ଦେଖନ୍ତୁ EXCLUSIVE :ଭିଡିଓ ପିଣ୍ଟୁ ନନ୍ଦ ଙ୍କ ଅସୁସ୍ଥ କଥା ମୁଁ ଶୁଣିକି ରହିପାରିଲିନି, ସେଥିପାଇଁ ୨ ଲକ୍ଷ ଟଙ୍କା ଦେଲି….
ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି କି ବର୍ତ୍ତମାନ ସମୟ ଅଭିନେତା ପିଣ୍ଟୁ ନନ୍ଦ ଲିଭର ଜନିତ ରୋଗ ରେ ପୀଡିତ ଅଛନ୍ତି ଆଉ ତାଙ୍କର ଚିକିତ୍ସା ପାଇଁ ଅନେକ ଟଙ୍କା ଦରକାର ଯାହାକୁ ନେଇ ସେ ନିଜେ ମଧ୍ୟ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି | ତେବେ ଏହାରି ଭିତରେ ଜଣେ ସମାଜ ସେବୀ ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ କରିଛନ୍ତି |
ତେବେ ସେ କହିଛନ୍ତି କି କଳା କଥା ମୁଁ ପରେ କହିବି ପ୍ରଥମେ ମୋ ପରିଚୟ ଜାଣନ୍ତୁ, ମୋର ପ୍ରକୃତି ଆଉ ଆମ ପରିବାର ଲୋକ ଙ୍କର ପ୍ରକୃତି ହେଉଛି ପର ଲୋକ ବିପଦ ରେ ପଡିଲେ ଆମେ ତାଙ୍କୁ ସାହାଯ୍ୟ କରିବା | ଯେତେ ବନ୍ୟା ବାତ୍ୟା ହୁଏ ମୁଁ ଲୋକ ମାନଙ୍କୁ ପ୍ରଶନାଲ ସାହାଯ୍ୟ କରେ ଏବଂ ଆପଣ ମାନେ ଜାଣି ଥିବେ କି କୋଭିଡ ବେଳେ ଏୟାରଲିଫ୍ଟ ରୁ ଆରମ୍ଭ କରି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ଦେଇଛି |
ଯେତେ ବେଳେ ମୁଁ ପ୍ରଥମେ ଶୁଣିଲି ଯେ ପିଣ୍ଟୁ ନନ୍ଦ ଏଭଳି ଏକ ଲିଭର ଜନିତ ରୋଗ ରେ ପୀଡିତ ଅଛନ୍ତି ଆଉ ମୁଁ ଜାଣିଛି କି ସେ ଟିଭି ରେ ଏକ ଭଲ କଳାକାର | ଆଉ ମୋର ମଧ୍ୟ କଳା ପ୍ରତି ଖୁବ ଦୁର୍ବଳ ଅଛି ମୁଁ ମନେ ମନେ ଭାବିଲି କି ବିଚରା ମେଡିକାଲ ରେ ପଡ଼ିଛି କିଛି ସାହାଯ୍ୟ କରିବା | କିନ୍ତୁ ଏଇଟା ମଧ୍ୟ ସତ କି ମୁଁ ସାହାଯ୍ୟ କଲେ ମଧ୍ୟ ମଝିରେ ମୋ ନାଁ ରେ ସୋସିଆଲ ମିଡ଼ିଆ ରେ ଅପପ୍ରଚାର କଲେ ସେତେ ବେଳେ ମୋ ମନଟା ବାଧି ଥିଲା ଯେ ସଠିକ କଥା ନ ଜାଣି କାହା ନାଁ ରେ ଅପ ପ୍ରଚାର କରିବା ଠିକ ନୁହେଁ |
ମୋର ମନ ଭିତରେ କିଛି ନଥାଏ ମୁଁ ନ ଦେଖିକି ପଇସା ଦେଇ ଦିଏ ଯେଉଁ ଆଶୁତୋଷ କୁ ମୁଁ 4 ଲକ୍ଷ ଟଙ୍କା ଦେଲି ମୁଁ କଣ ତାକୁ ଜାଣି ଥିଲି କି ଓଟିଭି ଵାଲା କହିଲେ ମୁଁ ପେମେଣ୍ଟ କଲି | ତେବେ ଅନେକ ଲୋକ ମତେ କହିଲେ କି ଭାଇ ତମେ ପିଣ୍ଟୁ ଙ୍କୁ ଟିକେ ସାହାଯ୍ୟ କର ତେଣୁ ମୋ ମନ ବିଚଳିତ ହେଲା ଆଉ କହିଲି ଆସ ମୁଁ ଆଜି ଦୁଇ ଲକ୍ଷ ଟଙ୍କା ଦାନ କରିବି |
ତା ଚିକିତ୍ସା ପାଇଁ ଦେଖିବା କେତେ ଖର୍ଚ୍ଚ ହେଉଛି ଯଦି ସର୍ଟ ପଡ଼ିଲା ତେବେ ଆମେ ଦେବା | ମୋର କାମ ହେଉଛି କେଉଁଠି କିଏ ମେଡିକାଲ ରେ ପଡ଼ିଲା ମୋ ପାଖକୁ ଫୋନ ଆସିବ ବ୍ଲଡ଼ ଦରକାର ବୋଲି ଆଉ ମୁଁ ପିଲାଙ୍କୁ ପଠାଏ ତଦାରଖ କରେ ଏବଂ ଷ୍ଟାପ ମଧ୍ୟ ପଠାଏ | ଏସବୁ କଣ ମୁଁ ଟିଭି ରେ ପ୍ରଚାର କରୁଛି କି ଏସବୁ କରିକି ମତେ ଆତ୍ମ ସନ୍ତୋଷ ମିଳେ ବୋଲି ସମାଜ ସେବୀ ଜଣଙ୍କ ମିଡ଼ିଆ ସାମ୍ନାରେ କହିଛନ୍ତି | ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିବା ପରେ ଏବେ ସୋସିଆଲ ମିଡ଼ିଆ ରେ ତାଙ୍କୁ ଅନେକ ଲୋକ ପ୍ରଶଂସା କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।