ଦେଖନ୍ତୁ EXCLUSIVE :ଭିଡିଓ ପିଣ୍ଟୁ ନନ୍ଦ ଙ୍କ ଅସୁସ୍ଥ କଥା ଶୁଣି ସାହାର୍ଯ୍ୟ କରିବେ ସିଦ୍ଧାନ୍ତ ମହାପାତ୍ର , …ଦେଖନ୍ତୁ viral ଭିଡ଼ିଓ ଟିକୁ….
ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି କି ଅଭିନେତା ପିଣ୍ଟୁ ନନ୍ଦ ଯାହାଙ୍କୁ ଆପଣ ପିଣ୍ଟୁ ନାମରେ ଜାଣିଛନ୍ତି ଅନେକ ସିନେମା, ସିରିଏଲ ଆଉ ଆଲବମ ଯେଉଁଥିରେ ସେ ନିଜର ଝଲକ ଦେଖାଇଛନ୍ତି | ହେଲେ ସେ ଆଜି ଲିଭର ଜନିତ ସମସ୍ୟା ରେ ହସ୍ପିଟାଲ ରେ ପୀଡିତ ଅଛନ୍ତି ଯାହାକି ଏବେ ତାଙ୍କ ଅବସ୍ଥା ମଧ୍ୟ ଖୁବ ସଂକଟାପନ୍ନ | ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଖୁବ ସଙ୍କଟାପନ୍ନ ରହିଛି, ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି ଜଣେ ପିଣ୍ଟୁ ନନ୍ଦ ଯାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ସୂଚନା ଆସୁଛି |
ସେ ଏବେ ଲିଭର ଜନିତ ରୋଗ ରେ ପୀଡିତ ଅଛନ୍ତି ଯେଉଁଥି ପାଇଁ ତାଙ୍କ ଅବସ୍ଥା ଏବେ ଖୁବ ଖରାପ ହୋଇ ଯାଇଛି | ସେ ଗୁରୁତର ଅଛନ୍ତି ଆଉ ତାଙ୍କୁ ଏବେ ସବୁଠୁ ଉଚ୍ଚ ସ୍ତରୀୟ ଚିକିତ୍ସା ମଧ୍ୟ ଆବଶ୍ୟକ ଆଉ ସବୁଠୁ ବଡ଼ କଥା ହେଉଛି ଭୁବନେଶ୍ୱର ରେ ତାଙ୍କର ଚିକିତ୍ସା ଚାଲି ଥିବା ବେଳେ ଏବେ ଦିଲ୍ଲୀ ନିଆ ଯିବ ବୋଲି ଶୁଣିବାକୁ ମିଳୁଛି | ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନିଆଯିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି ଆଉ ସେପଟେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଉଛି | ଆଉ ତାଙ୍କ ଚିକିତ୍ସା ପାଇଁ ପାଖାପାଖି 50 ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଯାହାକି ପିଣ୍ଟୁ ନନ୍ଦ ଙ୍କର ସାମର୍ଥ୍ୟ ବାହାରେ ଆଉ ତାଙ୍କର ଚିକିତ୍ସା ପାଇଁ ଅଧ କୋଟି ଟଙ୍କା କୁ ନେଇ ସୋସିଆଲ ମିଡ଼ିଆ ରେ ସାହାଯ୍ୟ ଆରମ୍ଭ ହେଲାଣି |
ତାଙ୍କ ଆରୋଗ୍ୟ କାମନା କରି ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରି ହାତ ବଢ଼ାନ୍ତୁ ବୋଲି ଏବେ ସୋସିଆଲ ମିଡ଼ିଆ ରେ ଏ ମୋବାଇଲ କୁ ସେ ମୋବାଇଲ ଘୁରି ବୁଲୁଛି | ତେବେ ଯେଉଁଥିପାଇଁ ସିନେ ଏସୋସିଏସନ ତରଫରୁ ଏକ ବୌଠକ ଡ଼କା ଯାଇଛି | ଆଉ ଯାହାର ସଭାପତି ଭାବରେ ସିଦ୍ଧାନ୍ତ ମହାପାତ୍ର ରହିଛନ୍ତି ତେବେ ତାଙ୍କ ସହିତ ଅନ୍ୟ କଳାକାର ମାନେ ମଧ୍ୟ ସେଠାରେ ଯୋଗ ଦେଇଛନ୍ତି |
ଆଉ ସେଥିରେ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି ଆମେ ସମସ୍ତେ ଚେଷ୍ଟା କରିବା ଯେମିତି ପିଣ୍ଟୁ ନନ୍ଦ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ | ଏହା ସହିତ ଖୁବ ଜଲଦି କେମିତି ସେ ସିନେ ଜଗତ କୁ ଫେରି ଆସିବେ ତାହା ବିଷୟ ରେ ମଧ୍ୟ କହିଛନ୍ତି | ଆଉ ଅନ୍ୟ ପଟେ ପିଣ୍ଟୁ ନନ୍ଦ ନିଜେ ଆର୍ଥିକ ସହାୟତା ପାଇଁ ସାହାଯ୍ୟ ମାଗି ଅନୁରୋଧ କରିଛନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଆମେ ମଧ୍ୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା କି ପିଣ୍ଟୁ ନନ୍ଦ ଖୁବ ଜଲଦି ସୁସ୍ଥ ହୋଇ ଯାଆନ୍ତୁ |