health tips – ଚାହା ପିଇବା ର କୁପ୍ରଭାବ, ଚାହା ପିଇଲେ ହୋଇଥାଏ ଏହି ସବୁ ରୋଗ | Side effects of tea

ଆପଣ ମାନେ ସମସ୍ତେ ଜାଣିଥିବେ ସକାଳ ହେଲା ମାତ୍ରେ ସମସ୍ତେ ଖାଲି ପେଟରେ ପ୍ରଥମେ ଗୋଟିଏ କପ୍ ଚା ପିଇଥାନ୍ତି। ଯଦି ଘରକୁ କେହି ଅତିଥି ଆସିଥାନ୍ତି ସେମାନଙ୍କୁ ମଧ୍ୟ ଆମେ ଚା ପିଇବାକୁ ଦେଇଥାଉ। ଆଉ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଦିନ ଚା ନ ପିଇଲେ ରହି ପାରନ୍ତି ନାହିଁ। ତାଙ୍କର ଚା ପିଇବା ଅଭ୍ୟାସ ଏତେ ହୋଇ ଯାଇଥାଏ ଯେ ସେମାନେ ଗୋଟିଏ ଦିନରେ ୪ ରୁ ୫ କପ ଚା ପିଇଥାନ୍ତି।

କିନ୍ତୁ ଆପଣ କଣ ଜାଣିଛନ୍ତି କି, ଚା ଆପଣଙ୍କ ପାଇଁ କେତେ ହାନିକାରକ ହୋଇଥାଏ। ଚା ପିଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗର ଶିକାର ହେବାକୁ ପଡ଼ିଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଚା ପିଇବା ଦ୍ୱାରା ଶରୀରରେ କଣ କଣ ସମସ୍ୟା ଦେଖାଦିଏ।


୧- ଯଦି ଆପଣ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଚାହା ପିଉଛନ୍ତି ତାହେଲେ ତୁରନ୍ତ ପାକସ୍ଥଳୀ ରେ ଝରୁଥିବା ପାଚକ ରସ ଝରିବା ବନ୍ଦ କରିଦିଏ ।ଯେଉଁଥି ପାଇଁ ପାକସ୍ଥଳୀ ରେ ଗ୍ୟାସ ଫରମେଶନ ଆରମ୍ଭ ହେଇଯାଏ ଆଉ ପରେ ମଳକଣ୍ଟକ ରୋଗ ହେବାର ସମ୍ଭାବନା ରହିଥାଏ ।ଏହା ବ୍ୟତୀତ ଏସିଡିଟି ସମସ୍ୟା ର ଆରମ୍ଭ ହୁଏ ଓ ଭୋକ ମାରି ଦିଏ, ତେଣୁ ସକାଳେ ଖାଲି ପେଟ ରେ କେବେ ଚାହା ପିଅନ୍ତୁ ନାହିଁ ।

୨- ଆପଣ ଯଦି ଦିନରେ ୪ ରୁ ୫ କପ ଚାହା ପିଉଛନ୍ତି ତାହେଲେ ଆପଣଙ୍କୁ ନିଦ ହେଇ ନଥାଏ ଆଉ ଏହା ଧୀରେ ଧୀରେ ଅନେକ ରୋଗ ଆଣିବାର ବଡ଼ କାରଣ ହେଇଥାଏ ।

୩- ଖାଦ୍ୟ ଖାଇବା ପରେ ଚାହା ପିଉଥିଲେ ଶରୀର କୁ ଆଇରନ ଠିକରେ ମିଳି ନଥାଏ ।ତେବେ ଚାହାରେ ଥିବା ଟେନିକ ଏସିଡି ଖାଦ୍ୟରେ ଥିବା ଆଇରନ ସହିତ ମିଶିଯାଏ ଯେଉଁଥି ପାଇଁ ଶରୀରରେ ଆଇରନ ର ଅଭାବ ଦେଖା ଯାଇଥାଏ ।ପରେ ଶରୀରରେ ଲୋହିତ ରକ୍ତ କଣିକା ଅଭାବରେ ହିମୋଗ୍ଲୋବିନ କମିଯାଏ ।

୪- ଚାହାରେ କଫି ଠାରୁ ଅଧିକା କ୍ୟାଫେନ ରହିଛି ତେଣୁ ସେହି କ୍ୟାଫେନ ରକ୍ତରେ ମିଶିଥାଏ ଆଉ ଧିରେ କିଡନୀ ସମସ୍ୟା ଆରମ୍ଭ କରିଥାଏ ।ଯେଉଁ ମାନଙ୍କୁ ଉଚରକ୍ତଚାପ ସମସ୍ୟା ରହିଚଗୀ ସେମାନେ ବିଲକୁଲ ଚାହା ନପିଇବା ଉଚିତ ।

୫- ଏସବୁ ବ୍ୟତୀତ ବାରମ୍ବାର ଗୋଟିଏ ଚାହା ପତି କୁ ବ୍ୟବହାର କରି ଚାହା ପିଇଲେ ତାହା ବହୁତ ଖରାପ ଅଟେ ।ଥୋର୍ମଫ୍ଲାକସ ରେ ଅଧିକ ସମୟ ଚାହା ରଖି ପିଇଲେ ବି ବହୁତ ଖରାପ ଅଟେ ।

୬- କ୍ଷୀର ଚିନି ମିଶା ଚାହା ଦିନକୁ ୪ ରୁ ୫ କପ ପିଇବା ଯୋଗୁ ଶରୀରରେ ସୁଗାର ଲେବୁଲ ବଡ଼ିଥାଏ ଆଉ ମୋଟାପା ବି ଆସିଥାଏ ।ଏସବୁ ବ୍ୟତିତ ଅଧିକ ଚାହା ପିଉଥିବା ଲୋକଙ୍କୁ ଅଷ୍ଠିଅଫ୍ଲୋରସିସ ରୋଗ ହେବାର ସମ୍ଭାବନା ରହିଥାଏ ।ତେଣୁ ଆପଣ ଜଲଦି ଚାହା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ନହେଲେ ଏମିତି ଅନେକ ରୋଗର ଶିକାର ହେବାକୁ ପଡ଼ିବ ।

Leave A Reply

Your email address will not be published.