ଗୋଇଠି ଯନ୍ତ୍ରଣା ( Heel Pain ) ରୋକିବେ କିପରି ? | Dr Swathy Krishna

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଶୀତ ଦିନରେ ଦେହ ଶୁଷ୍କ ହୋଇ ଯାଇଥାଏ ଯାହା ଫଳରେ ହାତ ଗୋଡ଼ ଫାଟିବା ଆରମ୍ଭ ହୋଇ ଥାଏ | ସବୁଠାରୁ ବଡ଼ ଅସୁବିଧା ହେଉଛି ଯେତେ ବେଳେ ଆମ ପାଦ ଫାଟି ବା ପାଦ ର ଗୋଇଠି ଫାଟି ଯନ୍ତ୍ରଣା ଅନୁଭବ ହୋଇ ଥାଏ | ଏତେ ଯନ୍ତ୍ରଣା ଅନୁଭବ ହୋଇ ଥାଏ କି ସକାଳେ ଉଠି ତଳେ ପାଦ ଦେବାକୁ ମଧ୍ୟ ଡର ଲାଗିଥାଏ | ଆମେ ଠିକ ଭାବରେ ଚାଲି ମଧ୍ୟ ପାରନ୍ତି ନାହିଁ ଯାହା ଫଳରେ କୌଣସି କାମ କରି ହୁଏ ନାହିଁ | ତେବେ ଶୀତ ଦିନରେ କାହିଁକି ଗୋଇଠି ଫାଟି ଥାଏ ଏବଂ ଏହାର ଚିକିତ୍ସା କଣ ଆଜି ସେହି ସମ୍ପର୍କ ରେ ଆଲୋଚନା କରିବା |

ଡାକ୍ତରଙ୍କ କହିବା ଅନୁଯାଇ ଗୋଇଠି ଫାଟିବ ସାଧାରଣ ଭାବରେ ଦୁଇ ପ୍ରକାର ର ହୋଇ ଥାଏ ଗୋଟିଏ ହେଉଛି ଗୋଇଠି ପଛ ଫାଟିବା ଏବଂ ଦ୍ୱିତୀୟ ଟି ହେଉଛି ଗୋଇଠି ତଳେ ଫାଟିବା | ଗୋଇଠି ପଛ ଫାଟିବା ସାଧାରଣ ଅଟେ କିନ୍ତୁ ଗୋଇଠି ତଳେ ଫାଟିବାର ଅନେକ କାରଣ ରହି ଥାଏ | ଏହି ଗୋଇଠି ଫାଟିବାର କାରଣ କଣ ଆସନ୍ତୁ ସେହି ସମ୍ପର୍କ ରେ ଜାଣିବା |

 

ଗୋଇଠି ଫାଟିବାର କାରଣ:-
-ଯେଉଁ ବ୍ୟକ୍ତି ମାନେ ଅଧିକ ସମୟ ଧରି ଛିଡା ହୋଇ ରହନ୍ତି ବା ଅଧିକ ସମୟ ଛିଡା ହୋଇ କୌଣସି କାମ କରନ୍ତି ସେମାନଙ୍କ ମଧ୍ୟରେ ଏହି ଗୋଇଠି ଫାଟିବା ସମସ୍ୟା ଦେଖା ଯାଇଥାଏ | ଏହା ଛଡ଼ା ଯେଉଁ ମାନେ ଟ୍ରାଫିକ ପୋଲିସ ହୋଇ ଛିଡା ହୋଇ କାର୍ଯ୍ୟ କରନ୍ତି ସେମାନଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖିବା ପାଇଁ ମିଳେ |

– ଯେଉଁ ମାନଙ୍କର ପାଦରେ ୟୁରିକ ଏସିଡ ର ମାତ୍ରା ଅଧିକ ଥିଲେ ଏମିତି ଗୋଇଠି ସମସ୍ୟା ଆରମ୍ଭ ହେଇପାରେ |

 

-ଆଉ ଯେତେବେଳେ ପାଦ ହାଡ଼ ରେ କିଛି ଅସୁବିଧା ଥାଏ ସେତେବେଳେ ବି ଏହି ଗୋଇଠି ଫାଟିବା ଅସୁବିଧା ଦେଖାଯାଏ | ତେବେ ଏହି କେଶ ରେ ଗୋଇଠି ର ହାଡ଼ ବଢ଼ି ଯାଇଥାଏ ତେଣୁ ଏହାର ପ୍ରଭାବରେ ଗୋଇଠି ଫାଟିଥାଏ |

– ଅଧିକ ସମୟ ଧରି ଆମେ ଯଦି ଟାଇଡ଼ ଜୋତା ପିନ୍ଧୁଛନ୍ତି, ଯେପରି ହାଏ ହିଲ ବ୍ୟବହାର କରୁଥିଲେ ଗୋଇଠି ଟାଣ ହେଇଯାଏ ଆଉ ସେତେବେଳେ ଗୋଇଠି ଫାଟିଥାଏ |

-ଫ୍ଲାଟ ଫୁଟ ସମସ୍ୟା ଥିଲେ ବି ଗୋଇଠି ଫାଟି ଥାଏ, ତେବେ ଏହା ଜନ୍ମ ସମୟରୁ ହିଁ ରହିଥାଏ |

ଗୋଇଠି ଫାଟିବାର ଚିକିତ୍ସା:-
– ତେବେ ଗୋଇଠି ଫଟାର ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ମହିଳା ମାନେ ଘର ଭିତରେ ସିଲିକନ ନରମ ଜୋତା ବ୍ୟବହାର କରିବା ଉଚିତ | ପ୍ରତ୍ୟେକ ଦିନ କିଛି ପାଦରେ କିଛି ଷ୍ଟ୍ରେଚଫୁଲ ଏକ୍ସାସାଇଜ କରିବା ଦରକାର |

– ଏହା ଛଡ଼ା ଆପଣଙ୍କ ଶରୀର ରେ ଯଦି କ୍ୟାଲସିୟମ ର ପରିଣାମ କମ ଥାଏ ତେବେ ତାହାକୁ ଟେଷ୍ଟ କରି ସେହି ଅନୁସାରେ ଖାଦ୍ୟ ଖାଇବା ଉଚିତ | ଉଷୁମ ପାଣିରେ ଗୋଡ଼ ବୁଡାଇ ରଖିଲେ ମଧ୍ୟ ଏହି ସମସ୍ୟା ରେ ଆରାମ ଅନୁଭବ ହୋଇ ଥାଏ |

Leave A Reply

Your email address will not be published.