ଦେହ ସୁଖ ଆଗରେ ତୁଚ୍ଛ ହେଲା ନିଜ ଜନ୍ମ କଲା ଛୁଆ | ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଶାରୀରିକ ସୁଖ ପାଇଁ ଏବେ ମା ଚାରି ପୁଅ ଝିଅ ଙ୍କୁ ପର କରି ଦେଇ ଚାଲି ଗଲା ଆଉ ବର୍ଷେ ପୂର୍ବରୁ ବାପା ମଧ୍ୟ ଆରପାରିକୁ ଚାଲି ଯାଇଛି | ଆଉ ବର୍ତ୍ତମାନ ସମୟରେ 9 ବର୍ଷର ଝିଅ କାନ୍ଧରେ ପରିବାର ର ବୋଝ ନେଇଛି, ଏମିତି କି ଭାଇ ଭଉଣୀ ଙ୍କ ପେଟ ପୋଷିବା ପାଇଁ ପାଠ ପଢା ମଧ୍ୟ ଛାଡ଼ି ଦେଇଛି |

ଆଖିରେ ଆଖିଏ ସ୍ୱପ୍ନ ହେଲେ ମନରେ କିନ୍ତୁ ଦୁଃଖ ଆଉ ଯନ୍ତ୍ରଣା ର ବୋଝ ଯେଉଁ ବୟସ ରେ ଖେଳ କୁଦ କରିବା କଥା ସେହି ବୟସ ଆଜି ତିନି ଭାଇ ଭଉଣୀ ଙ୍କ ଯତ୍ନ ନେବାରେ କଟୁଛି | ଯେଉଁ ସମୟରେ ସ୍କୁଲ ଯିବା କଥା ସେହି ସମୟରେ ତିନି ଭାଇ ଭଉଣୀ ଙ୍କର ଭରଣ ପୋଷଣ ରେ ସମୟ କଟୁଛି |

ପରିବାରର ଦୁଃଖ କୁ କାନ୍ଧେଇ ଥିବା ଏହି 9 ବର୍ଷର ଝିଅ ଏବେ ଏହି କୁନି କୁନି ତିନି ଭାଇ ଭଉଣୀଙ୍କ ପାଇଁ ବାପା ମା ପାଲଟିଛି | ନିଜ ଭବିଷ୍ୟତ କି ଅନ୍ଧକାର ରେ ଠେଲି ଦେଇ ପରିବାର ବୋଝ କି ଗୋଟେଇ ଧରିଛି | କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଚାରି ପୋଖରୀଆ ଗାଁର ଲକ୍ଷ୍ମୀ ବାରିକ ବୟସ ହେଉଛି!

ମାତ୍ର 9 ବର୍ଷ ଆଉ ଏହି କୋମଳ ବୟସ ରେ ରୋଷେଇ ଠାରୁ ଆରମ୍ଭ କରି ବାସନ ମଜା, ଘର ଅଳେଇବା, ପାଠ ପଢିବା, ତିନି ଭାଇ ଭଉଣୀଙ୍କ ଯତ୍ନ ନେବା ପରି ସବୁ କାମ ତାରି ହାତରେ ସେ କରୁଛି | ପିତା ହେଉଛନ୍ତି ଅମର ବାରିକ ହାଇଦ୍ରାବାଦ ରେ ଦାଦନ ଖଟୁ ଥିଲେ ଏବଂ ସେହି କାମ ଭିତରେ ଜଣେ ନେପାଳୀ ଝିଅଙ୍କୁ ପ୍ରେମ କରି ବିବାହ କରି ଥିଲେ |


ଏହାପରେ ସେମାନଙ୍କର ଚାରୋଟି ପିଲା ହୋଇଥିଲା ବେସ ହସଖୁସି ରେ ସଂସାର କଟୁଥିଲା କିନ୍ତୁ ଦିନେ ଅଚାନକ କୌଣସି କାରଣରୁ ଅମର ଙ୍କର ମୃତ୍ୟୁ ହୋଇ ଯାଇଥିଲା | ଆଉ ସ୍ତ୍ରୀ ପ୍ରାୟ 8 ମାସ ଛୁଆଙ୍କ ପାଖରେ ରହିବା ପରେ ଏବେ ଚାରି ଛୁଆଙ୍କୁ ଛାଡ଼ି କେଉଁ ପୁରୁଷ ସହ ପଳାଇଲା ତାହା ଜଣା ନାହିଁ |

ଏବେ 9 ବର୍ଷର ବଡ଼ ଝିଅ ଲକ୍ଷ୍ମୀ 7 ବର୍ଷ, 5 ବର୍ଷ ଏବଂ 3 ବର୍ଷ ର ଭାଇ ଭଉଣୀ ଙ୍କୁ ଲାଳନ ପାଳନ କରିବା ପାଇଁ ଅଣ୍ଟା ଭିଡିଛି | ସେତିକି ନୁହେଁ ସେମାନଙ୍କୁ ଗାଧୋଇ ଦେବା, ଖୁଆଇ ଦେବା, ପାଠ ପଢିବା ସବୁ କଥା ବୁଝୁଛି | ତେବେ ଏହାକୁ ନେଇ ଜିଲ୍ଲା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି କି ଆମ ତରଫରୁ ସେମାନଙ୍କୁ ଯାହାବି ସବୁ ସରକାରୀ ସୁରକ୍ଷା ସୁବିଧା ପାଇବା କଥା ଆମେ ନିଶ୍ଚିତ ଯୋଗାଇ ଦେବୁ | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.