ପ୍ରତିଦିନ ତୁଳସୀ ପୁଜା ନିୟମ -ତୁଳସୀ ଗଛରେ କେଉଁ ପାଣି ଦେବା ଉଚିତ୍ ନୁହେଁ ଜାଣନ୍ତୁ..ନଚେତ୍ ହୋଇପାରେ ସଙ୍କଟ

ଭୁଲରେ ବି ଯଦି ଆପଣ ତୁଳସୀ ଗଛରେ ଏମିତି ଜଳ ଚଢ଼ାଉଛନ୍ତି ତେବେ ଖୁବ ଅଶୁଭ ହେବ ଯାହାକି ଅଶୁଭ ଫଳ ମିଳିବ ଆଉ ପୁରା ଘର କାଙ୍ଗାଳ ହୋଇଯିବ, ଦୁଃଖ ଆଉ ଦରିଦ୍ରତା ରେ ଘର ଅଶାନ୍ତି ଲାଗି ରହିବ | ପବିତ୍ର ତୁଳସୀ କୁ ନେଇ ଧର୍ମ ଶାସ୍ତ୍ର ରେ କିଛି ନିୟମ କୁହାଯାଇଛି ଆଉ ଯଦି ଏହାର ପାଳନ ନ କରାଯାଏ ତେବେ ଘରେ ଦୁର୍ଦଶା ଦେଖା ଯାଇଥାଏ | ତେବେ ଆଜି ଆମେ ଜାଣିବା ତୁଳସୀ କେଉଁଠି ରଖିବେ, କେଉଁ ମହିଳା ମାନେ ଭୁଲରେ ଜଳ ନ ଚଢ଼ାଇବେ ଆଉ କଣ କଲେ ମା ଲକ୍ଷ୍ମୀ ଙ୍କର କୃପା ବର୍ଷି ଥାଏ ଆଜି ସେହି ସମ୍ପର୍କ ରେ ଜାଣିବା |

ହିନ୍ଦୁ ଧର୍ମରେ ତୁଳସୀ ଗଛ ପୂଜନୀୟ ଅଟେ ଯାହାକି ତୁଳସୀ ଗଛ ମା ଲକ୍ଷ୍ମୀଙ୍କର ରୂପ ମାନା ଯାଇଥାଏ, ନିୟମିତ ଭାବରେ ତୁଳସୀ ପୂଜା କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ | ଯଦି ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ କୌଣସି ବିପଦି ଆସିବାକୁ ଥାଏ ତ ଏହାର ପ୍ରଭାବ ସର୍ବ ପ୍ରଥମେ ତୁଳସୀ ଗଛ ଉପରେ ହୋଇ ଥାଏ |

ଯଦି ଆପଣ ତୁଳସୀ ଗଛ କେବେ ଆଣୁଛନ୍ତି ତେବେ ଗୁରୁବାର ଦିନ ହିଁ ଆଣନ୍ତୁ ଆଉ ଏହାକୁ ସକାଳ ସମୟରେ ହିଁ ଲଗାଇବେ | ଭୁଲରେ ବି ତୁଳସୀ ତଳେ ଶିବଲିଙ୍ଗ ଓ ଗଣେଶ ଙ୍କର ପ୍ରତିମା କୁ ରଖିବେ ନାହିଁ ଆପଣ ଶନି ଆଉ ରାମ ଙ୍କୁ ରଖି ପାରିବେ | ତୁଳସୀ ଗଛ ରୋଷେଇ ଘର ପାଖରେ ରଖିଲେ ପାରିବାରିକ କଳହ ଦୂର ହୋଇଥାଏ ଏବଂ ତୁଳସୀ ଗଛ କୁ କେବେ ବି ପୂର୍ବ ଦିଗରେ ରଖନ୍ତୁ ନାହିଁ ଏହାଦ୍ୱାରା ଆର୍ଥିକ ସମସ୍ୟା ର ସାମ୍ନା କରିବା ପାଇଁ ପଡିଥାଏ |

ନିୟମିତ ଭାବେ ବ୍ୟକ୍ତି ତୁଳସୀ ଦର୍ଶନ କଲେ ବ୍ୟକ୍ତିର ସବୁ ପାପ ଧୋଇ ହୋଇ ଯାଇଥାଏ | ଯେଉଁଠି ପ୍ରତିଦିନ ତୁଳସୀ ଗଛ ପାଖରେ ଦୀପ ଜଳା ଯାଇଥାଏ ସେଠାରେ ଭୂତ ପ୍ରେତାତ୍ମା ଆଉ ନକାରାତ୍ମକ ଶକ୍ତି ରହି ନଥାଏ | ଯଦି ଆପଣଙ୍କ ବ୍ୟାପାର ବ୍ୟବସାୟ ରେ ବାଧା ହେଉଛି ସବୁ କାମ ବନ୍ଦ ହୋଇ ଯାଇଛି ତେବେ ଆପଣ ଏହି ଉପାୟ ନିହାତି କରନ୍ତୁ | ପ୍ରତେକ ଶୁକ୍ରବାର ଦିନ ତୁଳସୀ ରେ କଞ୍ଚା କ୍ଷୀର ଚଢ଼ାଇଲେ ଆପଣଙ୍କ ବ୍ୟାପାର ରେ ଆସୁଥିବା ବାଧା ବିଘ୍ନ ଜଲଦି ଦୂର ହୋଇଯିବ |

ଭଗବାନ ଶ୍ରୀହରିଙ୍କ ପୂଜା ରେ ତୁଳସୀ ଗଛର ପୂଜା ଖୁବ ମହତ୍ୱ ରହିଛି ଆଉ ବିଷ୍ଣୁ ଙ୍କୁ ଭୋଗ ଅର୍ପଣ କରିବା ସମୟରେ ତୁଳସୀ ପତ୍ର ଦିଆଯାଇ ଥାଏ | ଯଦି ଭଗବାନ ଙ୍କ ପାଖରେ ଚଢାଇବା ପାଇଁ କିଛି ନାହିଁ ତେବେ ଆପଣ ତୁଳସୀ ପତ୍ର ଚଢାଇ ପାରିବେ | ଯଦି ଆପଣଙ୍କ ପିଲା ଉପରେ କାହାର ନଜର ଲାଗିଥାଏ ତେବେ ସାତୋଟି ତୁଳସୀ ପତ୍ର ଆଉ ସାତୋଟି କଳା ମରିଚ ର ଦାନାକୁ ମୁଠାରେ ନେଇ ପିଲା ର ମୁଣ୍ଡରୁ ପାଦ ଯାଏଁ ସାତ ଥର ବୁଲାଇ ଦିଅନ୍ତୁ |

Leave A Reply

Your email address will not be published.