ବାତ ରୋଗ,Joint Pain,ଶିର ବ୍ଳକେଜ,ହାତ ଗୋଡ କାଲୁଆ ପଡିବା,ହାଡ ଦୁର୍ବଳତା ଠିକ ହେବ |

ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ସବୁବେଳେ ଛୋଟ ହେଉ ଵା ବଡ଼ ସମସ୍ୟା ମାନ ଲାଗିକି ରହିଥାଏ । ଆଉ ଯେଉଁ ସବୁ ସମସ୍ୟା କୁ ନେଇକି ଆମେ ଅନେକ ସମୟରେ ଚିନ୍ତା ରେ ମଧ୍ୟ ରହିଥାଉ । କୁହାଯାଏ କି ବୟସ ବଢିବା ସହିତ ମଣିଷ ଶରୀରରେ ସମସ୍ୟା ମାନ ମଧ୍ୟ ବଢିବାକୁ ଲାଗିଥାଏ । ବାତ, ଶିର ବ୍ଲକେଜ, ହାର୍ଟ ପ୍ରୋବ୍ଲେମ, କଲେଷ୍ଟେରଲ ଭଳି ସମସ୍ୟା ସହିତ ଗୋଡ଼ ହାତ ଝିମ ଝିମ ହେବା ଥୋକା ପଣ ଭଳି ବିଭିନ୍ନ ସମସ୍ୟା ମାନ ଦେଖିବାକୁ ମିଳିଥାଏ । ତେବେ ସେହି ଭଳି ସମସ୍ୟା ଯଦି ଆପଣ ଙ୍କ ପାଖରେ ରହିଛି ତାହେଲେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ । କେତେକ ସହଜ ଉପାୟକୁ ଆପଣାଇ ଆମେ ସେହି ଭଳି କିଛି ସମସ୍ୟା ରୁ ମୁକ୍ତି ପାଇପାରିବେ ।

1-କୁହାଯାଉଛି କି ଏହି ଭଳି ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ପ୍ରଥମେ ଆମର ଦୌନନ୍ଦିନୀ ଜୀବନରେ କିଛି କାର୍ଯ୍ୟ କଳାପ ଉପରେ ଧ୍ୟାନ ଦେବାକୁ ପଡିବ ।ସବୁବେଳେ ବସି ନ ରହି ସକାଳେ ଉଠିଲେ ବ୍ୟୟାମ କରିବା ପାଇଁ ପଡିବ । ଆଉ ତାହା ସହିତ ଆମକୁ ଫିଜିକାଲ ୱାକ ମଧ୍ୟ କରିବା ପାଇଁ ପଡିବ ।

2- ଏହା ବ୍ୟତୀତ କୁହାଯାଉଛି କି ଏହି ଭଳି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଉପାୟ ଟି ହେଉଛି କୋପାଳଭାତି, ଆଉ ଏହି ବ୍ୟାୟାମ ମାଧ୍ୟମରେ ଆମେ ଏହି ଭଳି କିଛି ସମସ୍ୟା ରୁ ମୁକ୍ତି ପାଇପାରିବା ।

ତୃତୀୟ ରେ ଆମେ ମାନେ ଏକ ସହଜ ଘରୋଇ ଉପଚାର ଟିକୁ କରି ପାରିବା ।

ଆବଶ୍ୟକୀୟ ଉପକରଣ :-

ଅଦା ଡାଲଚିନି, ମହୁ

ପ୍ରସ୍ତୁତି ପ୍ରଣାଳୀ :-

ଏହି ଭଳି ବାତ ରୋଗ, ଶିର ବ୍ଲକେଜ ସହିତ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ପ୍ରଥମେ ଦୁଇ ଗ୍ଲାସ ପାଣି ନେବା ପାଇଁ ପଡିବ ।ତାହା ପରେ ସେହି ପାଣି କୁ ଫୁଟାଇବା ପାଇଁ ଛାଡି ଦେବା ଓ ସେଥିରେ ଆମେ ଗୋଟିଏ ଖଣ୍ଡ ଅଦା କୁ ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରି ସେହି ଫୁଟାନ୍ତା ପାଣି ରେ ପକାଇବା ଓ ତାହା ପରେ ଆମେ ମାନେ ଗୋଟିଏ ଖଣ୍ଡ ଡାଲଚିନି କୁ ମଧ୍ୟ ପକାଇବା ଓ ତାହାକୁ 10 ମିନିଟ ଫୁଟାଇବା ଯେମିତି ଅଦା ର ସମସ୍ତ ଉପକାରୀ

ଗୁଣ ସେହି ପାଣି ରେ ମିଶିଯିବ ।ତାହା ପରେ ସେହି ପାଣି କୁ ଛାଣି ଥଣ୍ଡା ହେବା ପାଇଁ ଛାଡି ଦେବା ଓ ଶେଷରେ ଗୋଟିଏ ଚାମଚ ମହୁ ମଧ୍ୟ ମିଶାଇବା ଓ ଏକ ଡ୍ରିଂକ୍ସ ପ୍ରସ୍ତୁତ କରି ଦିନକୁ 2 ଥର ସେବନ କରିବା ।

ତେବେ ଏହି ଭଳି ଉପାୟ କୁ ଅବଲମ୍ବନ କରି ଆମେ ବାତ ରୋଗ, ଶିର ବ୍ଲକେଜ ସହିତ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇବା ସହିତ ଜୋଏଣ୍ଟ ପେନ ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା ।

Leave A Reply

Your email address will not be published.