LIVE | Adani News ପାର୍ଲାମେଣ୍ଟରେ ଆଦାନୀ ଝଡ଼, SBI ଓ LICର ବୁଡ଼ିଲା କୋଟି କୋଟି ଟଙ୍କା…ଏହି ଖବର କୁ ଭଲ କରି ପଢନ୍ତୁ ଏବଂ ସେୟାର କରି ଜଣାନ୍ତୁ …

ଆଦାନୀ ଗ୍ରୁପ୍ ମାମଲାରେ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ । ଦେଶବ୍ୟାପୀ ରାଜରାସ୍ତାରେ ଓହ୍ଲାଇ ଜୋରଦାର ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର କ୍ରମାଗତ ଭାବେ ହ୍ରାସ ପାଉଛି । ଏହାର ନିରପେକ୍ଷ ତଦନ୍ତ ଦାବି କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱର ସମେତ ଦେଶବ୍ୟାପୀ କରାଯାଇଛି ପ୍ରଦର୍ଶନ । କଂଗ୍ରେସର ‘ଆଦାନୀ’ ଆନ୍ଦୋଳନ ।
ଦେଶବ୍ୟାପୀ ରାଜରାସ୍ତାରେ କଂଗ୍ରେସ କର୍ମୀ ।

ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଏହାକୁ ନେଇ ସଂସଦରେ ମୋଦୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଦାନୀ ଗ୍ରୁପ୍ ବିରୋଧରେ ଆସିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଦାବିରେ ସୋମବାର କଂଗ୍ରେସ ସମେତ ବିରୋଧୀ ଦଳ ନେତାମାନେ ସଂସଦର ଉଭୟ ଗୃହରେ ହୋହାଲ୍ଲା କରିଛନ୍ତି ।

 

ଏହି ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁ ଖୋଲନ୍ତୁ ବୋଲି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି । ସୋମବାର ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ 16 ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ବରରେ ଆଲୋଚନା କରିଥିଲେ । ପରେ ସମସ୍ତେ ଏକାଠୀ ହୋଇ ସଂସଦର ଉଭୟ ଗୃହରେ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ।

ତେବେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର କ୍ରମାଗତ ଭାବେ ହ୍ରାସ ପାଉଛି । ଏହାର ନିରପେକ୍ଷ ତଦନ୍ତ ଦାବି କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱର ସମେତ ଦେଶବ୍ୟାପୀ କରାଯାଇଛି ପ୍ରଦର୍ଶନ । ଏସବିଆଇ ଓ ଏଲଆଇସି ଅଫିସ ଆଗରେ ପ୍ରତିବାଦ କରାଯାଇଛି ।

ଭୁବନେଶ୍ୱରରେ ଷ୍ଟେଟବ୍ୟାଙ୍କ ମୁଖ୍ୟ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ଏଥିରେ ପିସିସି ସଭାପତିଙ୍କ ସହ କଂଗ୍ରେସ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ଦଳ ଅଭିଯୋଗ କରିଛି. ଆଦାନୀ ଯୋଗୁଁ ଏଲଆଇସି ଓ ଆରବିଆଇର ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଛି ।

ଆଦାନୀ ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟ ବି ଅଚଳ ହୋଇପଡିଛି । ଯୁଗ୍ମ ସଂସଦୀୟ କମିଟି ଦାବିରେ ଅଡିବସିଛନ୍ତି ବିରୋଧୀ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଲଗାତାର ତୃତୀୟ ଦିନ ଲାଗି ଉଭୟ ଲୋକସଭା ଓ ରାଜ୍ୟସଭା ଚାଲିପାରିନାହିଁ ।ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଘଟଣାର ଯାଞ୍ଚ ହେଉ କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ ।

ପାର୍ଲାମେଣ୍ଟରେ ଅଚଳାବସ୍ଥା ନେଇ କଂଗ୍ରେସ ନେତା ବି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଘଟଣାର ଚର୍ଚ୍ଚା ପାର୍ଲାମେଣ୍ଟରେ କରିବାକୁ ଚାହୁଁନାହାନ୍ତି । ସରକାର ଡରି ଯାଇଛନ୍ତି । ଆଦାନୀ ପଛରେ କାହାର ଶକ୍ତି କାମକରୁଛି, ତାର ତଦନ୍ତ ହେବା ଦରକାର । ସୂଚନାଯୋଗ୍ୟ ଯେ, ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ଅଧାରୁ ଅଧିକ କମିଯାଇଛି । ଏହାର ପ୍ରଭାବ ଷ୍ଟକବଜାର ଉପରେ ପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.