ନିଜ ପ୍ରେମିକା ଓ ପ୍ରେମିକ ଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ରଙ୍ଗର ଗୋଲାପ ( Rose ) ଏବଂ ଜାଣନ୍ତୁ ନିଜର ପ୍ରେମର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – LIFE STYLE

ତେବେ ଗୋଲାପ ଫୁଲ ପ୍ରେମର ପ୍ରତୀକ ହୋଇ ଥାଏ ଯାହାକି ନିଜ ପ୍ରେମ କୁ ନିବେଦନ କରିବା ସମୟରେ ଏହି ଗୋଲାପ ଫୁଲ କୁ ପ୍ରେମିକ କୁ ଦିଆଯାଇ ଥାଏ | ତେବେ ଦେଖିବା ପାଇଁ ଗଲେ ଗୋଲାପ ଫୁଲ ବହୁ ରଙ୍ଗରେ ଆସିଥାଏ ଏବଂ ଗୋଲାପ ଫୁଲର ସମସ୍ତ ରଙ୍ଗର କିଛି ଅଲଗା ମହତ୍ୱ ରହିଛି | ତେବେ ଆସନ୍ତୁ ଜାଣିବା ଗୋଲାପ ଫୁଲର ପ୍ରତ୍ୟେକ ରଙ୍ଗର କି ମହତ୍ୱ ରହିଛି ଏବଂ କେଉଁ ରଙ୍ଗର ଫୁଲ ଆମେ କାହାକୁ ଦେବ | ଯାହା ଫଳରେ ଆପଣ ଜାଣି ପାରିବେ ଏହି “ରୋଜ-ଡେ’ ରେ ଆପଣ କାହାକୁ କେଉଁ ଭବନରେ କେଉଁ ରୋଜ୍ ଦେଇ ପାରିବ |

1. ଧଳା ରଙ୍ଗର ଗୋଲାପ :- ତେବେ ଏହି ଧଳା ରଙ୍ଗର ଗୋଲାପ ଶୁଦ୍ଧତା ର ପ୍ରତୀକ ହୋଇ ଥାଏ ଯାହାକି ଏହି ଫୁଲ ଟି ବିନା ସ୍ୱାର୍ଥ ରେ ଦିଆ ଯାଇଥାଏ | ତେଣୁ ଆପଣ ଯଦି କାହାକୁ ପ୍ରେମ କରୁଛନ୍ତି ତେବେ ଏହି ଧଳା ରଙ୍ଗର ଫୁଲ ନିହାତି ଭାବରେ ଦିଅନ୍ତି କାରଣ ସେ ତମକୁ ପ୍ରେମ କରୁ ନ କରୁ କିନ୍ତୁ ବନ୍ଧୁତା ରେ ସବୁଦିନ ପାଇଁ ରହିବ | ଏହା ସହିତ ଆପଣ ଯଦି କାହା ବିଷୟରେ ଭାବୁ ଥିବେ ତେବେ ମଧ୍ୟ ଧଳା ରଙ୍ଗର ଗୋଲାପ ଫୁଲ ତାଙ୍କୁ ଦେଇ ପାରିବେ |

 

2. ହଳଦିଆ ରଙ୍ଗର ଗୋଲାପ :- ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ, ଆପଣ ଆପଣଙ୍କ ପ୍ରତ୍ୟେକ ବନ୍ଧୁ କୁ ଏହି ଗୋଲାପ ଫୁଲ ଦେଇ ପାରିବେ | ତେବେ ଆପଣ ଯଦି ଆପଣଙ୍କ ବନ୍ଧୁତ୍ୱ କୁ ଅଧିକ ମଜବୁତ୍ କରିବା ପାଇଁ ଚାହୁଁ ଛନ୍ତି ତେବେ ଏହି “ରୋଜ-ଡେ’ ରେ ଆପଣ ଆପଣଙ୍କ ବନ୍ଧୁ ଙ୍କୁ ନିଶ୍ଚିତ ଭାବେ ହଳଦିଆ ଗୋଲାପ ଦିଅନ୍ତୁ |

 

3. ଗୋଲାପୀ ରଙ୍ଗର ଗୋଲାପ :- ଗୋଲାପୀ ରଙ୍ଗର ଫୁଲ ହେଉଛି ଦୋସ୍ତି ନିରବତା ଏବଂ ନମ୍ରତା ର ପ୍ରତୀକ ଅଟେ | ଏହି ରୋଜ୍ କୁ ନୂଆ ସମ୍ପର୍କର ପ୍ରତୀକ ବୋଲି ମାନା ଯାଇଥାଏ ଏବଂ କିଛି ଲୋକ ପ୍ରେମ କୁ ଜଣାଇବା ପାଇଁ ଏହି ରୋଜ୍ ଦେଇଥାନ୍ତି |

4. ଅରେଞ୍ଜ ରଙ୍ଗର ଗୋଲାପ :-ଏହି ରୋଜ୍ ଉତ୍ସାହିତ କରିବା ବା ମୋହିତ କରିବା ପାଇଁ ଦିଆ ଯାଇଥାଏ | ଆପଣଙ୍କ ଜୀବନ ସାଥି ଆପଣ ଙ୍କୁ ବହୁତ ଭଲ ପାଏ କିନ୍ତୁ ସେ ଟିକେ ଲାଜକୁଳା ସ୍ୱଭାବ ର ଅଟେ, ଏହି କାରଣ ଯୋଗୁଁ ସେ ତାଙ୍କର ଭଲ ପାଇବା କଥା ଆପଣଙ୍କ ଆଗରେ ଖୋଲି କହି ପାରନ୍ତି ନାହିଁ |

5. ଲାଲ ରଙ୍ଗର ଗୋଲାପ :-ଆପଣ ଯାହାକୁ ପକୃତରେ ହୃଦୟରୁ ଭଲ ପାଉଛନ୍ତି ତାକୁ ଦେଇ ପାରିବେ | ଆପଣ ନିଜ ପ୍ରେମକୁ ଯଦି ଲାଇଫ ପାର୍ଟନର ବନାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଫୁଲ୍ ନିଶ୍ଚିତ ଭାବେ ରୋଜ୍ ଡେ ରେ ଦିଅନ୍ତୁ | କାରଣ ନିଜ ପ୍ରେମିକା କୁ ପାଇବା ପାଇଁ ଲାଲ ରଙ୍ଗର ଗୋଲାପ ଫୁଲକୁ ଦେଇ ପାରିବେ |

Leave A Reply

Your email address will not be published.