ଦେଖନ୍ତୁ EXCLUSIVE : ଗୋପାଳ କହୁଛି ମୋତେ ବହୁତ ଟର୍ଚର କରୁଛନ୍ତି ଏଠି ରହିଲେ ସ୍ୱର୍ଗଦ୍ୱାର, ବଞ୍ଚାଇବାକୁ ହେଲେ ମତେ ନିଅ ଚୌଦ୍ୱାର ।
ଗୋପାଳ ମରି ଗଲେ ସବୁ ସରିଯିବ ସତ କେବେ ମଧ୍ୟ ପଦାକୁ ଆସି ପାରିବ ନାହିଁ ତେଣୁ ଗୋପାଳ ବଞ୍ଚିବା ଦରକାର ଆଉ ସତ ସମସ୍ତ ଙ୍କ ସାମ୍ନା କୁ ଆସିବା ଦରକାର | ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କୁ କାହିଁକି ଗୋପାଳକୃଷ୍ଣ ଦାସ ହତ୍ୟା କଲା ତାହା ପଛର ସତର ରହସ୍ୟ ସାମ୍ନା କୁ ନିହାତି ଆସିବା ଦରକାର | କାରଣ ଏ ପ୍ରଶ୍ନ ହେଉଛି ସାଧାରଣ ଜନତା ଙ୍କର ପ୍ରଶ୍ନ ଓ ଏହି ପ୍ରଶ୍ନ ସାଢେ ଚାରି କୋଟି ଓଡ଼ିଆ ଙ୍କର ପ୍ରଶ୍ନ ଅଟେ | ଆଉ ଏତିକି ବେଳେ କୁଆଡେ ଗୋପାଳ ଆଉ ଝାରସୁଗୁଡା ଜେଲ ରେ ନିଜକୁ ସୁରକ୍ଷିତ ମନେ କରୁ ନାହିଁ | ଗୋପାଳ ଏବେ ନିଜେ କହୁଛି କି ଏଠି ରହିଲେ ସ୍ୱର୍ଗ ଦୁଆର ବଞ୍ଚିବାକୁ ହେଲେ ମତେ ନିଅ ଚୌଦ୍ୱାର |
ଗୋପାଳ ଆଉ ଝାରସୁଗୁଡା ଜେଲକୁ ସୁରକ୍ଷା ମଣୁ ନାହିଁ ସେଥିପାଇଁ କୁଆଡେ ଚୌଦ୍ୱାର ଜେଲକୁ ନେଇ ଯିବା ପାଇଁ କ୍ରାଇମ ବ୍ରାଞ୍ଚ ଅଧିକାରୀ ମାନଙ୍କୁ ଅନୁରୋଧ କରିଛି | ତେବେ ଗୋପାଳ ର ମରିବାକୁ ଯଦି ଏତେ ଭୟ ସେ ନିଜ ଜୀଵନ, ଚାକିରୀ, ପରିବାର, ପତ୍ନୀ, ପୁଅ ଝିଅ ଙ୍କ ଭବିଷ୍ୟତ କଥା ଚିନ୍ତା ନ କରି ଏଭଳି ଏକ ହତ୍ୟା କାଣ୍ଡ କାହିଁକି କରି ଦେଲେ |
ଯାହାକି ଜନ ମାନସ ରେ ଏକ ବିରାଟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ସେପଟେ ଗୋପାଳ ର ବି ଜୀଵନ ପ୍ରତି ବିପଦ ରହିଛି ବୋଲି ଏକଥା ଗୋପାଳ ନିଜେ ହିଁ ସ୍ୱୀକାର କରୁଛି | ଆଉ ସେଥିପାଇଁ ତାକୁ ଝାରସୁଗୁଡା ଜେଲରୁ କଟକ ଚୌଦ୍ୱାର ଜେଲ କୁ ଅଣାଯିବ ବୋଲି ଜଣା ପଡ଼ିଛି | ଅନ୍ୟ ପଟରେ ଆଉ ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ବି ଯିବେ ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା କୁ ଯାଞ୍ଚ କରିବା ପାଇଁ ଡିଜିପି ସେଠାକୁ ଯାଇଥିବା କଥା ଜଣା ପଡ଼ିଛି |
ସେପଟେ କ୍ରାଇମ ବ୍ରାଞ୍ଚ ର ଏକ ଟିମ ବ୍ରହ୍ମପୁର ଗ୍ରସ୍ତ ରେ ଅଛନ୍ତି, ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଝାରସୁଗୁଡା ଗ୍ରସ୍ତ ବେଳେ କୌଣସି ପ୍ରକାରର ଅସୁବିଧା ନ ହେବା ପାଇଁ ପୁରା ସୁରକ୍ଷା ବ୍ୟବସ୍ଥା କୁ ଯାଞ୍ଚ କରାଯାଉଛି ତନ ତନ କରି ଦେଖା ଯାଉଛି |
ଏହାରି ଭିତରେ କୁଆଡେ ଗୋପାଳ ନିଜ ଜୀଵନ କୁ ବିପଦ ଥିବା କଥା କହୁଛି ଆଉ ଗୋପାଳ କହୁଛି କି ଏଠି ରହିଲେ ସ୍ୱର୍ଗ ଦୁଆର ଆଉ ଯଦି ମତେ ବଞ୍ଚାଇବା ପାଇଁ ଚାହୁଁଛ ତେବେ ନିଅ ଚୌଦ୍ୱାର | ଏଠି କହି ରଖିବାକୁ ଚାହିଁବୁ କି ଗୋପାଳ ଯଦି ମରିଯାଏ ତେବେ ସବୁ ସରିଯିବ ଗୋପାଳ ବଞ୍ଚିବା ଦରକାର ଆଉ ସତ ସାମ୍ନାକୁ ଆସିବା ଦରକାର | ତେବେ ଏଭଳି କିଛି ଚର୍ଚ୍ଚା ଏବେ ଜୋରସୋର ରେ ଲାଗିଛି, ତେବେ ଦେଖିବାକୁ କେବଳ ବାକି ରହିଲା କି ଗୋପାଳ ଚୌଦ୍ୱାର ଆସିବା ପରେ ଘଟଣା ର ସତ କେତେ ସାମ୍ନା କୁ ଆସୁଛି |