ତେବେ ପ୍ରତେକ ବ୍ୟକ୍ତି ଚାହିଁ ଥାଆନ୍ତି କି ସେ ତାଙ୍କ ଜୀଵନ ରେ ସୁଖ ଶାନ୍ତି ରେ ରୁହନ୍ତୁ ବୋଲି କିନ୍ତୁ ସେମାନେ ତାଙ୍କ ଦୈନନ୍ଦିନ କାର୍ଯ୍ୟ ରେ କିଛି ଏଭଳି କାର୍ଯ୍ୟ କରି ବସନ୍ତି ଯାହା ଦ୍ୱାରା ଘରେ ଅଶାନ୍ତି ଲାଗି ରହିଥାଏ | ମନୁଷ୍ୟ ରୀତିନୀତି ନିୟମ କୁ ମାନି ଚଳିବା ଉଚିତ ଯାହାଦ୍ୱାରା ଘରେ ଶାନ୍ତି ପ୍ରତିଷ୍ଠା ପାଇବ | ତେବେ ଆଜି ସେଭଳି କିଛି ନୀତି ନିୟମ ସମ୍ପର୍କ ରେ କହିବୁ ଯାହାକୁ ପାଳନ କରିବା ଦ୍ୱାରା ଆପଣଙ୍କର ହିଁ ମଙ୍ଗଳ ହେବ ଏବଂ ଘରେ ସୁଖ ଶାନ୍ତି ର ବୃଦ୍ଧି ହେବ |
1. ଆପଣ ନିଜ ଘରେ କେବେ ବୁଢିଆଣୀ ବସା କିମ୍ବା ଧୂଳି ହେବା ପାଇଁ ଦିଅନ୍ତୁ ନାହିଁ ଏହି ସବୁ ରହିବା ଦ୍ଵାରା ଘରେ ସର୍ବଦା କଳହ ଓ ଅଶାନ୍ତି ବୃଦ୍ଧି ହୋଇଥାଏ |
2. ସବୁବେଳେ ପୂଜା କରିଥିବା ସ୍ଥାନରେ କିମ୍ବା ପୂଜା ଘରେ ସର୍ବଦା ପାଣି ଭର୍ତି ଥିବା କଳସ ରଖନ୍ତୁ, ଏହାଦ୍ୱାରା ଘର ପାଇଁ ସର୍ବଦା ସୁଖ ଶାନ୍ତି ଆସିଥାଏ |
3. ଘରେ ଆପଣ ଯଦି ଝାଡୁକୁ ଠିଆ କରି ରଖନ୍ତି କିମ୍ବା ଝାଡ଼ୁରେ ଗୋଡ ମାରନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘରେ ସର୍ବଦା ଅଶାନ୍ତି ଦେଖାଯାଏ ତେଣୁ ଆପଣ ଏପରି ଭୁଲ କେବେ କରନ୍ତୁ ନାହିଁ |
4. ଘରେ ଆପଣ ସୁଖ ଶାନ୍ତିର ବୃଦ୍ଧି ପାଇଁ ଖାଇବା ପାଇଁ ପ୍ରସ୍ତୁତ କରୁଥିବା ରୁଟି ପ୍ରଥମେ ଗାଇଙ୍କୁ ଦିଅନ୍ତୁ ଏହାଦ୍ୱାରା ବହୁତ ଶୁଭ ହୋଇଥାଏ |
5. ଘରେ ପ୍ରତ୍ୟେକ ଦିନ ସକାଳ ଯଦି ଆପଣ ଭଜନ ଓ କୀର୍ତ୍ତନ କରନ୍ତି ତେବେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ |
6. ଘର ସାମ୍ନାରେ କେବେ ଆପଣ ଶୁଖି ଯାଇଥିବା ଗଛ ରଖନ୍ତୁ ନାହିଁ,ଏହାର ଖରାପ ପ୍ରଭାବ ଘର ଉପରେ ପଡିଥାଏ |
7. ଆପଣ ଘରର ମୁଖ୍ୟ ଦ୍ଵାରାର ଡାହାଣ ପାଖରେ ଯଦି ଆପଣ ସ୍ୱସ୍ତିକ ଚି଼ହ୍ନଟିଏ କରନ୍ତି ତେବେ ଆପଣଙ୍କ ଘରେ ସର୍ବଦା ଶୁଖ ଶାନ୍ତିର ବାତାବରଣ ଦେଖା ଦେଇଥାଏ |
8. ସୁଇବା ଘରେ ଆପଣ କେବେ ଆଇନା ରଖନ୍ତୁ ନାହିଁ ଯଦି ରଖୁଛନ୍ତି ତେବେ ତାହାକୁ କପଡା ଘୋଡାଇ ରଖିବା ଉଚିତ, ଏହାଦ୍ୱାରା ଘରେ କୌଣସି ଅଶୁଭ ଶକ୍ତିର ବୃଦ୍ଧି ହୋଇନଥାଏ |
9. ଆପଣ କେବେ ଶୁଇବା ଖଟ ଉପରେ ବସି ଖାଆନ୍ତୁ ନାହିଁ ଏହା ଭଲ ଅଭ୍ୟାସ ନୁହଁ ତାହା ସହିତ ଆପଣ ଏପରି କରିବା ଦ୍ଵାରା ଦରିଦ୍ରତା ବୃଦ୍ଧି ହେବା ସହିତ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ |
10. ଆପଣ ଘରେ ଯଦି ଔଷଧ ଖାଉଥାନ୍ତି ତେବେ ଏହି ଔଷଧକୁ ଉତ୍ତର -ପୂର୍ଵ କୋଣରେ ରଖନ୍ତୁ ଯାହା ଦ୍ଵାରା ଔଷଧର ପ୍ରଭାବ ଭଲ ହୋଇଥାଏ ଏବଂ ଆପଣ ଶୀଘ୍ର ସୁସ୍ଥ ହୋଇଯାନ୍ତି |