ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ । ଦିଲ୍ଲୀ ନେଇଯିବା ପାଇଁ ଡ଼ାକ୍ତର ମାନେ ପରାମର୍ଶ ଦେଇଛନ୍ତି
ଦର୍ଶକ ବନ୍ଧୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି, ଅଭିନେତା ପିଣ୍ଟୁ ନନ୍ଦ ଯାହାଙ୍କୁ ଆପଣ ପିଣ୍ଟୁ ନାମରେ ଜାଣିଛନ୍ତି ଅନେକ ସିନେମା, ସିରିଏଲ ଆଉ ଆଲବମ ଯେଉଁଥିରେ ସେ ନିଜର ଝଲକ ଦେଖାଇଛନ୍ତି | ହେଲେ ସେ ଆଜି ଲିଭର ଜନିତ ସମସ୍ୟା ରେ ହସ୍ପିଟାଲ ରେ ପୀଡିତ ଅଛନ୍ତି ଯାହାକି ଏବେ ତାଙ୍କ ଅବସ୍ଥା ମଧ୍ୟ ଖୁବ ସଂକଟାପନ୍ନ | ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଖୁବ ସଙ୍କଟାପନ୍ନ ରହିଛି, ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି ଜଣେ ପିଣ୍ଟୁ ନନ୍ଦ ଯାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ସୂଚନା ଆସୁଛି |
ସେ ଏବେ ଲିଭର ଜନିତ ରୋଗ ରେ ପୀଡିତ ଅଛନ୍ତି ଯେଉଁଥି ପାଇଁ ତାଙ୍କ ଅବସ୍ଥା ଏବେ ଖୁବ ଖରାପ ହୋଇ ଯାଇଛି | ସେ ଗୁରୁତର ଅଛନ୍ତି ଆଉ ତାଙ୍କୁ ଏବେ ସବୁଠୁ ଉଚ୍ଚ ସ୍ତରୀୟ ଚିକିତ୍ସା ମଧ୍ୟ ଆବଶ୍ୟକ ଆଉ ସବୁଠୁ ବଡ଼ କଥା ହେଉଛି ଭୁବନେଶ୍ୱର ରେ ତାଙ୍କର ଚିକିତ୍ସା ଚାଲି ଥିବା ବେଳେ ଏବେ ଦିଲ୍ଲୀ ନିଆ ଯିବ ବୋଲି ଶୁଣିବାକୁ ମିଳୁଛି |
ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନିଆଯିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି ଆଉ ସେପଟେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଉଛି | ଆଉ ତାଙ୍କ ଚିକିତ୍ସା ପାଇଁ ପାଖାପାଖି ଅଧ କୋଟି ଟଙ୍କା ଆବଶ୍ୟକ ଯାହାକି ପିଣ୍ଟୁ ନନ୍ଦ ଙ୍କର ସାମର୍ଥ୍ୟ ବାହାରେ ଆଉ ତାଙ୍କର ଚିକିତ୍ସା ପାଇଁ ଅଧ କୋଟି ଟଙ୍କା କୁ ନେଇ ସୋସିଆଲ ମିଡ଼ିଆ ରେ ସାହାଯ୍ୟ ଆରମ୍ଭ ହେଲାଣି | ତେବେ ପିଣ୍ଟୁ ନନ୍ଦ ବର୍ତ୍ତମାନ ସମୟରେ ଭୁବନେଶ୍ୱର ରୁ ଦିଲ୍ଲୀ ଯାଇ ଚିକିତ୍ସା ହେବେ |
ତାଙ୍କ ଆରୋଗ୍ୟ କାମନା କରି ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରି ହାତ ବଢ଼ାନ୍ତୁ ବୋଲି ଏବେ ସୋସିଆଲ ମିଡ଼ିଆ ରେ ଏ ମୋବାଇଲ କୁ ସେ ମୋବାଇଲ ଘୁରି ବୁଲୁଛି | ଆଉ ଠିକ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କୁ ଆର୍ଥିକ ର ସହାୟତା କିଛି ସହୃଦୟ ବ୍ୟକ୍ତି ମାନେ ହାତ ବଢ଼ାଉଛନ୍ତି | ଏଠି କହି ରଖିବାକୁ ଚାହିବୁ କି ଏହି ନିକଟ ଦିନରେ ଅଭିନେତ୍ରୀ ଝିଲିକ ଙ୍କ ବ୍ୟାନର ରେ ରୁଦ୍ରାଣୀ ଫିଲ୍ମ ରେ ପିଣ୍ଟୁ ନନ୍ଦ ନଜର ରେ ଆସି ଥିଲେ | ଆଉ ଏହାପରେ ଜି ସାର୍ଥକର ନୂଆ ଚଳଚ୍ଚିତ୍ର ଦିଦି ନମସ୍କାର ରେ ମଧ୍ୟ ପିଣ୍ଟୁ ନନ୍ଦ ଙ୍କୁ ଦେଖିବା ପାଇଁ ମିଳୁଛି | ଆଉ ଏହାରି ଭିତରେ ଯେତେ ବେଳେ ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତୀବ ଗୁରୁତର ହୋଇ ପଡ଼ିଛି ଠିକ ସେତିକି ବେଳେ ପିଣ୍ଟୁ ନନ୍ଦ ଙ୍କ ଫ୍ୟାନ୍ସ ଙ୍କୁ ଗଭୀର ଆଘାତ ଲାଗିଛି | ତେବେ ସବୁରି ଭିତରେ ପିଣ୍ଟୁ ନନ୍ଦ ସୁସ୍ଥ ହୋଇ କଳା ଜଗତକୁ ଫେରନ୍ତୁ ଏହା ହିଁ ସମସ୍ତେ ଚାହୁଁଛନ୍ତି |