ଦେଖନ୍ତୁ Shocking ଭିଡ଼ିଓ : ନବ ଦାସ ମରିଛି ଭଲ ହୋଇଛି, ଗୋପାଳଙ୍କ ହସ ହସ ମୁଁହ ଦେଖିଲେ, ଲାଗେ ସେ ଶ୍ରୀ କୃଷ୍ଣଙ୍କ ଅବତାର।
ତେବେ ନବ ଦାସ ଙ୍କ ମୃତ୍ୟୁ ପରେ ମିନତୀ ବୋହିଦାର ମଟନ ଭୋଜି ଦେଲେ ଯାହାକି ତାଙ୍କ ଆତ୍ମା କୁ ଶାନ୍ତି ମିଳିଲା ଆଉ ଭାଇ ପାଇଁ ଯେଉଁ ଆଖିରୁ ଲୁହ ଗଡୁ ଥିଲା ତାହା ଶାନ୍ତି ପାଇଲା | ତେବେ ତାଙ୍କ ଭାଇ ହେଉଛନ୍ତି ବିଧାନ ବୋହିଦାର, 2005 ମସିହା ରେ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ତାଙ୍କୁ ଜୀଵନ ରେ ମାରି ଦେଇଥିବା ତାଙ୍କ ଭଉଣୀ ମିନତୀ ବୋହିଦାର ଅଭିଯୋଗ ନେଇ ଆସିଛନ୍ତି | ତେବେ ସେ କହିଛନ୍ତି କି ମନ୍ତ୍ରୀ ନବ ଦାସ ମରି ଯାଇଛି ଭଲ ହୋଇଛି ଯଦି ମୁଁ ହୋଇ ଥାଆନ୍ତି ତେବେ ତାକୁ ଟିକ ଟିକ କରି ମାରି କୁକୁର ମାନଙ୍କୁ ଖାଇବା ପାଇଁ ଦେଇ ଥାଆନ୍ତି | ନବ ଦାସ ମୋ ଭାଇ ବିଧାନ ବୋହି ଦାରକୁ 2005ରେ ହତ୍ୟା କରିଥିଲା ଆଉ ଏବେ ସେ ନିଜେ ମରି ଯାଇଛି |
ମୁଁ ଚିକେନ ବେଶୀ ଖାଏନି କିନ୍ତୁ ଯେଉଁ ଦିନ ସେ ମରିଲା ମୁଁ ଥାଳି ଫୁଲ କରି ଚିକେନ ଖାଇଲି ଆଉ ଖୁସି ମନାଇଲି | ଖାଲି ସେତିକି ନୁହେଁ ଯେତେ ବେଳେ ତାହାର ମୃତ୍ୟୁର ଖବର ଆସିଲା ମଟନ ସହିତ କଲଡ଼ଡ୍ରିଂକ୍ସ ନିଜ ସାହି ସାରା ବାଣ୍ଟିଲି | ଏଭଳି ଏକ ଖବର ଆପଣ ଙ୍କୁ ଖୁବ ସ୍ତବ୍ଧ କରି ଦେଉ ଥିବ କାରଣ ଜଣଙ୍କ ମୃତ୍ୟୁ ରେ ଜଣେ କିଭଳି ଏତେ ଖୁସି ହୋଇ ପାରେ | କିନ୍ତୁ ଖୁସି ହେବାର ଯଥେଷ୍ଟ କାରଣ ମିନତୀ ବୋହିଦାର ଙ୍କ ପାଖରେ ରହିଛି କାରଣ ତାଙ୍କ ଜୀଵନ ଠାରୁ ଅତି ପ୍ରିୟ ଭାଇ ଙ୍କୁ ଯିଏ ମାରି ଦେଇଥିଲା ସେ ଆଜି ସବୁଦିନ ପାଇଁ ଶୋଇ ଯାଇଛି |
ଆଉ ମିନତୀ ବୋହିଦାର ଙ୍କ ହୃଦୟ ରେ ଯଥେଷ୍ଟ ସମ୍ମାନ ଏସଆଇ ଗୋପାଳ ଦାସ ଙ୍କ ପାଇଁ ରହିଛି, କହୁଛନ୍ତି କି ସେ ମଣିଷ ନୁହେଁ ସାକ୍ଷାତ ଈଶ୍ୱର ନୀଳ ମାଧବ ଆଉ ସେ ହିଁ ଆସି ଥିଲେ ତାଙ୍କୁ ବୋଧ କରିବା ପାଇଁ | ଜଣେ ମଣିଷ କୁ ମାରି ଗୋଟେ ଲୋକ କିଭଳି ହସି ପାରେ ଏହା କେବଳ ଗୋପାଳ ଙ୍କ ପାଖରେ ସମ୍ଭବ କାରଣ ସେ ଏକ ମଣିଷ କୁ ନୁହେଁ ବରଂ ଏକ ରାକ୍ଷସ କୁ ମାରି ଦେଇଛନ୍ତି | ତେବେ ମିନତୀ ବୋହିଦାର ନିଜର ସବୁ ସମ୍ପତ୍ତି ଜଣେ ରିକ୍ସା ଵାଲା ନାଁ ରେ ଲେଖି କିଛି ଦିନ ତଳେ ଚର୍ଚ୍ଚା କୁ ଆସି ଥିଲେ | ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି ସେ ଦାନ କରି ଦେଇ ଥିଲେ ଆଉ ଅନ୍ୟ ପଟେ ନବ ଦାସ ଜଣେ ଲମ୍ପଟ ଶ୍ରେଣୀର ଲୋକ ବୋଲି ସେ ଅଭିଯୋଗ କରିଛନ୍ତି | ଭୋଟ ପାଇଁ ନବ ଦାସ ମୋ ଭାଇ କୁ ମାରି ଦେଇଛି ବୋଲି ସେ କହିଛନ୍ତି ଆଉ କିଛି ଦିନ ତଳେ ମିନତୀ ବୋହିଦାର ବିଜେଡ଼ି ରେ ଯୋଗ ଦାନ କରି ଥିଲେ |