ଅନେକ ବ୍ୟକ୍ତି ନିଜ ଭୁଲ ଜୀବନ ଶୈଳୀ କୁ ନେଇ ଅନେକ ବିପଦ ରେ ପଡ଼ି ଥାଆନ୍ତି, ଆମ ଜୀଵନ ରେ ଆମେ ଅଜାଣତ ରେ ମଧ୍ୟ କିଛି ଏମିତି ଭୁଲ କାମ କରି ଦେଇ ଥାଉ ଯାହା ଦ୍ୱାରା ଆମକୁ ବହୁତ ସମସ୍ୟା ର ସାମ୍ନା କରିବା ପାଇଁ ପଡିଥାଏ | ତେବେ ଆଜି ଏଭଳି କିଛି ବିଷୟ ରେ କହିବୁ ଯାହାକୁ ମାନିଲେ ଆମର ହିଁ ମଙ୍ଗଳ ହେବ, ତେବେ ଆସନ୍ତୁ ଜାଣିବା ସେଭଳି କିଛି ଅମୃତ ବାଣୀ ସମ୍ପର୍କ ରେ |
-ଆମେ ଯେଉଁ ଝାଡୁ ରେ ଘର ଓଳାନ୍ତି ଯଦି ସେହି ଝାଡୁ ତଳେ ପଡ଼ିଥିବ ତେବେ ବହୁତ ଲୋକ ଅଛନ୍ତି ସେହି ଝାଡୁ କୁ ଗୋଡ଼ ରେ ଆଡେଇ ଦିଅନ୍ତି, କିନ୍ତୁ ଝାଡୁ କୁ କେବେ ହେଲେ ଗୋଡ଼ ରେ ଆଡ଼େଇବେ ନାହିଁ କି ଗୋଡ଼ ରେ କେବେ ସ୍ପର୍ଶ କରିବେ ନାହିଁ | ଏହା ସହିତ ଝାଡୁ କୁ କେବେ କାନ୍ଥରେ ଡେରିକି ରଖିବେ ନାହିଁ ଝାଡୁକୁ ସବୁବେଳେ ଶୁଆଇକି ରଖିବେ ଏବଂ ଗୋଟିଏ ଝାଡୁ ପାଖରେ ଆଉ ଗୋଟିଏ ଛାଡୁ କେବେ ରଖିବେ ନାହିଁ |
-ଘରେ ଯଦି ଗୋଟିଏ ନେଉଳ କିମ୍ବା ଧଳା ପାରା ଏହାକୁ ଯଦି ପାଳିବେ ତେବେ ବହୁତ ଶୁଭ ଫଳ ମିଳିଥାଏ | କେବଳ ସେତିକି ନୁହେଁ ଧଳା ପାରା ର ମୂର୍ତ୍ତି ଟିଏ ଯଦି ଆପଣଙ୍କ ଡ୍ରଇଂ ରୁମରେ ରଖିବେ ତେବେ ତାହା ମଧ୍ୟ ଖୁବ ଶୁଭ ହୋଇ ଥାଏ ଯାହାକି ମନରେ ସଦଭାବନା ଆପେ ଆପେ ଆସିଥାଏ |
-ଯଦି ଆପଣ କୁଆଡେ ଯାତ୍ରା କରୁଛନ୍ତି ଆଉ ଯଦି ଆପଣ ରବିବାର ଦିନ ଯାତ୍ରା କରୁଥାନ୍ତି ତେବେ ମୁଣ୍ଡରେ ହାତ ଦେଇକି ଯାତ୍ରା ଆରମ୍ଭ କରିବେ | ସୋମବାର ଦିନ ମୁହଁରେ ହାତ ଦେଇ ଯାତ୍ରା ଆରମ୍ଭ କରିବେ, ମଙ୍ଗଳବାର ଦିନ ଗଳାରେ ହାତ ଦେଇ ଯାତ୍ରା ଆରମ୍ଭ କରିବେ, ବୁଧବାର ଦିନ ପେଟରେ ହାତ ଦେଇ, ଗୁରୁବାର ଦିନ ବେନି ପାର୍ଶ୍ୱ ଦୁଇ ପଟରେ ହାତ ଦେଇ, ଶୁକ୍ରବାର ଦିନ କାନରେ ହାତ ଦେଇ ଏବଂ ଶନିବାର ଦିନ ପିଠିରେ ହାତ ଦେଇ ଯାତ୍ରା ଆରମ୍ଭ କରିବେ, ଏହାଦ୍ୱାରା ନିଶ୍ଚିତ ଶୁଭଫଳ ପ୍ରାପ୍ତି ହୋଇ ଥାଏ |
-ସ୍ନାନ ଚାରି ପ୍ରକାରର ହୋଇ ଥାଏ, ଅମୃତ ସ୍ନାନ, ଦୁଗ୍ଧ ସ୍ନାନ, ସୁରା ସ୍ନାନ ଏବଂ ରକ୍ତ ସ୍ନାନ | ବ୍ରହ୍ମ ମୁହୂର୍ତ୍ତ ରେ ବା ରାତି ସାଢେ 4 ରୁ ସାଢେ 5 ଭିତରେ ଯେଉଁ ସ୍ନାନ କରାଯାଏ ତାହାକୁ ଅମୃତ ସ୍ନାନ କୁହାଯାଏ | ସାଢେ 5 ରୁ ସାଢେ 6 ରୁ ଯେଉଁ ସ୍ନାନ କରାଯାଏ ତାହାକୁ ଦୁଗ୍ଧ ସ୍ନାନ କୁହାଯାଏ ଏବଂ ସାଢେ 6 ରୁ ସାଢେ 9 ପର୍ଯ୍ୟନ୍ତ ଯେଉଁ ସ୍ନାନ କରାଯାଏ ତାହାକୁ ସୁରା ସ୍ନାନ କୁହାଯାଏ ବା ମଧ୍ୟ ସ୍ନାନ | କିନ୍ତୁ ସାଢେ 9 ପରେ ଆପଣ ଦିନ ବେଳେ ଯେଉଁ ସମୟରେ ବି ସ୍ନାନ କରିବେ ତାହାକୁ ରକ୍ତ ସ୍ନାନ କୁହାଯାଏ | ତେବେ ଅମୃତ ସ୍ନାନ କିମ୍ବା ଦୁଗ୍ଧ ସ୍ନାନ କରନ୍ତୁ, କାରଣ ସୁରା ସ୍ନାନ ଦେହ ପ ଭଲ ନୁହେଁ ଆଉ ରକ୍ତ ସ୍ନାନ ଆଦୌ ଭଲ ନୁହେଁ |
-ପ୍ରାୟ ଲୋକ ଅଛନ୍ତି ଉଲଗ୍ନ ହୋଇ ସ୍ନାନ କରନ୍ତି ଯେଉଁଟା କି ଆଦୌ ଭଲ ନୁହେଁ କାରଣ ଆମେ ସ୍ନାନ କଲା ବେଳେ ପିତୃ ପୁରୁଷ ମାନେ ଆମ ପାଖାପାଖି ଥାଆନ୍ତି ଏବଂ ଆମ ବସ୍ତ୍ର ରୁ ଯେଉଁ ପାଣି ଝରି ପଡ଼େ ତାହାକୁ ପାଇ ପିତୃ ପୁରୁଷ ମାନେ ତୃପ୍ତ ହୋଇ ଥାଆନ୍ତି ତେଣୁ ଉଲଗ୍ନ ହୋଇ ସ୍ନାନ କରନ୍ତୁ ନାହିଁ |