୫ ଫେବୃୟାରୀ (ମାଘ ପୂର୍ଣ୍ଣିମା)ରାତିରେ ଘରେ ୧ ଦୀପ ଏଠୀ ଜାଳନ୍ତୁ,ମା ଲକ୍ଷ୍ମୀ ଧନରବର୍ଷା କରିବେ,Magha Purnima 2023
5 ଫେବୃଆରୀ 2023 ହେଉଛି ପବିତ୍ର ମାଘ ପୂର୍ଣ୍ଣିମା ଆଉ ଏହି ଦିନ କରନ୍ତୁ ଏହି ଚମତ୍କାରୀ ଉପାୟ ଯାହା ଦ୍ୱାରା ଆପଣଙ୍କ ର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ | ଗଙ୍ଗା ସ୍ନାନ କରିବା ଯେତିକି ପୁର୍ଣ୍ୟ ହୋଇ ଥାଏ ମାଘ ପୂର୍ଣ୍ଣିମା ଦିନ ଏହି ଉପାୟ କରିବା ଦ୍ୱାରା ମଧ୍ୟ ସେତିକି ପୁର୍ଣ୍ୟ ହୋଇ ଥାଏ | ବର୍ଷର କିଛି ଖାସ ପୂର୍ଣ୍ଣିମା ତିଥିକୁ ସବୁଠୁ ସମୃଦ୍ଧିଶାଳୀ ବୋଲି ମାନା ଯାଇଥାଏ | ପୁରାଣ ରେ ପୂର୍ଣ୍ଣିମା ର ଦିନକୁ ବହୁତ ପବିତ୍ର ବୋଲି ମାନାଯାଏ ଏହି ଦିନ କାହାକୁ ଅପଶବ୍ଦ କୁହନ୍ତୁ ନାହିଁ |
ଏହି ଦିନ ଦ୍ୱାର କୁ ଆସିଥିବା ଗରିବ ଭିକାରୀ କୁ ଖାଲି ହାତରେ ଫେରାନ୍ତୁ ନାହିଁ ତାଙ୍କୁ କିଛି ନା କିଛି ଦାନ କରନ୍ତୁ | ତେବେ ଏହି ଦିନରେ ଚନ୍ଦ୍ରମା ସିଂହ ରାଶିରେ ରହିବେ, ସୂର୍ଯ୍ୟ କୁମ୍ଭ ରାଶିରେ ରହିବେ ତୁଳା ରାଶିରେ କେତୁ ଅଛନ୍ତି ଏବଂ ମୀନ ରାଶିରେ ବୃହସ୍ପତି ଅଛନ୍ତି, ମେଷ ରାଶିରେ ରାହୁଦେବ ଏବଂ କୁମ୍ଭ ରାଶି ରେ ଶନିଦେବ ରହିଛନ୍ତି | ତେବେ ମାଘ ପୂର୍ଣ୍ଣିମା ଦିନ କିଛି ଏଭଳି ଉପାୟ କରନ୍ତୁ ଯାହା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ ଏବଂ ଘରେ ସୁଖ ଶାନ୍ତି ଲାଗି ରହିବ |
ଏହି ପୂର୍ଣ୍ଣିମା ଦିନ ଆପଣ ଯେତେବେଳେ ସକାଳୁ ସକାଳୁ ଉଠିବେ ଗାଧୋଇବା ସମୟରେ କିଛି ଦୁବ ଘାସକୁ ପକାଇ ଦେବେ ଏବଂ ସେହି ପାଣିରେ ଗଙ୍ଗା ଜଳକୁ ପକାଇ ଦେବେ ଯଦି ଆପଣ ଙ୍କୁ ଦୁବ ଘାସ ମିଳୁ ନଥିବ ତେବେ ଆପଣ ତୁଳସୀ ପତ୍ର ମଧ୍ୟ ପକାଇ ପାରିବେ | ଯଦି ଆପଣଙ୍କ ଘର ଆଖପାଖ ରେ ପବିତ୍ର ନଦୀ ସରବର ଥିବ ତେବେ ସେଠାରେ ଯାଇ ଆପଣ ଗାଧୋଇ ପାରିବେ ଏଥିରୁ ନିଜ ଜୀବନ ରେ ଚିନ୍ତା ସବୁ କମ ହେବାକୁ ଲାଗିବ |
ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ସକାଳୁ ଉଠୁ ଉଠୁ ହିଁ ଏକ ବାଲ୍ଟି ପାଣି କିମ୍ବା ଏକ ଢାଳରେ ପାଣି ନେଇ ମୁଖ୍ୟ ଦ୍ୱାର ରେ ଢାଳି ଦେବେ ଏବଂ ଏହି ପୂର୍ଣ୍ଣିମା ଦିନ ମୁଖ୍ୟ ଦ୍ୱାର ରେ ଭଲକି ଟିକେ ସଜାସଜି କରିବେ | ଆପଣ ଆମ୍ବ ପତ୍ରର ହାର କରି ମଧ୍ୟ ସଜାଇ ପାରିବେ ଏବଂ ଘରର ଆଗରେ ହଳଦୀ ରେ ଚାଉଳ ମିଶାଇ ଏକ ସ୍ୱସ୍ତିକ ଚି଼ହ୍ନ ବନାଇବେ | ଏପରି କରିବା ଦ୍ୱାରା ଆପଣଙ୍କ ଚିନ୍ତା ସବୁ ଦୂର ହୋଇଯାଇ ଥାଏ ଏବଂ ଆପଣଙ୍କ ଘରକୁ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ |
ଆପଣ ଘର ଯେତେବେଳେ ପୋଛିବେ ସେହି ପାଣିରେ ଫିଟିକିରି ନଚେତ କିଛି ଲୁଣ ପକାଇ ଘର ପୋଛିବେ | ଏହା ସହିତ ଏକ ପାତ୍ର ରେ ପାଣି ନେଇ ଗୋଲାପ ପାଖୁଡା କୁ ରଖନ୍ତୁ ଆଉ ତାପରଦିନ ଏହି ପାଣିକୁ ନେଇ କୌଣସି ଗଛ ମୂଳେ ଢାଳି ଦେବେ, ଏହି ଉପାୟ ଟି କରିବା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ସବୁ ଦୂର ହୋଇ ଯାଇଥାଏ |
ଆପଣ ଚାରୋଟି ଲବଙ୍ଗ ନିଅନ୍ତୁ ଆଉ ଏକ ଲାଲ କପଡା ନେଇ ବସି ଯାଆନ୍ତୁ ଯାହାକି ମା ଲକ୍ଷ୍ମୀ ଙ୍କ ସାମ୍ନାରେ ହିଁ ବସି ଯାଆନ୍ତୁ | ଏହାପରେ ଏକ ଦୀପ ଜଳାନ୍ତୁ ଆଉ ସେଥିରେ ଦୁଇଟି ଲବଙ୍ଗ କୁ ପକାଇ ଦିଅନ୍ତୁ ଆଉ ଦୁଇଟି ଲବଙ୍ଗ କୁ ଲାଲ କପଡା ରେ ବାନ୍ଧି ମା ଲକ୍ଷ୍ମୀ ଙ୍କ ସାମ୍ନାରେ ରଖି ଦେବେ ଏବଂ କିଛି ଦିନ ପରେ ତାହାକୁ ଉଠାଇ ଧନ ରଖୁଥିବା ସ୍ଥାନରେ ରଖି ଦେବେ | ଏହାଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଏବଂ ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଯାଇଥାଏ | ଆପଣ ଏହି ଉପାୟ କେତେ ବେଳେ ବି କରି ପାରିବେ ଯାହାକି ସନ୍ଧ୍ୟା ବେଳେ କରିଲେ ଅଧିକ ଶୁଭ ହୋଇଥାଏ |