ତେବେ ମଣିଷ ର ସବୁଠୁ ବଡ଼ ଶତ୍ରୁ ହେଉଛି ରୋଗ ଯାହାକି ରୋଗ ଅର୍ଥାତ ଶରୀର ରେ କେଉଁଠି ଯନ୍ତ୍ରଣା ଅନୁଭବ ହେବା ଆଉ ଶରୀର ରେ କିଛି ଅସୁବିଧା ଦେଖା ଗଲେ କୌଣସି କାର୍ଯ୍ୟ ରେ ମନ ଲଗାଇ ହୁଏ ନାହିଁ | ତେବେ ସେହି ମଧ୍ୟରୁ ଗୋଟିଏ ହେଉଛି ଦାନ୍ତ ରେ ଯନ୍ତ୍ରଣା ଅନୁଭବ ହେବା ବା ଦାନ୍ତ ରେ ପୋକ ଲାଗି ଯିବା | ତାହା ସହିତ ଦାନ୍ତ ରେ ପୋକ ଲାଗିଵା, ଦାନ୍ତ ମୂଳ ରେ ବିନ୍ଧା ହେବା, ରକ୍ତ ପଡିଵା ଓ ପାଇରିଆ ଭଳି ସମସ୍ୟା ପାଇଁ ବ୍ୟକ୍ତି ଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ | ତେବେ ଆଜି ଏଭଳି କିଛି ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ଙ୍କର ଦାନ୍ତ ଜନିତ ସମସ୍ତ ସମସ୍ୟା ଦୂର ହୋଇ ଯିବ |
ଆବଶ୍ୟକୀୟ ଉପକରଣ :-
ଲବଙ୍ଗ, ଫିଟିକିରି, ସୋରିଷ ତେଲ, ହଳଦୀ ଏବଂ ଲୁଣ |
ପ୍ରଥମ ଉପଚାର :-
ପ୍ରସ୍ତୁତି ପ୍ରଣାଳୀ ଏବଂ ବ୍ୟବହାର ପ୍ରଣାଳୀ :-
ତେବେ ଏହି ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଲବଙ୍ଗ ର ଆବଶ୍ୟକ ପଡ଼ିବ ଯାହାକି ଆପଣ ଙ୍କୁ ରୋଷେଇ ଘରୁ ଖୁବ ସହଜ ରେ ମିଳିଯିବ | ତେବେ ପ୍ରଥମେ 5 ରୁ 10 ଟି ଲବଙ୍ଗ ନିଅନ୍ତୁ ଆଉ ଏହି ଲବଙ୍ଗ କୁ ଏକ କଡେଇ ସାହାଯ୍ୟ ରେ ହାଲକା ଭାଜି ଦିଅନ୍ତୁ | ଏହା ହାଲକା ଭାଜି ହୋଇ ଗଲା ପରେ ଏହି ଲବଙ୍ଗ କୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ଏବଂ ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ | ତେବେ ଆପଣ ଙ୍କର ଦାନ୍ତ ବିନ୍ଧା ସ୍ଥାନରେ ଏକ ତୁଳା ସାହାଯ୍ୟ ରେ ତାକୁ ଲଗାନ୍ତୁ ଦେଖିବେ ଧୀରେ ଧୀରେ ଆପଣ ସେଥିରୁ ମୁକ୍ତି ପାଇ ଯିବେ |
ଦ୍ୱିତୀୟ ଉପଚାର :-
ଦ୍ୱିତୀୟ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ଏଠାରେ ଫିଟିକିରି ର ଆବଶ୍ୟକ ପଡ଼ିବ ତେବେ ଫିଟିକିରି ନେଇ ଏହାର ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ | ତେବେ ଏହି ଚୁର୍ଣ୍ଣ ରେ ସୋରିଷ ତେଲ ମିଶାନ୍ତି ଆଉ ଯେପର୍ଯ୍ୟନ୍ତ ଫିଟିକିରି ରେ ସୋରିଷ ତେଲ ମିଶି ନ ଯାଇଛି ତାହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ | ତେବେ ଆପଣ ଙ୍କ ଦାନ୍ତ ରେ ଯେଉଁଠି ପୋକ ଲାଗି ଯାଇଛି ବା ଯନ୍ତ୍ରଣା ଅନୁଭବ ହେଉଛି ଏହାକୁ ସେହି ସ୍ଥାନରେ ତୁଳା ସାହାଯ୍ୟ ରେ ଲଗାନ୍ତୁ | ଏହାର ରେଜଲ୍ଟ ଆପଣ ନିଜେ ଜାଣି ପାରିବେ ଯାହାକି ଏହି ଯନ୍ତ୍ରଣା ରୁ ଧୀରେ ଧୀରେ ଆପଣ ଙ୍କୁ ଆରାମ ମିଳିବ | ଏହା ଛଡା ଆପଣ ମାନେ ଉଷୁମ ପାଣି ରେ ଅଳ୍ପ ଫିଟିକିରି ପକେଇ କୁଳି କରି ପାରିବେ |
ତୃତୀୟ ଉପଚାର :-
ତୃତୀୟ ଉପଚାର କୁ ଆପଣ ମାନେ ଦାନ୍ତ ରେ ରକ୍ତ ବାହାରିବ ଵା ପାଇରିଆ ଭଳି ସମସ୍ୟା ଥିଲେ ବ୍ୟବହାର କରି ପରିବେ ବୋଲି କୁହାଯାଉଛି | ଆଉ ସେଥିପାଇଁ ଆପଣ ମାନଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ହଳଦୀ ଗୁଣ୍ଡ ଗୋଟିଏ ଚାମଚ ଓ ସେଥିରେ ଚୁମୁଟାଏ ଲୁଣ ଓ ସେଥିରେ ଆପଣ ସୋରିଷ ତେଲ କୁ ଦେଇ ଏକ ପେଷ୍ଟ ପ୍ରସ୍ତୁତ କରିବେ | ଆଉ ସେହି ପେଷ୍ଟ କୁ ଆଙ୍ଗୁଳି ସାହାଯ୍ୟ ରେ ନେଇ ଦାନ୍ତ ରେ ରକ୍ତ ବାହାରୁଥିବା ସ୍ଥାନ ରେ ଲଗାଇବେ ଓ ବ୍ରସ କରିବେ 4-5 ମିନିଟ ବୋଲି କୁହାଯାଉଛି | ତେବେ ଏଭଳି ଉପଚାର କୁ ଆପଣେଇ ଦେଖନ୍ତୁ ଦେଖିବେ ଏହି ସବୁ ସମସ୍ୟା ରୁ ଆପଣ ମୁକ୍ତି ପାଇ ପାରିବେ |