ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ମାତ୍ର ଘଟଣା ବେଶ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ନବ ଦାସ ଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ଦାସ ଙ୍କ ବିଷୟରେ କଥା । ଆଉ ଯେଉଁଠି କୁହାଯାଉଛି କି ପୋଲିସ ଗିରଫ କରିବା ପରେ ସେ ବର୍ତ୍ତମାନ କୋଟ ରେ ହାଜର ହୋଇଛନ୍ତି ଆଉ 7 ଦିନ ପାଇଁ ତାଙ୍କୁ ରିମାଣ୍ଡ ରେ ମଧ୍ୟ ପୋଲିସ ନେଇଛି ବୋଲି ସୂଚନା ମିଳିଛି । ତେବେ ନବ ଦାସ ଙ୍କର ମୃତ୍ୟୁ ର ରହସ୍ୟ କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ତାହାର ତଦନ୍ତ ମଧ୍ୟ ଚଳାଇଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ସ୍ୱାସ୍ଥ୍ୟ ମନ୍ତ୍ରୀ ଦାସ ଏକ ସରକାରୀ ଉଦ୍ଘାଟନୀ ସଭା ରେ ଯୋଗ ଦେଇଥିବା ବେଳେ କାର ରେ ଆଲ୍ହାଇବା ସମୟରେ ASI ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ ଆଉ ଯାହା ଫଳରେ ନବ ଦାସ ଙ୍କର ବର୍ତ୍ତମାନ ମୃତ୍ୟୁ ମଧ୍ୟ ଘଟିଛି । ଆଉ ତାହା ସହିତ ଯାହା କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ବର୍ତ୍ତମାନ ଗୋପାଳ ଦାସ ଙ୍କୁ ଝାଡ଼ସୁଗୁଡା କୋଟ ରେ ହାଜର କରାଯାଇଛି ।ଆଉ କ୍ରାଇମ ବ୍ରାଞ୍ଚ ତରଫ ରୁ ଗୋପାଳ ଦାସ ଙ୍କୁ କୋଟ କୁ ମଧ୍ୟ ନିଆଯାଇଥିଲା ।
ମନ୍ତ୍ରୀ ନବ ଦାସଙ୍କ ଦେହରେ ଯେଉଁ ଗୁଳି ବାଜି ତାଙ୍କ ଜୀବନ ନେଇଛି, ସେହି ଗୁଳିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । କୁହାଯାଉଥିଲା ଗୁଳିିଟି ନବ ଦାସଙ୍କ ଛାତିର ଆଗପଟେ ପଶି ପିଠି ପଟେ ବାହାରି ଯାଇଛି । କିନ୍ତୁ ଗୁଳିଟି କୁଆଡେ ଗଲା ତାହା ମିଳୁ ନଥିବା ଜଣାପଡିଛି । ହେଲେ ସେହି ଅଦୃଶ୍ୟ ଗୁଳିରେ ଅନେକ କାହାଣୀ ଲୁଚି ରହିଥିବାରୁ ଗୁଳିଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗୁଳିକୁ ଖୋଜିବାକୁ ଘଟଣାସ୍ଥଳରେ ତନ ତନ କରି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।
ଗୋପାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଗୁଳିଟି ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଯେଉଁ ଗୁଳି ଗୋପାଳ ଦାସଙ୍କ ବନ୍ଧୁକରେ ଲୋଡ ହୋଇଥିଲା, ସେହି ଗୁଳି ହିଁ ନବ ଦାସଙ୍କ ଦେହରେ ବାଜିଥିଲା ବୋଲି ପ୍ରମାଣିତ କରିବାକୁ ପଡିବ । ସୂଚନା ଅନୁସାରେ ଗୋପାଳଙ୍କ ସର୍ଭିସ ରିଭଲଭରରୁ ଯେଉଁ ତିନୋଟି ଗୁଳି ଫାୟାରିଂ କରାଯାଇଥିଲା ସେଥିରୁ ଦୁଇଟି ମିଳିଛି । କିନ୍ତୁ ଯେଉଁ ଗୁଳିଟି ନବ ଦାସଙ୍କ ଦେହରେ ବାଜିଥିଲା ତାହା ମିଳିନାହିଁ ।
ହେଲେ, ଦୁଇଟି ଖୋକା ଜବତ ହୋଇଛି ।ତେବେ ଫରେନସିକ୍ ଏକ୍ସପର୍ଟଙ୍କ କହିବା ଅନୁସାରେ, ଗୁଳି ନମିଳିଲେ ବି, ମିଳିଥିବା ଖୋକା, ଗୋପାଳଙ୍କ ହେଣ୍ଡ ସ୍ୱାବର ରିପୋର୍ଟ ଅନୁସାରେ ତାଙ୍କୁ ଦୋଷୀ ବୋଲି ପ୍ରମାଣିତ କରାଯାଇପାରିବ । ଆଉ ଏବେ କୁହାଯାଉଛି କି କୁଆଡେ ଅଭିଯୁକ୍ତ ଗୋପାଳଙ୍କୁ ମିଳିବନି ଦଣ୍ଡକାରଣ ସେ ଜଣେ ମାନସିକ ରୋଗୀ ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।