭୂତ ପିଶାଚ ନିକଟ ନହିଂ ଆରୈ ମହାବୀର ଜବ ନାମ ସୁନାରୈ ‘ |
ଏହି ମନ୍ତ୍ର କୁ ରାତିରେ 3ଥର ଜପ କରନ୍ତୁ ଆଉ ଶୋଇ ପଡନ୍ତୁ, ଏହି ମନ୍ତ୍ର ଜପ କରିବା ଦ୍ୱାରା ମୃତ୍ୟୁ ସମୟରେ ଆମର ପ୍ରାଣ ବାୟୁ ଭଗବାନ ଙ୍କ ସହ ମିଶି ଯାଇଥାଏ | ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ମନ ଭିତରେ କୌଣସି ଏକ କଥା ଘାଣ୍ଟି ହେଉଛି ଆଉ ନିଦ ହେଉ ନାହିଁ ତେବେ ଏହି ମନ୍ତ୍ର କୁ ଉଚ୍ଚାରଣ କରନ୍ତୁ | ଏହି ମନ୍ତ୍ର ଟି ହେଉଛି, ‘ନାସୈ ରୋଗ ହରୈ ସବ ପିରା ଜବତ ନିରନ୍ତର ହନୁମତ ବୀରା’ | ଯଦି ଆପଣ ଏହି ମନ୍ତ୍ର କୁ ଶନିବାର ଓ ମଙ୍ଗଳବାର ଜପ କରୁଛନ୍ତି ତେବେ ଶୁଭ ଫଳ ମିଳିବା ସହିତ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ |