Exclusive – ଯୁବକ ଦେଲେ କଡା ମନ୍ତବ୍ୟ ! ମହାପ୍ରଭୁଙ୍କ ପାଖରେ କାନ ଧରି କ୍ଷମା ମାଗନ୍ତୁ,କେତେ ଝିଅଙ୍କ ଜୀବନ ନଷ୍ଟ କରିଛନ୍ତି,କେତେ ଲୋକଙ୍କୁ ମାରିଛନ୍ତି…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ତେବେ ନିର୍ଦ୍ଧେଶକ ବା ଅଭିନେତା ରୁଦ୍ରମନ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ଏବେ ମିଡ଼ିଆ ସାମ୍ନାରେ ଫିଲ୍ମ ଇଣ୍ଡଷ୍ଟ୍ରି ର କିଛି କଥା ସେୟାର କରିଛନ୍ତି ଆଉ ପିଣ୍ଟୁ ନନ୍ଦ ନିଜ ରୋଗ ପାଇଁ ଯେଉଁ ଆର୍ଥିକ ସହାୟତା ମାଗିଛନ୍ତି ତାହାକୁ ନେଇ ମଧ୍ୟ ଅନେକ କିଛି କହିଛନ୍ତି | ସେ କହିଛନ୍ତି କି, ଆଉ ତ ଇଣ୍ଡଷ୍ଟ୍ରି ନାହିଁ ଯେଉଁ ମାନେ 50 ଲକ୍ଷ କି ଗୋଟେ କୋଟି ଟଙ୍କାର ସିନେମା କରୁ ଥିଲେ ଏବେ ସେମାନେ ଚ୍ୟାନେଲ ପାଖରେ ହାତ ଯୋଡିକି ଠିଆ ହେଉଛନ୍ତି ଆଉ କହୁଛନ୍ତି କି 15 ଲକ୍ଷରେ କରି ଦେବୁ ଆଜ୍ଞା |
ଯେଉଁ ଆର୍ଟିଷ୍ଟ ରୋଜଗାର କରୁଥିଲା ବଡ଼ ବଡ଼ ଫିଲ୍ମ କରୁଥିଲା ସେ ତ ଏବେ ଆସିକି ସିରିଏଲ କରି ଦେଲା କେମିତି କଣ କରିକି ମୁଁ ବଞ୍ଚିବି | ସେ ତ ଆଉ ଚାହିଁଲାନି କି ଆରେ ମୁଁ ତ 10 ବର୍ଷ ଫିଲ୍ମ କଲି ଯାହାବି କଲି କଲି ଆଉ ମୋ ପଛ ପିଲା ଏବେ ଅଛନ୍ତି ସେମାନେ କରନ୍ତୁ |
ସେମାନେ ପଲିଟିକ୍ସ କରିକି ଯାହା କରୁଛନ୍ତି ତେବେ ଆଉ ଯେଉଁ ପଛ ପିଲା ରହିଲେ ସେମାନେ କଣ କରିବେ ସିନେମା ଇଣ୍ଡଷ୍ଟ୍ରି ଆଉ କଉଠି ରହିବ, ପ୍ରଡ୍ୟୁସର ବି କାହାନ୍ତି ଯେ ସିନେମା କରିବେ | ମହାପ୍ରଭୁ ଜଗନ୍ନାଥ ସ୍କ୍ରିପ୍ଟ କରିକି ରଖିଲେଣି ଆହୁରି ଏଭଳି ନୂଆ ନୂଆ ଜିନିଷ ବାହାରିବ ତେଣୁ ସେସବୁ ଅଛି |
ସେ ଏହା ମଧ୍ୟ କହିଛନ୍ତି କି ଆମେ ବି 20 ବର୍ଷ ହେବ ପଡିକି ଅଛୁ ଆମ ମନରେ ବି ବହୁତ କଷ୍ଟ ଆମକୁ କେତେ ଗୋଇଠା ମାରିଛନ୍ତି କେତେ କଷ୍ଟ ହୋଇଛି ଆମକୁ କେତେ ପ୍ରତାରଣା କରିଛନ୍ତି, କେବଳ ମୁଁ ନୁହେଁ ବହୁତ ଲୋକଙ୍କ ଆଖିର ଲୁହ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପଡ଼ିଛି | ଆଉ ଯେଉଁଠି ନାରୀ ଖେଳ ହୋଇଛି, ଯେଉଁଠି ନାରୀଙ୍କୁ ନିର୍ଯାତନା ଦିଆ ଯାଇଛି ଆଉ ତା ଜୀଵନ କୁ ବର୍ବାଦ କରା ଯାଇଛି ସେଠି ନିହାତି ଭାବରେ ଲକ୍ଷ୍ମୀ ଛାଡ଼ି ଯିବେ |
ଯେଉଁ ଦିନ ତମେ କାନ ଧରି ମହାପ୍ରଭୁ ଙ୍କ ପାଖରେ ଭୁଲ ମାଗିବ ଆଜ୍ଞା ମୁଁ ରୁଦ୍ରମନ ମୁଁ ଏହା ଏହା ଭୁଲ କରିଛି ମତେ ଶରଣ ଦିଅନ୍ତୁ, ମୁଁ ଏତିକି ଝିଅଙ୍କ ଜୀଵନ ନଷ୍ଟ କରିଛି ମୁଁ ଏତିକି ଲୋକଙ୍କ ଜୀଵନକୁ ମାରିଛି ପ୍ରଭୁ ମୋର ଆଉ କେହି ନାହାଁନ୍ତି ମୋ ଦେହର ରୋଗ ବୈରାଗ ନେଇ ଯାଅ ମତେ ଟିକେ କ୍ଷମା କରି ଦିଅନ୍ତୁ ମୁଁ ଆପଣଙ୍କ ଆଗରେ ସତ କଥା କହିଲି |
ଯେପର୍ଯ୍ୟନ୍ତ ତମେ ସତ କଥା ନ କହିବ ତମେ ଏମିତି ଘାଣ୍ଟି ହେଉ ଥିବ ଏଠି ବହୁତ ଅଛନ୍ତି ଯାହାକି ଛକାପଞ୍ଝା ଚାଲିଛି ସେମାନେ ସବୁ ଆସ୍ତେ ଆସ୍ତେ ଯିବେ | ତେବେ ରୁଦ୍ରମନ ଏହା ମଧ୍ୟ କହିଛନ୍ତି କି ପିଣ୍ଟୁ ନନ୍ଦଙ୍କ ପାଖକୁ ମୁଁ ଜାଣିଶୁଣି ଯାଇନି କିନ୍ତୁ ମୁଁ ଭଗବାନ ଙ୍କ ପାଖରେ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛି |
ଆଉ ତା ପରିବାର ଲୋକ ତା ପାଖରେ ଠିଆ ହୋଇ ନାହାଁନ୍ତି ନହେଲେ ଲୋକଙ୍କ ପାଖରେ ପଇସା ଆଣିବା କିଛି ଯଥାର୍ଥ ନାହିଁ ବୋଲି ନିର୍ଦ୍ଧେଶକ ରୁଦ୍ରମନ କହିଛନ୍ତି | ତେବେ ତାଙ୍କର କଥାକୁ ଅନେକ ଲୋକ ସମର୍ଥନ କରିଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ଯାହାକି ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।