ଏବେ ଜଣେ କୁନି ପିଲା ର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।ଆଉ ଏହି ଭିଡିଓଟି ଏମିତି ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ । ଆପଣ ଭାବିବେ ଯେ ହଁ ଆଜିର ସମୟର ପିଲା କେତେ ସ୍ମାର୍ଟ ଆଉ କେତେ ଆଗୁଆ ସବୁକିଛି ରେ । ତେବେ ଏହି ଭିଡିଓଟି ରେ ସେ କିପରି ଭାବରେ ଅଭିନୟ ଦେଖାଉଛନ୍ତି ତାହା ବାସ୍ତବରେ ଦେଖିବା କଥା । ବେଳେ ବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା , ସେମାନଙ୍କ କଥା ବାର୍ତ୍ତା ଏବଂ ଚିନ୍ତାଧାରା ଜାଣି ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାଆନ୍ତି ।ସେମାନେ ଯାହା ଦେଖନ୍ତି ଶୁଣନ୍ତି ତାକୁ ମନେ ରଖି ଦିଅନ୍ତି ।
ତେବେ ଆମ ଭିତରୁ ଅନେକେ ଏମିତି ଭାବୁଥିବେ ଯଏ ଚୋଟ ପିଲାମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାଆନ୍ତି । ସେମାନେ ଯାହା ଦେଖିଥାଆନ୍ତି ସେହି କଥାକୁ ନିଜେ ଆବୃତ୍ତି କରନ୍ତି । ଆଉ ବେଳେ ବେଳେ ସେମାନେ ଆଜବ ପ୍ରକାରର ପ୍ରଶ୍ନ ପଚାରିଥାଆନ୍ତି ।
ଆମେ ସେମାନଙ୍କ କଥାକୁ ଶୁଣି ବହୁତ ଖୁସି ମଧ୍ୟ ହୋଇଥାଉ । ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ । ସେହିପରି କିଛି ପିଲମାନଙ୍କ କଥା ମଧ୍ୟ କୌତୁହଳ ପୂର୍ଣ୍ଣ ହୋଇଥାଏ । ସେମାନଙ୍କ ପରକଳ୍ପନା ଏବଂ ପ୍ରଶ୍ନର ଗାଢତା ମଧ୍ୟ ଅଧିକ ରହିଥାଏ ।
ସେହିଭଳି ଏହି କୁନି ପିଲାଟି ମଧ୍ୟ ଯେଉଁଭଳି ଭାବରେ ଯାତ୍ରା ଜଗତର ମହାଖଳ ନାୟକ ର ଚରିତ୍ର ଦୈତାରି ପଣ୍ଡା ଙ୍କ ଡାଏଲଗ କୁ ଏପରି ଭାବରେ କହୁଛି ଆଉ ଅଭିନୟ ଦେଖାଉଛି ତାହା ଦେଖିଲେ ଆପଣ ତାଜୁବ୍ ହୋଇଯିବେ ।
ଆଉ ଏବେ ଏହି ପିଲାର ଏଭଳି ଅଭିନୟର ଦୃଶ୍ୟ ବ୍ଶ୍ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ମହାନ୍ କଳାକାର ଦୈତାରି ପଣ୍ଡାଙ୍କ ଅଭିନୟକୁ ନେଇ ଏବେ ଏକ ପିଲା କରିଥିବା ଏହି ଅଭିନୟ ବହୁତ ଆକର୍ଷଣୀୟ ହୋଇଛି । ତେବେ ପିଲାଟି ଡାଏଲଗ୍ ର ଶେଷରେ ଦୈତାରି ପଣ୍ଡାଙ୍କ ଭଳି ହସୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏହା ଏତେ ସୁନ୍ଦର ଏବଂ ହୃଦୟସ୍ପର୍ଷୀ ହୋଇଛି ଯେ ତାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ଆପଣ ବି ଏଙି ଭିିଡଓଟି ଦେଖିଲେ ପିଲାଟିର ଅଭିନୟରେ କଳାକୁ ଜାଣି ପାରିବେ ।
ଦୈତାରି ପଣ୍ଡା ତାଙ୍କର ଅଭିନୟ ପାଇଁ ସାରା ରାଜ୍ୟରେ ଏବଂ ରାଜ୍ୟ ବାହାରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଅଭିନୟ ରେ ଏକ ବାସ୍ତବତା ଓ ଜୀବନ୍ତ ପ୍ରତିଛବି ରହିଥାଏ ।ଯାହା ସମସ୍ତଙ୍କୁ ବେଶ୍ ଆକର୍ଷୀତ କରିଥାଏ । ଏବେ ଏହି ବାଳକ ଜଣଙ୍କ ଏହି ପ୍ରଖ୍ୟାତ କଳାକାରଙ୍କ ଅଭିନୟ କରି ଲୋକଲୋଚନକୁ ଆସିଛି ଏବଂ ଅନେକ ପ୍ରଶଂସା ସାଉଁଟିଛି ।