new twist- ସ୍ତ୍ରୀ ପରେ ପୁଣି ସିଙ୍ଗର ହ୍ୟୁମାନ ସାଗରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମିଷ୍ଟର ଗୁଲୁଆ…ଦେଖନ୍ତୁ video ..

ତେବେ ବର୍ତ୍ତମାନ ସମୟରେ ସିଙ୍ଗର ହ୍ୟୁମାନ ସାଗର ଙ୍କ ନାଁ ରେ କମେଡିଆନ ମିଷ୍ଟର ଗୁଲୁଆ ଏକ ସାଙ୍ଘାତିକ ଅଭିଯୋଗ ନେଇ ଆସିଛନ୍ତି | ତେବେ ଆମ ଓଡ଼ିଶା ର ନମ୍ବର ୱାନ ଗାୟକ ଭାବେ ପରିଚିତ ହ୍ୟୁମାନ ସାଗର ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି | ଯିଏ କି ନିଜ ର ସ୍ୱରରେ ସମସ୍ତ ଙ୍କୁ ମତୁଆଲା କରିଥାନ୍ତି, ସେ ଆଲବମ ହେଉ କି ରୋମାଣ୍ଟିକ ହେଉ ଅବା ଭଜନ ହେଉ ତାଙ୍କ ସୁନ୍ଦର ସ୍ୱର ମାଧ୍ୟମ ରେ ସେ ଓଡ଼ିଶା ରେ ଏକ ସ୍ୱତନ୍ତ୍ର ନାଁ ସୃଷ୍ଟି କରିଛନ୍ତି |

ତେବେ ପୂର୍ବରୁ ସେ ତାଙ୍କ ପାରିବାରିକ ସମସ୍ୟା କୁ ନେଇ ବିବାଦ ରେ ଥିଲେ ଯାହାକି ନିର୍ଯାତନା ର ଶିକାର ହୋଇ ତାଙ୍କ ପତ୍ନୀ ଅଭିଯୋଗ ଆଣି ଥିଲେ | କିନ୍ତୁ ଏହି ସମସ୍ୟା ର ସମାଧାନ ହେବା ପରେ ପୁଣି ତାଙ୍କ ନାଁ ରେ ଏକ ସାଙ୍ଘାତିକ ଅଭିଯୋଗ ଆସି ପହଞ୍ଚିଛି |

ୟୁଟ୍ୟୁବ ଚ୍ୟାନେଲ ର ସବୁଠୁ ଭଲ କମେଡିଆନ ଭାବେ ପରିଚିତ ମିଷ୍ଟର ଗୁଲୁଆ ଯିଏ କି ତାଙ୍କ ପଦେ କଥା ମାଧ୍ୟମ ରେ ସମସ୍ତ ଙ୍କୁ ହସାଇ ଥାଆନ୍ତି | ତେବେ ମିଷ୍ଟର ଗୁଲୁଆ ସିଙ୍ଗର ହ୍ୟୁମାନ ସାଗର ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଆଉ ଏକ ଭିଡ଼ିଓ ମାଧ୍ୟମ ରେ କିଛି କହିଛନ୍ତି | ଗୁଲୁଆ ଙ୍କ କହିବା ଅନୁଯାଇ ସେ କିଛି ଦିନ ପୂର୍ବରୁ ସେ ଶିଆଳ କୁ ଏକ ଷ୍ଟେଜ ପ୍ରୋଗ୍ରାମ ରେ ଯାଇ ଥିଲେ |

 

ଆଉ ସେହି ପ୍ରୋଗ୍ରାମ ରେ ହ୍ୟୁମାନ ସାଗର ମଧ୍ୟ ଆସି ଥିଲେ କିନ୍ତୁ ହ୍ୟୁମାନ ସାଗର କହି ଥିଲେ କି ଯଦି ପଫମାନ୍ସ କରିବା ପାଇଁ ଗୁଲୁଆ ଷ୍ଟେଜ କୁ ଯିବେ ତାହେଲେ ସେ ଷ୍ଟେଜ କୁ ଯିବେ ନାହିଁ | ଆଉ ବହୁତ ସମୟ ଅପେକ୍ଷା କରିବା ପରେ ଗୁଲୁଆ ଙ୍କୁ ସେହି ଷ୍ଟେଜ ରେ ଅଭିନୟ କରିବା ପାଇଁ ସୁଯୋଗ ମିଳି ଥିଲା |


ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ତାଙ୍କୁ ଦୁଇ ମିନିଟ ପାଇଁ ଷ୍ଟେଜ ରେ ଅଭିନୟ କରିବାକୁ ଦିଆଯାଇ ଥିଲା ଯାହାକି ହ୍ୟୁମାନ ସାଗର ଙ୍କର ଟିମ ତାଙ୍କୁ ଷ୍ଟେଜ ଉପରକୁ ଯିବା ପାଇଁ ଦେଇ ନଥିଲେ | ତେବେ ଗୁଲୁଆ ଙ୍କ କହିବା ଅନୁଯାଇ କି ମୁଁ ହେଉଛି ହ୍ୟୁମାନ ସାଗର ଙ୍କର ବଡ଼ ଫ୍ୟାନ ଥିଲି ଆଉ ତାଙ୍କ ସହିତ ମୋର ବ୍ୟକ୍ତିଗତ କୌଣସି ଶତ୍ରୁତା ନାହିଁ କିନ୍ତୁ ସେ ଖାଲି ଖାଲି ମୋ ଜୀବିକା କୁ ମାରୁଛନ୍ତି ମୁଁ ଜାଣି ପାରୁ ନାହିଁ | ଆଉ କାହାର ଜୀବିକା ଛଡାଇ ନେବା ଦୁନିଆ ର ସବୁଠୁ ବଡ଼ ପାପ ଅଟେ ବୋଲି ଗୁଲୁଆ ଏକ ଭିଡ଼ିଓ ମାଧ୍ୟମ ରେ କହିଛନ୍ତି ଯାହାକି ଏହି ଭିଡ଼ିଓ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.