ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା କୁ ନେଇ ଏବେ କେତେ ଜୋରରେ ଚର୍ଚ୍ଚା ଲାଗି ରହିଛି | ତେବେ ଗୋପାଳ କୃଷ୍ଣ ଦାସ ତାଙ୍କୁ କାହିଁକି ହତ୍ୟା କଲେ ନା ତାଙ୍କୁ କେହି ମହରା ସଜାଇ ଏହି କାମ କରିଛି ତାହାକୁ ନେଇ କ୍ରାଇମ ବ୍ରାଞ୍ଚ ତଦନ୍ତ ଜାରି ରଖିଛି | ତେବେ ଘଟଣା ର ଯେତେ ତଦନ୍ତ ଚାଲିଛି ଘଟଣା ଟି ସେତିକି ନୂଆ ମୋଡ଼ ନେଉଛି | ବର୍ତ୍ତମାନ ସମୟରେ କ୍ରାଇମ ବ୍ରାଞ୍ଚ ଗୋପାଳ ର ଘରକୁ ଯାଇ ଯାଞ୍ଚ କରିଛି ଆଉ ଏହାକୁ ନେଇ ତାଙ୍କର ସ୍ତ୍ରୀ ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି |
ସେ କହିଛନ୍ତି କି କ୍ରାଇମ ବ୍ରାଞ୍ଚ ଘରକୁ ଆସି ଘରର ସବୁ ଜିନିଷ ପତ୍ର କୁ ଯାଞ୍ଚ କଲେ ଆଉ ବ୍ୟାଙ୍କ ଖାତା ଦେଖିଲେ | କାରଣ ଆମ ଘରେ ଆକାଉଣ୍ଟ ଖାତା ଆଉ କାହାର ନାହିଁ କେବଳ ମୋର ଏକୁଟିଆ ବ୍ୟାଙ୍କ ଖାତା ଅଛି | ଆଉ ବ୍ୟାଙ୍କ କୁ ଯାଇକି ମଧ୍ୟ ଦେଖିଲେ କିନ୍ତୁ ସେଥିରେ କିଛି ନାହିଁ 13 ବର୍ଷ ତଳେ ଲୋନ କରିକି ଘର କରି ଥିଲୁ ସେଇଟା ଦେଖିଲେ ଆଉ 4 ବର୍ଷ ତଳେ ଉପର ରୁମ ଯେଉଁ କରାଯାଇଛି ଲୋନ କରିକି ସେଇଟା ଦେଖିଲେ | ଆଉ ଏପର୍ଯ୍ୟନ୍ତ ସ୍ୱାମୀ ସହିତ କିଛି କଥାବାର୍ତା ହେଇ ନାହୁଁ, ସିଆଡୁ କିଛି କଥା ଆସିନି କି ଆମେ ବି ମଧ୍ୟ କଥା ହୋଇ ନାହୁଁ କିନ୍ତୁ ମୁଁ ତାଙ୍କ ସହିତ କଥା ହେବା ପାଇଁ ଚାହିଁବି ବୋଲି ଗୋପାଳ ଙ୍କ ସ୍ତ୍ରୀ କହିଛନ୍ତି |
ଏହା ସହିତ ତାଙ୍କ ସ୍ତ୍ରୀ କହିଛନ୍ତି କି ଘଟଣା କୁ ଦେଖିକି ମୁଁ ଆଉ କଣ କହିବି ଏହି ଘଟଣା ର ତଦନ୍ତ ତ ଚାଲିଛି ଆଉ ତାଙ୍କର ସବୁ ପରୀକ୍ଷା ମଧ୍ୟ ଚାଲିଛି ଯାହା ସତ ତାହା ନିହାତି ଭାବରେ ବାହାରକୁ ଆସୁ | ଆଉ କ୍ରାଇମ ବ୍ରାଞ୍ଚ ଯେଉଁ ଘରକୁ ଆସି ଥିଲେ ସେମାନେ ଶାନ୍ତ ଭାବରେ ଯାଞ୍ଚ କରି ଥିଲେ ଆଉ ମୁଁ ବି ତାଙ୍କୁ ମଧ୍ୟ ସହଯୋଗ ବା ସପର୍ଟ କରି ଥିଲି |
ଆଉ ଏହି କାମ ପାଇଁ ମୋ ସ୍ୱାମୀ ଙ୍କୁ ମହରା କରାଯାଇଛି କି କଣ ମୁଁ ଏହି ବିଷୟରେ କିଛି ବି ଜାଣି ନାହିଁ ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ | ଆଉ ମୋ ସ୍ୱାମୀ ଏମିତି କାମ କରିଛନ୍ତି ମୁଁ ମଧ୍ୟ ବିଶ୍ୱାସ କରି ପାରୁ ନାହିଁ କି ଭାବି ପାରୁ ନାହିଁ କିନ୍ତୁ ଯାହା ସତ ତାହା ନିହାତି ଭାବରେ ପଦାକୁ ଆସୁ ବୋଲି ମୁଁ ଚାହିଁବି ତାଙ୍କ ସ୍ତ୍ରୀ ମିଡ଼ିଆ ସାମ୍ନାରେ କହିଛନ୍ତି | ତେବେ ଗୋପାଳ ଙ୍କ ସ୍ତ୍ରୀ ଙ୍କର ପ୍ରତିକ୍ରିୟା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକି ନେଇ କିଛି ଲୋକ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି |