ପେଟରେ ଅଲସର (ଘା’) STOMACH ULCER କେମିତି ଭଲ ହେବ? ଜାଣନ୍ତୁ ଲକ୍ଷଣ ,କାରଣ ଏବଂ ଚିକିତ୍ସା ସମ୍ପର୍କରେ

ଖାଦ୍ୟନଳୀ କିମ୍ବା ପାକସ୍ଥଳୀରେ ଘା ‘ ହେବାକୁ ଅଲସର ବୋଲି କୁହାଯାଏ । ଠିକ୍ ସମୟରେ ଅଲସରର ଚିକିତ୍ସା କରାନଗଲେ , ଏହାର କ୍ୟାନସର ସୃଷ୍ଟି କରିପାରେ । ଆସନ୍ତୁ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଅଲସରର କାରଣ , ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା ।

ପେଟରେ ଘା ‘ ବା ଅଲସର କାରଣ:-

 

ପେଟରେ ଘା ‘ ବା ଅଲସର ହେବା ଏକ ସାଧାରଣ କଥା। ଅଧିକାଂଶ ଲୋକଙ୍କ ପାଖରେ ଏହି ସମସ୍ୟା ଦେଖା ଯାଇଥାଏ।ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଏକ ବ୍ୟାକ୍ଟେରିଆ କାରଣରୁ ଏହି ସମସ୍ୟା ଦେଖା ଯାଇଥାଏ। ଏହା ଏମିତି ଏକ ଜୀବାଣୁ ଯାହା ପେଟକୁ ଥରେ ଆସିଲେ ରହିଯାଇ ଥାଏ।୧୦୦ ରୁ ୨୦ ପ୍ରତିଶତ ଲୋକଙ୍କ ପାଖରେ ପ୍ରାୟ ଏହି ସମସ୍ୟା ଦେଖା ଯାଇଥାଏ ।ଯାହାକି ପାକସ୍ଥଳୀ ଏବଂ ଅନ୍ତନଳୀ ସୃଷ୍ଟି ହୋଇଥାଏ। ପେନ୍ କିଲର ଆଦି ସେବନ କଲେ ମଧ୍ୟ ପେଟରେ ଘା’ ବା ଅଲସର ହେବାର ସମ୍ଭାବନା ରହିଥାଏ। ଏହା ସହିତ ଧୂମ୍ରପାନ, ମଦ୍ୟପାନ ଏବଂ ଅଧିକ ଟ୍ରେସ୍ ରେ ରହିଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।

ପେଟରେ ଘା ‘ ହେଲେ ବ୍ୟକ୍ତିଙ୍କୁ କେଉଁ ସବୁ ଲକ୍ଷଣ ଦେଖାଦିଏ ?

 

ସାଧାରଣତଃ ଦେଖିବାକୁ ଗଲେ ପେଟରେ ଘା ‘ ହେଲେ ପେଟ ଯନ୍ତ୍ରଣା ହୋଇଥାଏ। ତେବେ ସମସ୍ତଂକ ସମାନ ଲକ୍ଷଣ ନଥାଏ। କାହାର ପେଟ ସାମାନ୍ୟ ଯନ୍ତ୍ରଣା ହୋଇଥାଏ ତ ଆଉ କାହାର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଏହା ସହିତ ବାନ୍ତି ହେବା, ଝାଡା ହେବା ଭଳି ଲକ୍ଷଣ ଦେଖା ଯାଇଥାଏ।

ଏହାର ପରୀକ୍ଷା-

ଯେ କୌଣସି ଲୋକ ପେଟଜନିତ ସମସ୍ୟା ପାଇଁ ପ୍ରଥମେ ଡ଼ାକ୍ତର ରକ୍ତ ପରୀକ୍ଷା କରିଥାନ୍ତି। ଦ୍ଵିତୀୟରେ ଅଲଟ୍ରାସାଉଣ୍ଡ ଟେଷ୍ଟ କରାଯାଇଥାଏ।ଯଦି ଅଲଟ୍ରାସାଉଣ୍ଡ ରେ କିଛି ଜଣା ପଡ଼ି ନଥାଏ ତେବେ ଏଣ୍ଡୋସ୍କୋପି କରାଯାଇଥାଏ।

ପେଟରେ ଅଲସରର ଚିକିତ୍ସା:-

 

ଅଲସରର ଚିକିତ୍ସା ପାଇଁ କିଛି ଟା ମେଡ଼ିସିନ୍ ଦରକାର୍ ପଡିଥାଏ। ଏହା ସହିତ ଲାଇଫ ଷ୍ଟାଇଲ ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଜରୁରୀ। ନିଜ ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। କମ୍ ଖାଇବେ କିନ୍ତୁ ବାରମ୍ବାର ଖାଇବେ। ଏକା ସହିତ ପେଟପୁରା ଖାଆନ୍ତୁ ନାହିଁ। ଅତ୍ୟଧିକ ତୈଳ ଯୁକ୍ତ ,ସ୍ପାଇସି ଖାଦ୍ୟ ଖାଇବା ଉଚିତ୍ ନୁହେଁ। କଫି ଚା ମଦ୍ୟପାନ କରନ୍ତୁ ନାହିଁ।

ଚିକିତ୍ସା ପରେ ପୁଣି ପେଟରେ ଘା ‘ ହୋଇପାରେ କି ?

ଚିକିତ୍ସା ପରେ ପେଟରେ ଘା’ ଭଲ ହେଲା ପରେ ମଧ୍ୟ ପୁଣି ହେବାର ସମ୍ଭାବନା ରହିଥାଏ। ଏଥିପାଇଁ ସତର୍କ ରୁହନ୍ତୁ।

ପେଟ ରୋଗରୁ ମୁକ୍ତି ପାଇବେ କିପରି ?

ପେଟ ରୋଗରୁ ମୁକ୍ତି ପାଇବା ପାଇଁ ସବୁଠୁ ଭଲ ମାଧ୍ୟମ ହେଉଛି ଲାଇଫ ଷ୍ଟାଇଲ ର ପରିବର୍ତ୍ତନ। ଅଧିକ ଫାଇବର ଥିବା ଭେଜିଟେବୁଲ ଅଧିକ ପରିମାଣରେ ଖାଆନ୍ତୁ।

Leave A Reply

Your email address will not be published.