ଦେଖନ୍ତୁ EXCLUSIVE :ଭିଡିଓ ଦବଙ୍ଗ ସବ୍‌-କଲେକ୍ଚରଙ୍କୁ ଦେଖିଲେ ଡର ଲାଗୁଛି…ବେଆଇନ କାମକୁ ରୋକିବାକୁ ଜୀବନକୁ ଲଗାଉଛନ୍ତି ବାଜି…

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜରେ ଅନ୍ୟାୟ କାର୍ଯ୍ୟ ବହୁତ ମାତ୍ରାରେ ଦେଖିବାକୁ ମିଳୁଛି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ପ୍ରତିଦିନ ଦେଖିବାକୁ ମିଳିଥାଏ। ସେହିପରି ଗୋଟିଏ ଘଟଣା ଏବେ ବାଲେଶ୍ଵର ଜିଲ୍ଲାରେ ଘଟିଛି ।

ବାଲେଶ୍ୱର ର ଦବଙ୍ଗ ଅଫିସର, ଚର୍ଚ୍ଚା ରେ ସବ-କଲେକ୍ଟର । ମାଡ ଖାଇଲେ, ମାଫିଆ ଙ୍କୁ ବାନ୍ଧିଲେ । ସ୍ୟାଣ୍ଡ ସିଟି ରେ ଅପରେସନ୍‌ ସ୍ୟାଣ୍ଡ ମାଫିଆ । ତେବେ ଏବେ ଚର୍ଚ୍ଚା ରେ ବାଲେଶ୍ୱର ଜିଲ୍ଲା ର ସବ-କଲେକ୍ଚର। ଜିଲ୍ଲା ରେ ବଢୁ ଥିବା ବେଆଇନ ବାଲି ଚୋରା ଚାଲାଣ କୁ ରୋକିବାକୁ ସେ ପଣ କରିଛନ୍ତି।

 

ସେଇଥି ଲାଗି ତ ଦିନ କି ରାତି ସବୁ ବେଳେ ପୂରା ତୟାରି ସହ କରୁଛନ୍ତି ଚଢାଉ। ଆଉ ବାବୁ ଙ୍କୁ ଦେଖି ଛାନିଆ ହେଲେଣି ମାଫିଆ। ସେଇଥି ଲାଗି ତ ଚଢାଉ ବେଳେ ସବ୍‌-କଲେକ୍ଟର ଙ୍କ ଉପରେ ଅଚାନକ ଆକ୍ରମଣ କଲେ ବାଲି ମାଫିଆ। ହେଲେ ଆକ୍ରମଣ ର 24 ଘଂଟା ନ ପୂରୁଣୁ ନିଜେ ରେଡ୍‌ କରିବାକୁ ବାହାରିଲେ ସବ୍‌ କଲେକ୍ଟର।

ବାଲେଶ୍ୱର ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବାଲି ମାଫିଆ ମାନଙ୍କ ଆକ୍ରମଣ କୁ ଡରି ନ ଯାଇ ଦହପଡ଼ା ରେ ଥିବା ଏକ ବେଆଇନ୍‌ ଇଟା ଭାଟି ଉପରେ ଅତର୍କିତ ଚଢ଼ଉ କରି ଥିଲେ କୁନାଲ। ପୂରା ତୟାରି ସହ ପୁଲିସ ଫୋର୍ସ ଙ୍କ ଉପସ୍ଥିତି ରେ ପ୍ରଶାସନ ଇଟା ଭାଟି କୁ ଭାଙ୍ଗି ଗୁଣ୍ଡ କରି ଦେଇ ଥିଲା।

ଚୋରା ବାଲି ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏହାକୁ ବନ୍ଦ କରିବାକୁ ଅଂଟା ଭିଡି ଥିଲା ପ୍ରଶାସନ। ଏହାର ନେତୃତ୍ୱ ନେଇ ଥିଲେ ଖୋଦ୍‌ ଉପ ଜିଲ୍ଲାପାଳ। ଚିମିଣି ରେ ଇଟା ପୋଡା ଚାଲି ଥିବା ବେଳେ ହଠାତ୍ ପହଞ୍ଚି ଗଲେ ସବ କଲେକ୍ଟର । ପରେ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇ ଥିଲା ଇଟା ଭାଟି। ଖାଲି ଏତିକି ନୁହେଁ ସଫା ସଫା ଉପ ଜିଲ୍ଲାପାଳ କହିଛନ୍ତି ଯିଏ ବେଆଇନ କାମ କରିବ ତାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।

ତେବେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷ ରୁ ଶୁକ୍ରବାର ଫିଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀ ରେ ଏକ ବେଆଇନ ବାଲି ଘାଟ ରେ ଚଢ଼ଉ କରିବାକୁ ଯାଇ ବାଲେଶ୍ଵର ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ପ୍ରାଣାନ୍ତକ ଆକ୍ରମଣ ର ଶିକାର ହୋଇ ଥିଲେ। ଉପ ଜିଲ୍ଲାପାଳ ଦ୍ୱିପ୍ରହର ସମୟ ରେ ଏକ ଅବକାରୀ ଗାଡ଼ି ରେ ଅତର୍କିତ ଚଢ଼ଉ ବେଳେ ପ୍ରାୟ 10 ରୁ 12 ଜଣ ବାଲି ମାଫିଆ ଇଟା, ବେଲଚା ଆଉ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ଥିଲେ। ଏହା ପରେ ମାଫିଆ ମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇ ଥିଲେ। ପ୍ରଶାସନ ଉପରେ ଆକ୍ରମଣ ଏବେ ମାଫିଆ ଙ୍କୁ ପଡିଛି ମହଙ୍ଗା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.