ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହ କୁ ଏକ ପବିତ୍ର ବନ୍ଧନ ମାନାଯାଇଥାଏ। ଆଉ ବିବାହ କହିଲେ ଦୁଇ ପରିବାର, ଉଭୟ ପୁଅ ଓ ଝିଅ ଏବଂ ଏକ ସାମାଜିକ ସ୍ୱୀକୃତି ସହିତ ଆଇନଗତ ଭାବରେ ପରସ୍ପର ଏକ ବନ୍ଧନରେ ବାନ୍ଧି ହୋଇଥାନ୍ତି। ବିବାହ ପରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ।
ବିଭିନ୍ନ ସଂସ୍କୃତି ରେ ବିବାହ ର ଅର୍ଥ ଭିନ୍ନ ଭିନ୍ନ ରହିଛି। କିନ୍ତୁ ସାଧାରଣ ଭାବେ ଦେଖିବାକୁ ଗଲେ ବିବାହ ଏକ ଏପରି ଅନୁଷ୍ଠାନ ଯେଉଁଥିରେ ମୂଖ୍ୟତଃ ଯୌନ ସମ୍ପର୍କକୁ ଅଧିକ ଗୁରୁତ୍ଵ ଦିଆ ଯାଇଥାଏ। ନିଜ ବଂଶ କୁ ଆଗକୁ ନେବା ବିବାହର ଏକ ପର୍ଯ୍ୟାୟ ଅଟେ।
ତେବେ ଗୋଟିଏ ପୁଅ ଓ ଝିଅ ମଧ୍ୟରେ ଶାରୀରିକ ସମ୍ପର୍କ ବା ସେକ୍ସ ବିବାହ ପରେ ହେବା ଆଇନଗତ ତଥା ସାମାଜିକ ନିୟମ ହୋଇଥାଏ। କିନ୍ତୁ ଯଦି ନିଜର ପାର୍ଟନର ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ସ୍ଥାପନା କରିବା ଆଇନଗତ ଅପରାଧ ଅଟେ। ଏହା ସହିତ ଆଜିର ଦିନରେ ଦେଖିବାକୁ ମିଳୁଛି କି ଅନେକ ଯୁବପିଢି ପ୍ରେମରେ ପଡ଼ି ବିବାହ ପୂର୍ବରୁ ଲିଭିନ୍ ରିଲେସନ ରେ ରହୁଛନ୍ତି ଏବଂ ଶାରିରୀକ ସମ୍ପର୍କ ରଖୁଛନ୍ତି ।
ଯାହା ଆଇନ୍ ସମତ ନୁହେଁ।ତେବେ ଶାରୀରିକ ସମ୍ପର୍କ ରଖିବାର ଏକ ନିର୍ଦ୍ଦିଷ୍ଟ ବୟସ ରହିଛି।ଗୋଟିଏ ଝିଅ ଓ ଗୋଟିଏ ପୁଅ ମଧ୍ୟରେ ବା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ବନାଇବା ଉଭୟ ପୁରୁଷ ଓ ନାରୀ ଙ୍କ ପାଇଁ ଲାଭ ଦାୟକ ହୋଇଥାଏ ଏବଂ ଏହା ଜରୁରୀ ମଧ୍ୟ।ଏହି ସମ୍ପର୍କ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଭଲପାଇବା କୁ ଆହୁରି ଦୃଡ଼ ଏବଂ ନିବିଡ଼ ବନାଇ ଥାଏ।
କିନ୍ତୁ ବେଳେବେଳେ କମ୍ ବୟସରୁ ଶାରୀରିକ ସମ୍ପର୍କ ଶରୀର ପ୍ରତି ଠିକ୍ ହୋଇ ନଥାଏ। ତେବେ ଆଜି ଆମେ ଆପଣ ଙ୍କୁ କହିବୁ କେଉଁ ବୟସରେ କେତେ ଥର ସେକ୍ସ କରିବା ଠିକ ହୋଇଥାଏ।୧୮ ବର୍ଷ ରୁ ୩୦ ବର୍ଷ ବୟସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଙ୍କୁ ସେକ୍ସ କରିବା କୁ ବହୁତ ଭଲ ଲାଗିଥାଏ ଏବଂ ଏହା ଶରୀର ପାଇଁ ଆବଶ୍ୟକ ମଧ୍ୟ ହୋଇଥାଏ।
କିନ୍ତୁ ୩୦ ବର୍ଷ ପରେ ଶାରୀରିକ ସମ୍ବନ୍ଧ ବନାଇବା ର ଇଚ୍ଛା ବହୁତ କମ ହୋଇଯାଇ ଥାଏ।ତେବେ ୧୮ ବର୍ଷ ରୁ ୩୦ ବର୍ଷ ବୟସ ର ଯୁବକ ଓ ଯୁବତୀ ମାନେ ସପ୍ତାହ ରେ ୩ ଥର ସେକ୍ସ କରିବା ଆବଶ୍ୟକ ହୋଇଥାଏ। ଏବଂ ୩୦ ରୁ ୪୫ ବର୍ଷିୟ ବ୍ୟକ୍ତି ମାନେ ସପ୍ତାହ କୁ ୨ ଥର ଶାରୀରିକ ସମ୍ବନ୍ଧ ରଖି ପାରିବେ।ଆଉ ୪୫ ବର୍ଷ ରୁ ଉର୍ଦ୍ଧ୍ଵ ବୟସ ର ବ୍ୟକ୍ତି ମାନେ ସପ୍ତାହ କୁ ଥରେ ଶାରୀରିକ ସମ୍ବନ୍ଧ ବନାଇ ପାରିବେ।