ଦେଖନ୍ତୁ EXCLUSIVE :ଭିଡିଓ ଏମିତି ପ୍ରେମ ଚାଲିଗଲା ପରେ ହେଲା ବାହାଘର!! | ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ !!
ମୃତ୍ୟୁ ପରେ ହେଲା ବାହାଘର ଯାହାକି ମୃତ୍ୟୁ ର 6 ମାସ ପରେ ପ୍ରେମୀ ଯୁଗଳ ବିବାହ ବନ୍ଧନ ରେ ବାନ୍ଧି ହେଲେ | ଏଭଳି ଏକ ଘଟଣା ଆପଣ ଙ୍କୁ ନିହାତି ଭାବରେ ଚଳଚ୍ଚିତ୍ର ର କାହାଣୀ ଭଳି ଲାଗୁଥିବ କିନ୍ତୁ ଏହା ହେଉଛି ଏକ ବାସ୍ତବ ପ୍ରେମ କାହାଣୀ | ଯାହାକି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିକୁ ନ ଦେଖିଲେ ଆପଣ ହୁଏତ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |
ତେବେ ଏଭଳି ଏକ ଘଟଣା ବିଷୟରେ ଆମେ ଆଜି ଜଣାଇବୁ ଯାହାକି ସୋସିଆଲ ମିଡ଼ିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି | ତେବେ କାହିଁକି ମୃତ୍ୟୁ ପରେ ବାହାଘର ହେଲା ଆଉ ତାଙ୍କର ପ୍ରେମ କାହାଣୀ କିପରି ଥିଲା ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
ତେବେ ପ୍ରେମିକ ଜଣଙ୍କ ହେଉଛନ୍ତି ଗଣେଶ ଆଉ ପ୍ରେମିକା ହେଉଛନ୍ତି ରଚନା ଏମାନେ ଦୂର ସମ୍ପର୍କୀୟ ଥିଲେ କିନ୍ତୁ କୌଣସି ଏକ ସଂଯୋଗ ରେ ଏମାନେ ପରସ୍ପର କୁ ଭଲ ପାଇ ବସି ଥିଲେ | ଏମିତି କି ବିବାହ କରିବା ପାଇଁ ମଧ୍ୟ ନିଷ୍ପତି ନେଇ ଥିଲେ କିନ୍ତୁ ସବୁକିଛି ବିଗିଡି ଯାଇ ଥିଲା କାରଣ ପ୍ରେମିକା ର ଜେଜେ ଏହି ବିବାହ ରେ ଅସହମଥ ହୋଇ ଥିଲେ |
କାରଣ ସେମାନେ ଦୂର ସମ୍ପର୍କୀୟ ଥିଲେ ଆଉ ଏହି କଥା ପାଇଁ ଜେଜେ କଦାପି ଏହି ବିବାହ ରେ ରାଜି ନଥିଲେ | ଗଣେଶ ଓ ରଚନା ବିବାହ ପାଇଁ ଯେତେ ବୁଝାଇଲେ ବି ସଫଳ ହେଲେ ନାହିଁ | କିନ୍ତୁ କୁହାଯାଏ କି ପ୍ରେମ ହେଉଛି ଶ୍ୱାସତ ଦୁଇଟି ମନ ମିଶି ଯିବା ପରେ ଅଲଗା ହେବା ସହଜ କଥା ନୁହେଁ, ଏହି ଦୁଇ ଜଣଙ୍କ ପାଇଁ ମଧ୍ୟ ଠିକ ସେହିପରି ହେଲା | ଏହି ଦୁଇ ଜଣ ଯେତେ ବେଳେ ବିବାହ ଆଉ ସମ୍ଭବ ନୁହେଁ ବୋଲି ଜାଣିଲେ ସେତେ ବେଳେ ଦୁହେଁ ସାଥି ହୋଇ ଆରପାରିକୁ ଚାଲି ଗଲେ |
କିନ୍ତୁ ଏହି ଘଟଣା ଜାଣିବା ପରେ ଉଭୟ ଙ୍କ ପରିବାର ଅନୁତାପ ର ନିଆଁ ରେ ଜଳିବାକୁ ଲାଗିଲେ | ସାମାନ୍ୟ ଜିଦ ଯୋଗୁଁ ଦୁହିଁଙ୍କର ଜୀଵନ ଅକାଳ ରେ ଚାଲି ଗଲା ଆଉ ଏହା ଭିତରେ 6 ମାସ ବିତି ଯାଇ ଥିଲେ ସୁଦ୍ଧା ଉଭୟ ପରିବାର ମନ ବୁଝୁ ନଥିଲା | କଣ କଲେ ପ୍ରେମୀ ଯୁଗଳ ଙ୍କ ଆତ୍ମା ଶାନ୍ତି ପାଇବ ସେହି କଥା ସେମାନେ ସବୁବେଳେ ଚିନ୍ତା କରୁ ଥିଲେ | ଏଭଳି ପରିସ୍ଥିତି ରେ ଉଭୟଙ୍କ ପରିବାର ବସି ବିଚାର କଲେ କି ଯେମିତି ହେଲେ ବି ଗଣେଶ ଆଉ ରଚନା ଙ୍କର ବିବାହ କରିବେ | ଉଭୟ ପରିବାର ଶେଷରେ ଗଣେଶ ଆଉ ରଚନା ଙ୍କର ପ୍ରତିମୂର୍ତ୍ତି ତିଆରି କଲେ ଏହାପରେ ଉଭୟ ଙ୍କର ରୀତିନୀତି ଅନୁସାରେ ବିବାହ ମଧ୍ୟ କରାଇଲେ | ଆଉ ଶେଷରେ ମର୍ତ୍ୟ ରେ ନହେଲେ ବି ସ୍ୱର୍ଗ ରେ ଦୁହେଁ ଏକାଠି ହେଲେ |