ଦେଖନ୍ତୁ EXCLUSIVE :ଭିଡିଓ ମୁଁ ହେଉଛି ରାଣୀପଣ୍ଡା ଦିନେ ମୋ ମୃର୍ତ୍ତି ସ୍ଥାପନ କରି ଓଡିଶା ବାସୀ ପୂଜା କରିବେ ଗ୍ୟାରେଣ୍ଟି.. ! କହୁ କହୁ ଏମିତି କଥା କହିଦେଲେ ରାଣୀ ପଣ୍ଡା !!

ତେବେ ଯାତ୍ରା ଇଣ୍ଡଷ୍ଟ୍ରି ର କୁଇନ ରାଣୀ ପଣ୍ଡା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି, ଯିଏ କି ଅନେକ ଯାତ୍ରା ରେ କାମ କରିବା ସହିତ ଫିଲ୍ମ ରେ ମଧ୍ୟ ଆଇଟମ ସଙ୍ଗ ରେ ନଜର ଆସିଛନ୍ତି | ଏହା ସହିତ ସେ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି | ତେବେ ରାଣୀ ପଣ୍ଡା ଖଣ୍ଡଗିରି ର ଏକ ଯାତ୍ରା ରେ ଦେଖିବା ପାଇଁ ମିଳିଛନ୍ତି ଆଉ ସେଠାରେ ସେ ସୋସିଆଲ ମିଡ଼ିଆ ରେ କହିଛନ୍ତି କି ମୋର ଆସିବାକୁ ଇଚ୍ଛା ନଥିଲା କିନ୍ତୁ କମିଟି ମେମ୍ବର ଙ୍କର ଅନୁରୋଧ ରକ୍ଷା କରିକି ମୁଁ ଆସିଛି |

ମୁଁ ନିଜ ପାଇଁ ଏଠାକୁ ଆସିନି କିଛି ଗରିବ ଭାଇ ଙ୍କ ଘର ଚଳେଇବା ପାଇଁ ଆସିଛି ମୋ ନିଜ ଘର ଚଳେଇବା ପାଇଁ ମୁଁ ଯାତ୍ରା ଜଗତ କୁ ଆସି ନାହିଁ | ଆଜିର ନାଟକ ଥିଲା ଅନୁସନ୍ଧାନ ନାଟକ ଘୋଡ଼ା ହାତୀ ଗଣ୍ଡା କୁ ଗଣ୍ଡା ଏକ ଲଢ଼ିବ ରାଣୀ ପଣ୍ଡା ଆଉ ଏକ ସତ୍ୟ ଘଟଣା ଉପରେ ନାଟକ ଟି ଆଧାରିତ |

 

ତେଣୁ ଆଜି ଦର୍ଶକ ମାନେ ଆସି ଥିଲେ ଯାହାକୁ ଦେଖି ବେସ ଖୁସି ଅନୁଭବ ହେଲା ଆଉ ବହୁତ ଭଲ କଥାକି ଦର୍ଶକ ମାନଙ୍କର ଭଲ ପାଇବା ସ୍ନେହ ଶ୍ରଦ୍ଧା ମୋ ପ୍ରତି ରହିଛି | ଆଉ ଏହାକୁ ଆଖି ଆଗରେ ରଖି ମୁଁ ନିହାତି ଓଡ଼ିଶା ବାସୀ ଆଉ ଜଣ ସାଧାରଣ ଙ୍କ ପାଇଁ ଏମିତି କିଛି କାମ କରି ଯିବି ଲୋକ ଯେମିତି ମୋର ମୂର୍ତ୍ତି ସ୍ଥାପନ କରି ପୂଜା କରିବେ | ସମାଜ ର କିଛି ଲୋକ ଆମ କଳାକାର ଜଗତ ର କିଛି ଲୋକ ସେ ଫିଲ୍ମ ହେଉ କି ବା ଅନ୍ୟ କ୍ଷେତ୍ରର କଳାକାର ହୁଅନ୍ତୁ ସମସ୍ତେ ମତେ ନିନ୍ଦା ଅପବାଦ ର ପାତ୍ରୀ ସଜାଇଛନ୍ତି | ସେମାନେ ସବୁବେଳେ କୁହନ୍ତି କି ରାଣୀ ପଣ୍ଡା ହେଉଛି ଗୋଟିଏ ଖରାପ ଚରିତ୍ର ର ଝିଅ, ନଙ୍ଗିଳି ନର୍ତ୍ତକୀ ଟିଏ ଆଉ ସେ ନାଚ ଛଡ଼ା ନଙ୍ଗଳା ହେବା ଛଡ଼ା ଆଉ କିଛି ଜାଣି ନାହିଁ |

କିନ୍ତୁ ନାଇଁ ଆଜ୍ଞା ମୁଁ 20 ବର୍ଷ ର ଏକ ଥିଏଟର ଆର୍ଟିଷ୍ଟ ମୁଁ ମୋ ଜୀଵନରେ ବହୁତ କାମ କରିଛି ବହୁତ ପରିଶ୍ରମ କରିଛି | ତେଣୁ ମୁଁ ପ୍ରୁଭ କରି ଦେଖେଇବାକୁ ଚାହିଁଲି ଯେ ଯେ ମୁଁ କେବଳ ନାଚି ପାରେ ନାହିଁ ମୁଁ ଅଭିନୟ ବି କରି ପାରେ ମୁଁ ପ୍ରତେକ କ୍ଷେତ୍ରରେ କାମ କରି ଆଗେଇ ଆସିଲି | ଆଉ ମୁଁ ପ୍ରୁଭ କରି ଦେଖାଇ ପାରୁଛୁ କି ମୁଁ ଖାଲି ନାଚେ ନାହିଁ ବରଂ ମୁଁ ଏକ ଅଭିନେତ୍ରୀ |

ଆଉ ମତେ ଲାଗୁଛି କି ଆଇଟମ କଲା ବେଳେ ଲୋକ ଯେତିକି ଆସୁ ନଥିଲେ ବର୍ତ୍ତମାନ ଅଭିନୟ କଲା ବେଳକୁ ସେତିକି ଲୋକ ଆସୁଛନ୍ତି | ଆଉ ମୋ ଜୀବନ ରେ ବହୁତ କିଛି ସ୍ୱପ୍ନ ଅଛି କିନ୍ତୁ ନିଜ ପାଇଁ ନୁହେଁ ଏହି ସମାଜ ପାଇଁ ଅଛି ବୋଲି ରାଣୀ ପଣ୍ଡା କହିଛନ୍ତି | ତେବେ ତାଙ୍କର ଏହି କିଛି କଥା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ସୁ ଏହାକୁ ଶୁଣି ଦର୍ଶକ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.