ତେବେ ଆଜି ଏଭଳି ଏକ ଉପାୟ ସମ୍ପର୍କ ରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ଆଉ କେବେ ହେଲେ କୌଣସି ସମସ୍ୟା ରହିବ ନାହିଁ | କହିବାକୁ ଗଲେ ଏମିତି ଅନେକ ବ୍ୟକ୍ତି ମାନେ ଅଛନ୍ତି ଯେଉଁ ମାନେ ରାତିଦିନ ପରିଶ୍ରମ କରିକି ସେମାନେ ଟଙ୍କା ରୋଜଗାର କରିଥାନ୍ତି କିନ୍ତୁ ତାଙ୍କ ହାତରେ ସେହି ଟଙ୍କା ପାଖରେ ରହି ପାରି ନଥାଏ |
ସେହି ଟଙ୍କା ଅଯଥା ଖର୍ଚ୍ଚ ରେ ଚାଲି ଯାଏ ତାହା ସହିତ ତାଙ୍କ ପଛରେ ଅନେକ ଶତ୍ରୁ ଥାଆନ୍ତି ତ ସେମାନେ ଭୂତ ପେତକୁ ଡରୁ ଥାଆନ୍ତି ଏବଂ ସେମାନେ ଯେକୌଣସି କାମ କଲେ ମଧ୍ୟ ତାଙ୍କ କାମ ଧନ୍ଦା ଟି ଭଲ ଭାବରେ ଚାଲି ପାରୁ ନଥାଏ ବା ବ୍ୟବସାୟ କଲେ ବ୍ୟବସାୟ ଭଲ ଚାଲି ନଥାଏ | କିନ୍ତୁ ଆଜି ଏକ ଏମିତି ଉପାୟ ସମ୍ପର୍କ ରେ କହିବୁ ଯାହାକୁ କରିବା ଦ୍ୱାରା ତାହେଲେ ଆପଣଙ୍କର ସମସ୍ତ ସମସ୍ୟା ଠିକ ହୋଇଯିବ |
ଏମିତି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ମନ୍ତ୍ର ଯନ୍ତ୍ର ତନ୍ତ୍ର କୁ ଅବିଶ୍ୱାସ କରିଥାନ୍ତି ତାହା ସହିତ ବିଭିନ୍ନ ପ୍ରକାର ର ଗାଳି ଗୁଲଜ ମଧ୍ୟ କରିଥାନ୍ତି | କିନ୍ତୁ ଏଥିରେ ମଧ୍ୟ ସତ୍ୟତା ରହିଥାଏ ତେଣୁ ଏହି ଉପାୟ ଟିକୁ ନିହାତି ଭାବରେ କରନ୍ତୁ | ସନ୍ଧ୍ୟା ସମୟରେ ଦିବ୍ରଗନ୍ଧା ଗଛକୁ ନିମନ୍ତ୍ରଣ କରିବେ ଯାହାକି ଏହି ଗଛ ଟି ଓଡ଼ିଶା ର ସମସ୍ତ ସ୍ଥାନରେ ପ୍ରାୟ ଦେଖିବା ପାଇଁ ମିଳି ଥାଏ |
ଏହି ଗଛ କୁ ଧୂପ ଦୀପ, କଞ୍ଚା କ୍ଷୀର ବା ପଞ୍ଚାମୃତ ନଚେତ ଅରୁଆ ଚାଉଳ, 7ଟି ଗୁଆ, ସୂତା ହଳଦୀ ତାହା ସହିତ ସିନ୍ଦୁର ଇତ୍ୟାଦି ନିଅନ୍ତୁ | ସେହି ଗଛର ମୂଳ ତଳେ ପୂଜା ଵିଧି କରନ୍ତୁ ଆଉ ଏହାପରେ ସେହି ଗଛର ମୂଳରୁ ଉପାଡିକି ନେଇ ଆସନ୍ତୁ |
ଏହି ଗଛର ଚେରରୁ ଆଣିଲା ପରେ ଏକ ତମ୍ବା ଡେଉଁରିଆ ବା ଅଷ୍ଟଧାତୁ ଡେଉଁରିଆ ବା ଚାନ୍ଦି ର ଡେଉଁରିଆ ଯେକୌଣସି ଡେଉଁରିଆ ନିଅନ୍ତୁ ଆଉ ସେହି ଚେରକୁ ଡେଉଁରିଆ ରେ ଭର୍ତ୍ତି କରିକି ଧୂପ ଦୀପ ଇତ୍ୟାଦି ଦିଅନ୍ତୁ | ଏହାପରେ ଭଗବାନ ଗଣେଶ ଙ୍କର ପାଖରେ ସେହି ଡେଉଁରିଆ କୁ ପୂଜା ଅର୍ଚନା କରି ନିଜ ହାତରେ ନଚେତ ନିଜ ଗଳାରେ ପିନ୍ଧି ଦିଅନ୍ତୁ |
ଦେଖିବେ କି ସେହି ଦିନ ଠାରୁ ଆପଣଙ୍କର ଯାହା ବି ସମସ୍ୟା ଆଗକୁ ଆସିବ କିମ୍ବା ଯାହା ମଧ୍ୟ ସମସ୍ୟା ଲାଗି ରହିଅଛି କିଛି ଦିନ ମଧ୍ୟରେ ସବୁ ଠିକ ହୋଇ ଯିବ | ଏହି ଉପାୟ ଟିକୁ ଯଦି ଆପଣ ଶ୍ରଦ୍ଧା ଓ ବିଶ୍ୱାସ ର ସହିତ କରନ୍ତି ତେବେ ଏହାର ଫଳ ଆପଣ ନିଶ୍ଚିତ ଭାବେ ପାଇ ପାରିବେ |