ଆମେ ସର୍ବଦା ଆମ ପିଲା ଦିନରୁ ପଢି ଆସିଛୁ ଯେ, “ବାପା ମା ଙ୍କ ଠାରୁ ବଡ଼ ଦେବତା କେ ସରଗେ ରାଇଜେ ନାହିଁ, ତାଙ୍କର ଆଶିଷ ସାହା ଏକା ସିନା ବିପଦୁ ତାରିବା ପାଇଁ “। ତେବେ ଏହି ଉକ୍ତି ଟିକୁ ଆପଣ ନିଶ୍ଚିତ ବୁଝିଥିବେ କି, ଏହି ସଂସାର ରେ ବାପା ମା ହେଉଛନ୍ତି ଆମର ଦେବତା ଏବଂ ପୂଜ୍ୟ ।କେବଳ ତାଙ୍କର ଆଶୀର୍ବାଦ ଏବଂ ଭଲପାଇବା ଦ୍ଵାରା ଆମେ ଆମ ଜୀବନରେ ଉନ୍ନତି କରିପାରିବା , ଏବଂ ଏହା କେବଳ ସେତେବେଳେ ସମ୍ଭବ ହେବ ଯେତେବେଳେ ତାଙ୍କର ଆବଶ୍ୟକ ସମୟରେ ପିଲାମାନେ ତାଙ୍କ ପାଖରେ ରହି ତାଙ୍କର ସେବା କରିବେ ଏବଂ ଏକ ସଂତାନ ଭାବରେ ବାପା ମା ଙ୍କୁ ଟିକେ ଖୁସି ଦେବେ।
କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଏହାର ବିପରୀତ ଦେଖିବାକୁ ମିଳୁଛି। ବାପା ମା ତ ନିଜ ଜୀବନ କୁ ବାଜିରେ ଲଗାଇ ପିଲା ମାନଙ୍କୁ ପାଠ ସାଠ ପଢ଼ାଇ ବଡ଼ ମଣିଷ କରିଛନ୍ତି ମାତ୍ର ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପରେ ପିଲାମାନେ ବାପା ମା ଙ୍କୁ ଭୁଲିଯାଉଛନ୍ତି ।ଆଉ ଯେତେବେଳେ ବାପା ମା ଖୁସି ରେ ସେହି ପୁଅ ର ବିବାହ କରି ଆଣିଥାନ୍ତି ଆଉ ପୁଅ କୁ ଗୋଟେ ଲାଇଭ ପାର୍ଟନର ଆଣି ଦିଅନ୍ତି। ସେତେବେଳେ ପୁଅ ଟି ବାପା ମା ଙ୍କୁ ଭୁଲିଯାଏ ଆଉ ତାକୁ ଘରେ ରଖିବା କୁ ମଧ୍ୟ ତାକୁ କଷ୍ଟ ହୋଇଥାଏ। ତେଣୁ ବୃଦ୍ଧ ବୟସରେ ସେମାନ ଙ୍କୁ ଅନାଥ ଆଶ୍ରମ କୁ ପଠାଇ ଦେଇଥାଏ।
ଆଉ ଯେତେବେଳେ ପିଲାଟି ପାଠ ପଢି ଚାକିରୀ କରେ ସେହି ସମୟରେ ସେ ନିଜ ପିତା ମାତାକୁ ଭୁଲିଯାଏ । ତେବେ ସମସ୍ତଙ୍କ ପକ୍ଷରେ ଏହା କହିବା ଠିକ ନୁହେଁ ମାତ୍ର କେତେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଏହିପରି କରିଥାନ୍ତି ।ପିତା ମାତାଙ୍କର ଦାୟିତ୍ୱ ଗ୍ରହଣ କରିନଥାନ୍ତି ବରଂ ସେମାନଙ୍କୁ ହତାଦାର କରିଥାନ୍ତି । ସେମାନେ ବୁଝିପାରିନଥାନ୍ତି କି ପିତା ମାତା ତାର ବଡ ହବା ପାଇଁ କେତେ କାମନା କରିଛନ୍ତି ଆମେ କେବେବି ନିଜ ଜୀବନରେ ବାପା ମାଙ୍କ ଋଣ ସୁଝିପାରିବା ନାହିଁ । ତେବେ ବୃଦ୍ଧ ବାପା ମା ଙ୍କୁ ଦୁଃଖ ଦେଲେ କେଉଁ ଅଭିଶାପ ମିଳେ ତାହା ଆଜି ଆମେ ଜାଣିବା।
ତେବେ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ଯେଉଁଁ ମାନେ ବୃଦ୍ଧ ବାପା ମା ବା ନିଜର ପିତା ମାତାଙ୍କୁ ହତାଦର କରିଥାନ୍ତି ସେମାନଙ୍କୁ ଜୀବନରେ ବହୁତ କିଛି ବିଫଳତା ର ଶିକାର ହେବାକୁ ପଡିଥାଏ । କାରଣ ବାପା ହେଉଛନ୍ତି ଆମର ଭଗବାନ ସେମାନଙ୍କୁ ହତାଦର କରିଲେ ଜଣେ କେବେ ହେଲେ ଖୁସିରେ ଜୀବନ ବିତାଇ ପାରିବେ ନାହିଁ । ତେଣୁ ସାଧୁବାଣୀରେ କୁହାଯାଇଛି କି ଜୀବନରେ କେବେ ହେଲେ ସେମାନଙ୍କର ଉନ୍ନତି ହେବନାହିଁ ଏବଂ ହେଉଥିବା କାମରେ ବାଧା ସୃଷ୍ଟି ହେବ । ତେବେ ଆପଣ ଏହି ଉକ୍ତିକୁ ଏହି କାହାଣୀ ମାଧ୍ୟମରେ ଭଲରେ ବୁଝନ୍ତୁ ।