ଦେଖନ୍ତୁ LIVE ଭିଡିଓ ! ସାମ୍ନାକୁ ଆସିଲା ନବ ଦାସଙ୍କୁ ଗୁଳିମାଡ଼ ବେଳର ଛାତିଥରା CCTV ଦୃଶ୍ୟ…

ଗୋପାଳ କୃଷ୍ଣ ଦାସ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ଼ କରିବା ଘଟଣା କୁ ନେଇ ଏବେ ସବୁଆଡେ ଚର୍ଚ୍ଚା କିନ୍ତୁ ପ୍ରକୃତ ରେ ଘଟଣା ଟିର ରହସ୍ୟ କଣ ତାହା ସଠିକ ଭାବରେ ଜଣା ପଡ଼ି ନାହିଁ | ତେବେ ଏହାରି ଭିତରେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହାକି ସିସି ଟିଭି ରେ ରେକର୍ଡ ହୋଇଛି | ତେବେ ସୂଚନା ଅନୁଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡା ରେ ଏକ କାର୍ଯ୍ୟକ୍ରମ ସାରିକି ଯେତେ ବେଳେ ବ୍ରଜରାଇନଗର ଆସୁ ଥିଲେ ସେତେ ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି | ଗାନ୍ଧୀ ଛକ ରୁ ବ୍ରଜରାଇନଗର ଯିବା ରାସ୍ତା ରେ ଏଭଳି ଏକ ଘଟଣା ଘଟି ଯାଇଛି ବୋଲି କୁହାଯାଇଛି | ତେବେ ଭିଡ଼ିଓ ଟିରେ ସ୍ପଷ୍ଟ ଦେଖା ଯାଇଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ଯେତେ ବେଳେ ଗାଡ଼ି ରୁ ଓହ୍ଲାଉ ଥିଲେ ସେତେ ବେଳେ ହିଁ କେହି ଜଣେ ତାଙ୍କର ଠିକ ଛାତି କୁ ଗୁଳି ମାଡ଼ କରିଛି |

ତେବେ ସେ ଯେତେ ବେଳେ ଗାଡ଼ି ରୁ ଓହ୍ଲାଇ ଥିଲେ ଲୋକ ମାନେ ତାଙ୍କୁ ଫୁଲ ମାଳ ପିନ୍ଧାଉ ଥିଲେ ଆଉ ସେହି ସମୟରେ ହଠାତ ସେ ତଳକୁ ଟଳି ପଡ଼ି ଥିଲେ | ତେବେ ଘଟଣା ସ୍ଥଳରେ ପୋଲିସ ଫର୍ସ ମୁତୟନ ଥିବା ସମୟରେ ଏଭଳି ଏକ କାଣ୍ଡ ଘଟି ଯାଇଛି ଆଉ ସେହି ସଭା ରେ 1000 ରୁ ଅଧିକ ଲୋକ ଥିଲେ ଆଉ ଗୁଳି ମାଡ଼ କରିବା ପାଇଁ ଦୁର୍ବୁତ୍ତ ମାନେ ଆଗରୁ ସଜାଗ ଥିଲେ ଆଉ ସୁଯୋଗ ପାଇବା ମାତ୍ରେ ସେମାନେ ଆଟାକ କରିଛନ୍ତି |

 

ତେବେ ଗୁଳି ମାଡ଼ ହେବା ପରେ ନବ ଦାସ ରକ୍ତ ରେ ଜୁଡୁବୁଡୁ ହୋଇ ଯାଇ ଥିଲେ ଯାହାକି ତାଙ୍କୁ ସେହି ଗାଡ଼ିରେ ସଙ୍ଗେ ସଙ୍ଗେ ହସ୍ପିଟାଲ କୁ ନିଆ ଯାଇଥିଲା | ଯେତେ ବେଳେ ନବ ଦାସ ଙ୍କ ଗାଡ଼ି ଟି ସେହି ସ୍ଥାନରେ ପହଞ୍ଚି ଥିଲା ତାଙ୍କୁ ଦେଖିବା ପାଇଁ ଅନେକ ଲୋକ ସେହି କାର ପାଖକୁ ଘେରି ଯାଇ ଥିଲେ |

କିଏ କ୍ୟାମେରା ଧରି ରେକର୍ଡ କରିବା ପାଇଁ ଦୌଡ଼ି ଯାଇ ଥିଲା ତ ଆଉ କିଏ ମୋବାଇଲ ଧରି ପାଖକୁ ଦୌଡ଼ି ଯାଇ ଥିଲା | କିନ୍ତୁ ଯେତେ ବେଳେ ମନ୍ତ୍ରୀ ନବ ଦାସ ଙ୍କ ଉପରେ ଗୁଳି ମାଡ଼ ହୋଇ ଥିଲା ସେଠାରେ ଯେତେ ସବୁ ଲୋକ ଥିଲେ ପ୍ରଥମେ ହୋ ହାଲା କରି ଭୟରେ ଦୂରେଇ ଦୌଡ଼ି ଚାଲି ଯାଇ ଥିଲେ | ତେବେ ଏହାପରେ ହଠାତ ଗାଡ଼ି ବୁଲାଇ ମନ୍ତ୍ରୀ କୁ ହସ୍ପିଟାଲ ଦ୍ରୁତ ଗତିରେ ନିଆ ଯାଇଥିଲା | ତେବେ ଏହି ସବୁର ଦୃଶ୍ୟ ଏକ ସିସି ଟିଭି ରେ ରେକର୍ଡ ହୋଇଛି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆପଣ ମାନେ ଦେଖିଲେ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | କିନ୍ତୁ ଯିଏ ଗୁଳି ମାଡ଼ କରିଛି ଏହି ଭିଡ଼ିଓ ରେ ସେମିତି କିଛି ସଠିକ ପ୍ରମାଣ ମିଳି ପାରି ନାହିଁ |

Leave A Reply

Your email address will not be published.